ETV Bharat / state

ପ୍ରଧାନମନ୍ତ୍ରୀଙ୍କ ୧୦୧ ତମ ମନ୍‌ କି ବାତ, ଯୋଗ ଦେଲେ ରାଷ୍ଟ୍ରୀୟ ଉପସଭାପତି - 101ତମ ଏପିସୋଡରେ ମନ କଥା କହିଲେ ପ୍ରଧାନମନ୍ତ୍ରୀ

101ତମ ଏପିସୋଡରେ ଦେଶବାସୀଙ୍କୁ ମନ କଥା କହିଲେ ପ୍ରଧାନମନ୍ତ୍ରୀ । କେନ୍ଦୁଝର ଜିଲ୍ଲାର ବିଜେପି ମୁଖ୍ୟାଳୟରେ ମଧ୍ୟ ମୋଦିଙ୍କ ମନ କି ବାତ କାର୍ଯ୍ୟକ୍ରମରେ ଯୋଗ ଦେଲେ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା । ଅଧିକ ପଢ଼ନ୍ତୁ

101ତମ ଏପିସୋଡରେ ଦେଶବାସୀଙ୍କୁ ମନ କଥା କହିଲେ ପ୍ରଧାନମନ୍ତ୍ରୀ

author img

By

Published : May 28, 2023, 7:46 PM IST

101ତମ ଏପିସୋଡରେ ଦେଶବାସୀଙ୍କୁ ମନ କଥା କହିଲେ ପ୍ରଧାନମନ୍ତ୍ରୀ

କେନ୍ଦୁଝର: ଆଜି ପ୍ରଧାନମନ୍ତ୍ରୀଙ୍କ ମାସିକ ମନ୍ କି ବାତ୍ ରେଡିଓ କାର୍ଯ୍ୟକ୍ରମ । ରେଡିଓ କାର୍ଯ୍ୟକ୍ରମର ଏହା 101ତମ ସଂସ୍କରଣ । ଗତମାସରେ ସେଞ୍ଚୁରୀ ମାରିଥିଲା ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ । ଆଜି(ରବିବାର) 101ତମ ଏପିସୋଡରେ ଦେଶବାସୀଙ୍କୁ ମନ କଥା କହିଲେ ପ୍ରଧାନମନ୍ତ୍ରୀ । କେନ୍ଦୁଝର ଜିଲ୍ଲାର ବିଜେପି ମୁଖ୍ୟାଳୟରେ ମଧ୍ୟ ମୋଦିଙ୍କ ମନ କି ବାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ୧୦୧ ତମ ମନ କି ବାତ କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଯୋଗଦେଇଥିଲେ । ସକାଳ ୧୦ଟାରେ ବୈଜୟନ୍ତ ନିଜ ହେଲିକପ୍ଟର ଯୋଗେ ଜିଲ୍ଲା ବିଜେପି କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ । ଜିଲ୍ଲା ସଭାପତି ଅଂଶୁମାନ ମହାନ୍ତ, ସଦର ବିଧାୟକ ମୋହନ ଚରଣ ମାଝୀ ପ୍ରମୁଖ ତାଙ୍କୁ ସ୍ବାଗତ କରିବା ସହ ଜିଲ୍ଲା କାର୍ଯ୍ୟାଳୟକୁ ନେଇଥିଲେ ।

ଏହି ଅବସରରେ ଜିଲ୍ଲା ମୁଖ୍ୟାଳୟରେ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପଦ୍ମଶ୍ରୀ ମାଗୁଣି କୁଅଁର, ଦୈତାରି ନାଏକଙ୍କ ସହ ଛଅ ଜଣଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ବୈଜୟନ୍ତ ପଣ୍ଡା । ପରେ ମନ କି ବାତ କାର୍ଯ୍ୟକ୍ରମକୁ ସହରର ବିଶିଷ୍ଠ ବ୍ୟକ୍ତିଙ୍କ ସହ ଦେଖିଥିଲେ । ଏହି ଅବସରରେ ବୈଜୟନ୍ତ ପଣ୍ଡା କହିଛନ୍ତି, ‘‘ଆଜିର ସ୍ବର୍ଣ୍ଣିମ ଅବସରରେ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ମୁଁ କେନ୍ଦୁଝର ଜିଲ୍ଲାରେ ରହି ସମସ୍ତଙ୍କ ସହ ଏହି କାର୍ଯ୍ୟକ୍ରମ ଶୁଣୁଛି । ଏହା ମୋ ପାଇଁ ଅତ୍ୟନ୍ତ ଖୁସିର କଥା।’’

ପ୍ରକାଶ ଯେ ଉକ୍ତ କାର୍ଯ୍ୟକ୍ରମକୁ ଦେଶର କୋଣ ଅନୁକୋଣକୁ ଲୋକ ଶୁଣିଥାଆନ୍ତି । ଭାରତୀୟ ଜନତା ପାର୍ଟି ଦ୍ବାରା ଦେଶର ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମକୁ ଶୁଣିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଥିଲା । ଗତ ମାସରେ ରେଡିଓ କାର୍ଯ୍ୟକ୍ରମ 100 ଏପିସୋଡ ପୂରଣ କରିଥିଲା । ମୋଦି କହିଥିଲେ ମନ୍‌ କି ବାତ୍ କାର୍ଯ୍ୟକ୍ରମ ମୋ ପାଇଁ କେବଳର ଏକ କାର୍ଯ୍ୟକ୍ରମ ନୁହେଁ ଏହା ବିଶ୍ବାସ, ଆସ୍ଥା, ପୂଜା ଓ ବ୍ରତ । ଏହି କାର୍ଯ୍ୟକ୍ରମ କୋଟିକୋଟି ଜନତାଙ୍କ ଭାବନା । ଦେଶବାସୀଙ୍କ ସଫଳତାର ବାର୍ତ୍ତା ମନ୍ କି ବାତ୍ । ସାଧାରଣ ଲୋକଙ୍କ ସହ ଯୋଡି ହେବାର ମାଧ୍ୟମ ମନ୍ କି ବାତ୍ । ଦେଶବାସୀଙ୍କ ସହ ମନ୍ କି ବାତ୍ ମତେ ତାଙ୍କ ସହ ବାନ୍ଧି ରଖିଛି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମ ସହ ଆଜି ଦେଶର ନୂଆ ସଂସଦ ଭବନ ଲୋକାର୍ପଣ ହୋଇଛି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.