ETV Bharat / state

ମୁଖ୍ୟମନ୍ତ୍ରୀଙ୍କୁ ବଡବିଲ ବାସୀଙ୍କ ଚିଠି, ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ପୋଷ୍ଟକାର୍ଡ ବି ସାମିଲ - ପଦ୍ମଶ୍ରୀ ତୁଳସୀ ମୁଣ୍ଡା

ବିପର୍ଯ୍ୟସ୍ତ ରାସ୍ତା ସହ ବଡବିଲ ସହରରେ ବଢୁଥିବା ପ୍ରଦୂଷଣକୁ ନେଇ ପୋଷ୍ଟକାର୍ଡରେ ନିଜ ଅଭିଯୋଗ ଲେଖି ମୁଖ୍ୟମନ୍ତ୍ରୀଙ୍କୁ ପଠାଇଛନ୍ତି ବଡବିଲବାସୀ । ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ପୋଷ୍ଟକାର୍ଡ ବି ଅଛି ସାମିଲ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
author img

By

Published : Oct 21, 2019, 1:15 PM IST

କେନ୍ଦୁଝର: ବିପର୍ଯ୍ୟସ୍ତ ଅବସ୍ଥାରେ ବଡବିଲ ସହରର ମୁଖ୍ୟ ରାସ୍ତା । ଧୂଳି ଓ ଧୂଆଁ ପ୍ରଦୂଷଣରେ ଅଣନିଶ୍ବାସୀ ଲୋକେ । ସହରରେ ବଢୁଥିବା ଏହି ପ୍ରଦୂଷଣରେ ଲୋକେ ବିଭିନ୍ନ ରୋଗରେ ପୀଡିତ ହେଉଥିବାର ଅଭିଯୋଗ ହୋଇଛି । ହେଲେ ବାରମ୍ବାର ଅଭିଯୋଗ ଓ ପ୍ରତିବାଦ ପରେ ନୀରବଦ୍ରଷ୍ଟା ପ୍ରଶାସନ । ଶେଷରେ ବାଧ୍ୟ ହୋଇ ପୋଷ୍ଟକାର୍ଡ ମାଧ୍ୟମରେ ରାଜ୍ୟ ମୁଖିଆଙ୍କୁ ନିଜ ଦୁଃଖ ଜଣାଇବାକୁ ବାହାରିଛନ୍ତି ଲୋକେ । ବଡବିଲ୍ ସିଭିଲ ସୋସାଇଟିର ଆହ୍ବାନ କ୍ରମେ ପାଖପାଖି 1 ହଜାର ପୋଷ୍ଟକାର୍ଡରେ ନିଜ ଅଭିଯୋଗ ଲିପିବଦ୍ଧ କରି ମୁଖ୍ୟମନ୍ତ୍ରୀଙ୍କୁ ପଠାଇଛନ୍ତି ବଡବିଲବାସୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ସୂଚନାନୁସାରେ, କିରିବୁରୁ ଛକ ଠାରୁ ନାଲଦା ପର୍ଯ୍ୟନ୍ତ ଯାଇଥିବା ରାଜ୍ୟ ରାଜପଥର ବିଭିନ୍ନ ସ୍ଥାନରେ ବଡ଼ବଡ଼ ଗର୍ତ୍ତମାନ ସୃଷ୍ଟି ହୋଇଛି । ବିଶେଷକରି ହରିଓମ୍ ଭବନ ନିକଟ ରାସ୍ତା, ବାଇପାସ ରୋଡ୍, ବସଷ୍ଟାଣ୍ଡ ଠାରୁ ଷ୍ଟେଟବ୍ୟାଙ୍କ୍ ଦେଇ ପାଲ ହାଇଟ୍ ପର୍ଯ୍ୟନ୍ତ ପୁରା ରାସ୍ତା ଖାଲଖମାରେ ଭରି ରହିଛି । ଏହି ରାସ୍ତା ଦେଇ ଯାତାୟତ କରିବା ବିପଦପୂର୍ଣ୍ଣ ହୋଇପଡିଛି । ତେବେ ଖରାପ ରାସ୍ତା ସହ ସହର ଭିତର ଦେଇ ଯାତାୟତ କରୁଥିବା ହଜାର ହଜାର ସଂଖ୍ୟାର ଭାରିଯାନ ଯୋଗୁଁ ଲୋକେ ନାହିଁ ନଥିବାର ଅସୁବିଧା ସମ୍ମୁଖୀନ ହେଉଛନ୍ତି । ବିଭିନ୍ନ ସମୟରେ ସଡକ ଦୁର୍ଘଟଣା ଘଟି ଜୀବନହାନି ଘଟୁଛି । ଅନେକ ସମୟରେ ଟ୍ରାଫିକ୍ ଜାମ ଯୋଗୁଁ ଛାତ୍ରଛାତ୍ରୀଙ୍କୁ ସ୍କୁଲ ପହଞ୍ଚିବା କାଠିକର ପାଠ ହୋଇପଡିଥାଏ । ସେପଟେ ସହରର ଏହି ଟ୍ରାଫିକ୍ ଭିଡକୁ ନିୟନ୍ତ୍ରଣ କରିବାରେ ଫେଲ ମାରିଛି ପ୍ରଶାସନ ।

