ETV Bharat / state

ଜିଲ୍ଲା ପରିଷଦ ସଭ୍ୟଙ୍କ ବୈଠକ ବନ୍ଦ ଆନ୍ଦୋଳନ

ବାଂଶପାଳ ବିଡିଓଙ୍କ ଜିଲ୍ଲା ପରିଷଦ ସଭ୍ୟଙ୍କୁ ଦୁର୍ବବ୍ୟହାର ଅଭିଯୋଗରେ ଜିଲ୍ଲା ପରିଷଦ ସଭ୍ୟଙ୍କ ବୈଠକ ବନ୍ଦ ଆନ୍ଦୋଳନ । ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ କ୍ଷମା ମାଗିଲେ ବିଡିଓ ।

author img

By

Published : Aug 21, 2019, 6:57 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ବାଂଶପାଳ ବ୍ଲକ ବିଡିଓଙ୍କ ଜିଲ୍ଲା ପରିଷଦ ସଦସ୍ୟଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ସମେତ ସମସ୍ତ ଜିଲ୍ଲା ପରିଷଦ ସଭ୍ୟା ଜିଲ୍ଲା ପରିଷଦ ବୈଠକ ବର୍ଜନ କରିଥିଲେ । ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ବିଡିଓ କ୍ଷମା ମାଗିଥିଲେ ଓ ବୈଠକ ଆରମ୍ଭ ହୋଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ସୂଚନା ଅନୁଯାୟୀ ଗତ 8 ତାରିଖରେ ବ୍ଲକ ଉନ୍ନୟନ କାର୍ଯ୍ୟ ତଦାରଖ କରିବାକୁ କେନ୍ଦୁଝର ଜିଲ୍ଲା ପରିଷଦ ଅଧ୍ୟକ୍ଷା ବାଂଶପାଳ ଯାଇଥିଲେ। ଏହି ସମୟରେ ବାଂଶପାଳ 24 ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଅଦିତ ଦେହୁରୀ ଉପସ୍ଥିତ ଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କୁ ବିଡିଓ ମିଛ ରିପୋର୍ଟ ଦେଉଥିବା ଅଭିଯୋଗରେ ବାଂଶପାଳ ସଭ୍ୟା ଏହାର ପ୍ରତିବାଦ କରିଥିଲେ । ଏଥିରେ ବିଡିଓ ଉତ୍‌କ୍ଷିପ୍ତ ହୋଇ ଜିଲ୍ଲା ପରିଷଦ ସଭ୍ୟ ଅଦିତଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଳଜ କରିବା ସହ ତାଙ୍କୁ ବୈଠକରୁ ବହାରିଯିବାକୁ କହିଥିଲେ। ଏହି ସମୟରେ ନିଜେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉପସ୍ଥିତ ଥିଲେବି ବିଡିଓ ତାଙ୍କୁ ଖାତିର କରିନଥିବା ଅଭିଯୋଗ ହୋଇଛି ।

