ETV Bharat / state

ନୂତନ ଶ୍ରମ ଆଇନ ବିରୁଦ୍ଧରେ ଭାରତୀୟ ମଜଦୂର ସଂଘର ବିକ୍ଷୋଭ

କେନ୍ଦୁଝର ଜିଲ୍ଲା କାଳି ପଡିଆ ନିକଟରେ ଭାରତୀୟ ମଜଦୂର ସଙ୍ଘ ପକ୍ଷରୁ ନୂତନ ଶ୍ରମ ଆଇନକୁ ବିରୋଧ ପ୍ରଦର୍ଶନ କରାଯାଇଛି । ଆଇନକୁ ଲାଗୁ ନକରିବାକୁ ଜିଲ୍ଲାପାଳଙ୍କ ଜରିଆରେ ଏକ ଜାବିପତ୍ର ପ୍ରଦିନ କରିଛନ୍ତି ମଜଦୂର ସଙ୍ଘ । ଅଧିକ ପଢନ୍ତୁ...

ନୂତନ ଶ୍ରମ ଆଇନ ବିରୁଦ୍ଧରେ ଭାରତୀୟ ମଜଦୂର ସଂଘର ବିକ୍ଷୋଭ
ନୂତନ ଶ୍ରମ ଆଇନ ବିରୁଦ୍ଧରେ ଭାରତୀୟ ମଜଦୂର ସଂଘର ବିକ୍ଷୋଭ
author img

By

Published : Oct 28, 2020, 4:29 PM IST

Updated : Oct 28, 2020, 4:39 PM IST

କେନ୍ଦୁଝର: ଭାରତ ସରକାର ଆଣିଥିବା ଶ୍ରମ ଆଇନକୁ ଭାରତୀୟ ମଜଦୂର ସଙ୍ଘର ବିରୋଧ । ଏହି ଆଇନ ଶ୍ରମିକ ଓ ଶ୍ରମ ସଙ୍ଗଠନ ଉଭୟଙ୍କ ପାଇଁ କ୍ଷତିକାରକ ବୋଲି ଅଭିଯୋଗ କରି ମଜଦୂର ସଙ୍ଘ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ସୂଚନା ଅନୁଯାୟୀ ଭାରତ ସରକାର 29ଟି ଶ୍ରମ ଆଇନକୁ ନିରସ୍ତ୍ତ କରି 4ଚି ଲେବର ଆଇନକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଦେଶବ୍ୟାପୀ ଲାଗୁ କରିବା ପାଇଁ ଯୋଜନା ପ୍ରସ୍ତୁତି କରାଯାଉଛି । ଏଥିପାଇଁ କେନ୍ଦ୍ରସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁଯାୟୀ ଫେବ୍ରୁଆରୀ 2021 ସୁଦ୍ଧା ଯୋଜନାକୁ ପ୍ରସ୍ତୁତ କରାଯାଇ ଅପ୍ରେଲ 1 ତାରିଖରୁ ସମଗ୍ର ଦେଶରେ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ନୂତନ ଶ୍ରମ ଆଇନ ବିରୁଦ୍ଧରେ ଭାରତୀୟ ମଜଦୂର ସଂଘର ବିକ୍ଷୋଭ

ତେବେ ଏହି ନୂତନ ଚାରୋଟି ଶ୍ରମିକ କୋଡ଼ ଜାହା 29 ଟି ଶ୍ରମ ନିୟମକୁ ରଦ୍ଦ କରି ପ୍ରସ୍ତୁତ କରାଯାଇଛି । ସେଥିରେ ଅନେକ ବିଷୟକୁ ଆଇନ ସମ୍ମତ ଦେଖାଯାଇ ଥିବାବେଳେ ଅନେକ ବନ୍ଦ ଓ ନିୟନ୍ତ୍ରଣ ବିଷୟରେ ମାଲିକ, ଠିକାଦାର, ଅନ୍ୟାନ୍ୟ ନିଯୁକ୍ତିଦାତା ଓ ଶ୍ରମିକ ମାନଙ୍କୁ ଶୋଷଣ କରିବାର ରାସ୍ତା ପ୍ରଶସ୍ତ ହୋଇଛି ବୋଲି ଅଭିଯୋଗ କରିଛି ମଜଦୂର ସଙ୍ଘ । ଏନେଇ ସାରା ଦେଶରେ ସଙ୍ଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉ ଥିବାବେଳେ କେନ୍ଦୁଝର ସ୍ଥିତ ସ୍ଥାନୀୟ କାଳି ପଡିଆ ଠାରେ ସଙ୍ଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆଇନକୁ ପ୍ରତ୍ୟାହାର କରାନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ମଜଦୂର ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Last Updated : Oct 28, 2020, 4:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.