ପ୍ରଶାସନର ଏଭଳି ବେପରୁଆ ନୀତିରେ କ୍ଷୁବ୍ଧ ବଡବିଲ ବାସୀ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଏସମ୍ପର୍କରେ ଅବଗତ କରିବାକୁ ନିଷ୍ପତ୍ତି ନେଇଥିଲେ । ପୋଷ୍ଟକାର୍ଡ ମାଧ୍ୟମରେ ନିଜ ଅଭିଯୋଗ ଲିପିବଦ୍ଧ କରି ମୁଖ୍ୟମନ୍ତ୍ରୀଙ୍କୁ ପଠାଇବା ସହ ଯଥାଶୀଘ୍ର ଏହି ସମସ୍ୟାର ସମାଧାନ ନିମନ୍ତେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ଗୁହାରି କରିଛନ୍ତି । 15 ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନ ନିଆଗଲେ, ଆଗକୁ ଚରମ ପଦକ୍ଷେପ ନିଆଯିବ ବୋଲି ସିଭିଲ ସୋସାଇଟି ତରଫରୁ ଚେତାବନୀ ଦିଆଯାଇଛି । ବଡବାସୀଙ୍କ ଏହି ଅଭିଯାନରେ ସାମିଲ ହୋଇଛନ୍ତି ପଦ୍ମଶ୍ରୀ ତୁଳସୀ ମୁଣ୍ଡା । ସେ ମଧ୍ୟ ପୋଷ୍ଟକାର୍ଡରେ ବିପର୍ଯ୍ୟସ୍ତ ରାସ୍ତା ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବି କରିଛନ୍ତି । ସେପଟେ ପୂର୍ତ୍ତ ବିଭାଗ ପକ୍ଷରୁ କାମଚଳା ମରାମତି ଆରମ୍ଭ ହୋଇଛି । କେତେକ ସ୍ଥାନରେ ସିମେଣ୍ଟ୍ କଂକ୍ରିଟ୍ କରାଯାଇ ଖାଲଖମାକୁ ଭର୍ତ୍ତି କରିବାକୁ ଚେଷ୍ଟା କରାଯାଇଛି । ତେବେ ଏହି ରାସ୍ତାର ସ୍ଥାୟୀ ମରାମତି କରାନଗଲେ ଆଗକୁ ସ୍ଥିତି ସଙ୍ଗୀନ ହେବାର ଆଶଙ୍କା ରହିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ- ପୋଷ୍ଟକାର୍ଡ ରେ ରାସ୍ତା ପାଇଁ ନିବେଦନ, ସାମିଲ ହେଲେ ପଦ୍ମଶ୍ରୀ ତୁଳସୀ ମୁଣ୍ଡାBody:ଆଙ୍କର- ବଡ଼ବିଲ ସହରର ମୁଖ୍ୟ ରାସ୍ତା ବିପର୍ଯ୍ୟସ୍ତ ହେବା ସହ ଧୂଳି ଓ ଧୂଆଁ ପ୍ରଦୂଷଣରେ ଲୋକେ ଅଣନିଃଶ୍ୱାସୀ ହୋଇଗଲେଣି । କିରିବୁରୁ ଛକ ଠାରୁ ନାଲଦା ପର୍ଯ୍ୟନ୍ତ ଯାଇଥିବା ରାଜ୍ୟ ରାଜପଥର ବିଭିନ୍ନ ସ୍ଥାନରେ ବଡ଼ବଡ଼ ଗର୍ତ୍ତମାନ ସୃଷ୍ଟି ହୋଇଛି । ବିଶେଷକରି ହରିଓମ୍ ଭବନ ନିକଟ, ବାଇପାଶ୍ ରୋଡ୍, ବସ୍ ଷ୍ଟାଣ୍ଡ ଠାରୁ ଷ୍ଟେଟବ୍ୟାଙ୍କ୍ ଦେଇ ପାଲ୍ ହଟିଂ ପର୍ଯ୍ୟନ୍ତ ପୁରା ରାସ୍ତା ଖାଲଖମାରେ ଭରି ରହିଛି । ଏହି ରାସ୍ତା ଦେଇ ଯା-ଆସ, ବିପଦ ସୃଷ୍ଟି କରିଛି । ଖରାପ ରାସ୍ତା ତା ସାଙ୍ଗକୁ ଧୂଳି ଧୂଆଁର ପ୍ରଦୂଷଣ ଲୋକଙ୍କ ଜୀବନକୁ ଦୁର୍ବିସହ କରିଦେଇଛି । ସହର ଭିତର ଦେଇ ହଜାର ହଜାର ସଂଖ୍ୟାରେ ଭାରିଯାନ ଯାତାୟତ ଯୋଗୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥି ଯୋଗୁ ବିଭିନ୍ନ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟି ଜନଜୀବନ ହାନି ହେଉଛି ।