ଏନେଇ ପୂର୍ବରୁ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିବା ସତ୍ବେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବାରୁ ବୁଧବାର କେନ୍ଦୁଝର ଦରବାର ହଲରେ ଚାଲିଥିବା ଜିଲ୍ଲା ପରିଷଦ ବୈଠକରେ ସଭ୍ୟ ମାନେ ଏନେଇ କିପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଜିଲ୍ଲାପାଳଙ୍କୁ ପ୍ରଶ୍ନ କରିଥିଲେ। କିନ୍ତୁ ଜିଲ୍ଲାପାଳ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ନପାରିବାରୁ ସମସ୍ତ ସଭ୍ୟ-ସଭ୍ୟା ବୈଠକ ବର୍ଜନ କରିବା ସହ ବିଡିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବା ପର୍ଯ୍ୟନ୍ତ କୌଣସି ବୈଠକ କରାଇ ନଦେବାକୁ ଜିଦ ଧରି ବସିଥିଲେ। ପରେ ଜିଲ୍ଲା ପରିଷଦ ବୈଠକରେ ବିଡିଓ କ୍ଷମା ମାଗିବା ପରେ ବୈଠକ ସ୍ବଭାବିକ ଭାବେ ଚାଲିଥିଲା ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ-କେନ୍ଦୁଝର ବାଂଶପାଲ ବ୍ଲକ ବିଡ଼ିଓଙ୍କ ଜିଲ୍ଲା ପରିଷଦ ଜିଲ୍ଲା ପରିଷଦ ସଦସ୍ୟଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ସମେତ ସମସ୍ତ ଜିଲ୍ଲା ପରିଷଦ ସଭ୍ୟସଭ୍ୟା ଙ୍କ ଜିଲ୍ଲା ପରିଷଦ ବୈଠକ ବର୍ଜନ ।Body:
ଆଙ୍କର- ଗତ 8 ତାରିଖ ବାଂଶପାଲ ବ୍ଲକ ଉର୍ଣ୍ଣୟନ କାର୍ଯ୍ୟ ତଦାରଖ କରିବାକୁ କେନ୍ଦୁଝର ଜିଲ୍ଲା ପରିଷଦ ଅଧ୍ୟକ୍ଷା ବାଂଶପାଳ ଯାଇଥିଲେ। ଏହି ସମୟରେ ବାଂଶପାଳ 24 no ଜିଲ୍ଲା ପରିଷଦ ସଭ୍ୟ ଅଦିତି ଦେହୁରୀ ଉପସ୍ଥିତ ଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷା ଙ୍କୁ ବିଡ଼ିଓ ମିଛ ରିପୋର୍ଟ ଦେଉଥିବା ଅଭିଯୋଗରେ ବାଂଶପାଳ ସଭ୍ୟ ଏହାର ପ୍ରତିବାଦ କରିବାରୁ ବିଡ଼ିଓ ଉତକ୍ଷେପିତ ହୋଇ ଜିଲ୍ଲା ପରିଷଦ ସଭ୍ୟ ଅଦିତି ଙ୍କୁ ଅଶ୍ରାଭ୍ୟ ଭାଷାରେ ଗାଲି ଗୁଳଜ କରିବା ସହ ତାଙ୍କୁ ବୈଠକରୁ ବହାରିଯିବାକୁ କହିଥିଲେ। ଏହି ସମୟରେ ନିଜେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉପସ୍ଥିତ ଥିଲେବି ତାଙ୍କୁ ମଧ୍ୟ ବିଡ଼ିଓ ଖାତିର କରିନଥିବା ଅଭିଯୋଗ ହୋଇଛି । ଏନେଇ ପୂର୍ବରୁ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିବା ସତ୍ୟେ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବାରୁ ଆଜି କେନ୍ଦୁଝର ଦରବାର ହଲରେ ଚାଲିଥିବା ଜିଲ୍ଲା ପରିଷଦ ବୈଠକରେ ସଭ୍ୟ ମାନେ ଏହାର କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଜିଲ୍ଲାପାଳ ଙ୍କୁ ପ୍ରଶ୍ନ କରିଥିଲେ। କିନ୍ତୁ ଜିଲ୍ଲାପାଳ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ନପାରିବାରୁ ସମସ୍ତ ସଭ୍ୟ ଓ ସଭ୍ୟା ବୈଠକ ବର୍ଜନ କରିବା ସହ ବିଡ଼ିଓ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବା ପର୍ଯ୍ୟନ୍ତ କୌଣସି ବୈଠକ କରାଇନଦେବାକୁ ଜିଦ ଧରି ବସିଥିଲେ। ପରେ ବିଡ଼ିଓ ଜିଲ୍ଲା ପରିଷଦ ବୈଠକରେ ବିଡ଼ିଓ କ୍ଷମା ମାଗିବା ପରେ ସ୍ୱାଭାବିକ ଭାବରେ ଚାଲିଲା ବୈଠକ ।
ବାଇଟ-୧-କମଳିନୀ ପାତ୍ର( ଜିଲ୍ଲା ପରିଷଦ,ଅଧକ୍ଷା)
ବାଇଟ-୨-ଅନୁବ୍ରତ ବେହେରା( ଜିଲ୍ଲା ପରିଷଦ ସଭ୍ୟ)Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.