ETV Bharat / state

ସ୍ଥାୟୀ ନିଯୁକ୍ତି ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ ଆଶାକର୍ମୀ ସଂଘ

ଅନ୍ୟ ସରକାରୀ କର୍ମଚାରୀଙ୍କ ଭଳି କୋରୋନା ଯୋଦ୍ଧା ଘୋଷଣା କରାଯିବା ସହ ଆଶାକର୍ମୀମାନେ ସ୍ଥାୟୀ ନିଯୁକ୍ତି ଦାବି ରଖିଛନ୍ତି । ଏନେଇ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଆଠ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି ଆଶାକର୍ମୀ ସଂଘ ।

author img

By

Published : Oct 6, 2020, 6:48 PM IST

ଆଶାକର୍ମୀଙ୍କ ସ୍ଥାୟୀ ନିଯୁକ୍ତି ଦାବି
ଆଶାକର୍ମୀଙ୍କ ସ୍ଥାୟୀ ନିଯୁକ୍ତି ଦାବି

କେନ୍ଦୁଝର: ଆଶାକର୍ମୀଙ୍କ ସ୍ଥାୟୀ ନିଯୁକ୍ତି ଦାବି । ଡାକ୍ତର, ପୋଲିସ ଭଳି ଆଶାକର୍ମୀଙ୍କୁ କୋରୋନା ଯୋଦ୍ଧା ଘୋଷଣା କରିବା ସହ ମାସିକ 18 ହଜାର ଟଙ୍କା ବେତନ ଦାବିରେ ମଙ୍ଗଳବାର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଆଠ ଦଫା ଦାବିପତ୍ର ପ୍ରଦାନ କରିଛି କେନ୍ଦୁଝର ଆଶାକର୍ମୀ ସଂଘ ।

ଆଶାକର୍ମୀଙ୍କ ସ୍ଥାୟୀ ନିଯୁକ୍ତି ଦାବି

କୋରୋନା ମହାମାରୀ ସମୟରେ ଅନ୍ୟ ସରକାରୀ କର୍ମଚାରୀଙ୍କ ପରି ପ୍ରତି ଗାଁ ଗୁଡିକରେ ଆଶାକର୍ମୀମାନେ ଜୀବନକୁ ବାଜି ଲଗାଇ କାମ କରୁଛନ୍ତି । ତେଣୁ ଡାକ୍ତର, ଅଙ୍ଗନବାଡି, ପୋଲିସଙ୍କ ଭଳି ସେମାନଙ୍କୁ ମଧ୍ୟ କୋରୋନା ଯୋଦ୍ଧା ଘୋଷଣା କରାଯିବା ଉଚିତ । ସୁରକ୍ଷା ଦୃଷ୍ଟିରୁ ପିପିଇ କିଟ୍, ସାନିଟାଇଜର, ହ୍ୟାଣ୍ଡଓ୍ବାସ ଆଦି ଯୋଗାଇ ଦେବାକୁ ଆଶାକର୍ମୀମାନେ କହିଛନ୍ତି । ଏହାସହ ମାସିକ 18 ହଜାର ଟଙ୍କା ସାଙ୍ଗକୁ ସ୍ଥାୟୀ ନିଯୁକ୍ତି ପାଇଁ ଦାବି ରଖିଛନ୍ତି ଆଶାକର୍ମୀ । ଏନେଇ କେନ୍ଦୁଝରରେ ମଙ୍ଗଳବାର ଆଶାକର୍ମୀ ସଂଘ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ଏବଂ ସେଠାରେ ଆଠ ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.