ସକାଳ ୬ଟା ପରେ ଟ୍ରକ୍, ହାଇଭା ଓ ଟ୍ରଲର ଗାଡ଼ି ସହର ମଧ୍ୟରେ ଜାମ୍ ସୃଷ୍ଟି କରିବା ଫଳରେ ଛାତ୍ରଛାତ୍ରୀ ଠିକ୍ ସମୟରେ ସ୍କୁଲ ପହଁଚିବା କାଠିକର ପାଠ ହୋଇଛି । ଟ୍ରାଫିକ୍ ନିୟନ୍ତ୍ରଣରେ ପୋଲିସ ପ୍ରଶାସନ ଫେଲ୍ ମାରିଛି । ସେହିପରି ଏଅଂଚଳରେ ପ୍ରଦୂଷଣର ମାତ୍ରା ଅତ୍ୟଧିକ ବୃଦ୍ଧି ପାଇଛି । ଧୂଳି ଓ ଧୂଆଁ ପ୍ରଦୂଷଣ ପରିମାଣ ବ୍ୟାପକ ହେବା ଫଳରେ ଲୋକେ ବିଭିନ୍ନ ରୋଗରେ ପୀଡ଼ିତ ହେଉଥିବାର ଅଭିଯୋଗ ହୋଇଛି । ଲୋକଙ୍କ ମଧ୍ୟରେ ଯକ୍ଷ୍ମା, ଶ୍ୱାସ, ଗ୍ୟାସ୍ଟିକ୍ ଓ ଚର୍ମ ରୋଗ ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି । ଏନେଇ ପ୍ରଶାସନ ନିକଟରେ ଅନେକଥର ଅଭିଯୋଗ ଓ ପ୍ରତିବାଦ ପରେ ସୁଦ୍ଧା କୌଣସି ସୁଫଳ ମିଳିଲା ନାହିଁ । ଅବସ୍ଥା ଯେମିତିକୁ ସେମିତି ।ଶେଷରେ ଲୋକେ ପୋଷ୍ଟକାର୍ଡ଼ ମାଧ୍ୟମରେ ସିଧାସଳଖ ନିଜର ଦୁଃଖ କଥା ଜଣାଇବାକୁ ବାହାରିଛନ୍ତି ରାଜ୍ୟ ମୁଖିଆଙ୍କୁ । ବଡ଼ବିଲ ସିଭିଲ ସୋସାଇଟିର ଆହ୍ୱାନ କ୍ରମେ, ୧ ହଜାର ପୋଷ୍ଟକାର୍ଡ଼ରେ ଅଭିଯୋଗ ଲିପିବଦ୍ଧ କରି ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଛନ୍ତି ବଡ଼ବିଲବାସୀ । ଯାଥାଶିଘ୍ର ଏହି ସମସ୍ୟାର ସମାଧାନ ନିମନ୍ତେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ଗୁହାରୀ କରାଯାଇଛି । ତେବେ ୧୫ ଦିନ ଭିତରେ ସମସ୍ୟାର ସମାଧାନ ସକାଶେ ପଦକ୍ଷେପ ନ ନିଆଗଲେ, ଆଗକୁ ଚରମ ପଦକ୍ଷେପ ନିଆଯିବ ବୋଲି ସିଭିଲ ସୋସାଇଟି ତରଫରୁ ଚେତାବନୀ ଦିଆଯାଇଛି । ଏହି ଅଭିଯାନ ରେ ସାମିଲ ହୋଇଛନ୍ତି ପଦ୍ମଶ୍ରୀ ତୁଳସୀ ମୁଣ୍ଡା । ସେ ମଧ୍ୟ ପୋଷ୍ଟକାର୍ଡ ରେ ବିପର୍ଯ୍ୟସ୍ତ ରାସ୍ତା ନିର୍ମାଣ ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ଙ୍କୁ । ସେପଟେ ପୂର୍ତ୍ତ ବିଭାଗ ତରଫରୁ କିଛିଟା କାମଚଳା ମରାମତି କାମ ଆରମ୍ଭ ହୋଇଛି । କେତେକ ସ୍ଥାନରେ ସିମେଣ୍ଟ୍ କଂକ୍ରିଟ୍ କରାଯାଇ ଖାଲଖମାକୁ ଭର୍ତ୍ତି କରିବାକୁ ଚେଷ୍ଟା କରାଯାଇଛି । ତେବେ ଏହି ରାସ୍ତାର ସ୍ଥାୟୀ ମରାମତି କରା ନ ଗଲେ ଆଗକୁ ସ୍ଥିତି ଆହୁରୀ ସଂଗୀନ ହେବାର ଆଶଙ୍କା ରହିଛି ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.