ETV Bharat / state

କାହା ପାଇଁ ପରିବେଶ ଉଦ୍ୟାନ ? - ପୂର୍ବତନ କାଉନସିଲର

କେନ୍ଦୁଝରରେ ବ୍ୟବହାର ହେଉନାହିଁ କୃତ୍ରିମ ପରିବେଶ ଉଦ୍ୟାନ । 2017ରେ ନିର୍ମାଣ ହୋଇଥିବା ଏହି ଉଦ୍ୟାନରେ ଝୁଲୁଛି ତାଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
author img

By

Published : Sep 20, 2019, 7:54 PM IST

କେନ୍ଦୁଝର: ଦିନକୁ ଦିନ ସହରରେ ସ୍ଥାନ ନେଉଛି କଂକ୍ରିଟ ଜଙ୍ଗଲ । ସେପଟେ ଶୁଦ୍ଧ ପବନ ପାଇଁ ସହର ମଧ୍ୟରେ କୃତ୍ରିମ ପରିବେଶ ଉଦ୍ୟାନମାନ ସୃଷ୍ଟି କରାଯାଉଛି । ଏଥିପାଇଁ ଖର୍ଚ୍ଚ ହେଉଛି ଲକ୍ଷ ଲକ୍ଷ ଟଙ୍କା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର ପରି ବଣପାହାଡ଼ ଘେରା ଜିଲ୍ଲାରେ ଏହି ଟଙ୍କା ଯେପରି ଧର୍ମକୁ ଆଖିଠାର ଭଳି ଲାଗୁଛି । କେନ୍ଦୁଝର ପୌରପାଳିକା ୨୦୧୭ ମସିହାରେ ଡିଏମଏଫ ରୁ 15 ଲକ୍ଷ ଟଙ୍କା ବ୍ୟୟ କରି ସହର ମଧ୍ୟସ୍ଥଳୀରେ ଏକ ପରିବେଶ ଉଦ୍ୟାନ ସୃଷ୍ଟି କରିଥିଲେ । କିନ୍ତୁ ଏହି ପରିବେଶ ଉଦ୍ୟାନ ଉଦଘାଟନ ହେବା ପର ଠାରୁ ଆସିନାହିଁ ଲୋକଙ୍କ ବ୍ୟବହାରରେ । କାରଣ ଉଦ୍ୟାନ ଫାଟକରେ ଝୁଲୁଛି ତାଲା ।

ଏହି ଉଦ୍ୟାନ ମଧ୍ୟରେ ନିତିଦିନ ବ୍ୟାୟାମ ଜିନିଷ ସାଙ୍ଗକୁ ଚାଲିବା ପାଇଁ ଫୁଟପାଥ ମଧ୍ୟ ନିର୍ମାଣ କରାଯାଇଥିଲା । ଏହା ସହ ବହୁ ମୂଲ୍ୟବାନ ବୃକ୍ଷ ମଧ୍ୟ ରୋପଣ କରଯାଇଥିଲା । ଏହି ପାର୍କ ବନ୍ଦ ହେବା ଯୋଗୁଁ ଏହି ମୂଲ୍ୟବାନ ବୃକ୍ଷ ସାଙ୍ଗକୁ ବ୍ୟାୟାମ ଜିନିଷ ସବୁ ନଷ୍ଟ ହୋଇଗଲାଣି । ସହର ମଧ୍ୟରେ କିଛି ବୟସ୍କ ଲୋକଙ୍କ ପାଇଁ ଚାଲିବା ପାଇଁ ପାର୍କ ନଥିବାରୁ ଏହି ପାର୍କ ଆଶା ସଞ୍ଚାର କରିଥିଲା । କିନ୍ତୁ ଏହା ବନ୍ଦ ଥିବାରୁ ସେମାନେ ନିରାଶ ହୋଇଛନ୍ତି ।

ଏହି ପାର୍କକୁ ଯଥାଶୀଘ୍ର ଖୋଲିବାକୁ ଦାବି କରିଛନ୍ତି ପୂର୍ବତନ କାଉନସିଲର। ଏନେଇ ପୌରନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ଏହି ପାର୍କ ମଧ୍ୟରେ ଏକ ଅତ୍ୟାଧୁନିକ ଶୌଚାଳୟ ନିର୍ମାଣ କରାଯାଉଛି । ଏହି ଶୌଚାଳୟ ନିର୍ମାଣ ପରେ ଏହାକୁ ଖୋଲି ଦିଆଯିବ ବୋଲି ପ୍ରକାଶ କରିଛନ୍ତି।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ବନ୍ଦ ପଡିଛି ପରିବେଶ ଉଦ୍ୟାନ । କେବେ ଖୋଲା ହେବ ଅପେକ୍ଷା ରେ ପୋୖରବାସୀ

Body:ଦିନକୁ ଦିନ ସବୁ ସହରରେ ବଡ଼ ବଡ଼ ବୃକ୍ଷ ସବୁ କାଟି ସଫା କରିଦିୟା ଗଲାଣି । ଏହାର ସ୍ଥାନ ନେଉଛି ବହୁତଳ ବିଶିଷ୍ଟ କଂକ୍ରିଟ ଜଙ୍ଗଲ । ଏହି କଂକ୍ରିଟ ଜଙ୍ଗଲ ରୁ ଶୁଦ୍ଧ ପବନ ବାହାରୁ ନଥିବାରୁ ସହର ମଧ୍ୟରେ କୁତ୍ରିମ ପରିବେଶ ଉଦ୍ୟାନ ମାନ ସୃଷ୍ଟି କରାଯାଉଛି । ଏଥିପାଇଁ ଖର୍ଚ୍ଚ ହେଉଛି ଲକ୍ଷ ଲକ୍ଷ ଟଙ୍କା । କେନ୍ଦୁଝର ପରି ବଣପାହାଡ଼ ଘେରା ଜିଲ୍ଲାରେ ଏହି ଟଙ୍କା ଯେପରି ଧର୍ମକୁ ଆଖିଠାର ଭଳି ଲାଗୁଛି । କେନ୍ଦୁଝର ପୌରପାଳିକା ୨୦୧୭ ମସିହାରେ ଡିଏମଏଫ ରୁ ଉଣେଇସି ଲକ୍ଷ ଟଙ୍କା ବ୍ୟୟ କରି ସହର ମଧ୍ୟସ୍ଥଳୀରେ ଏକ ପରିବେଶ ଉଦ୍ୟାନ ସୃଷ୍ଟି କରିଥିଲେ । କିନ୍ତୁ ଏହି ପରିବେଶ ଉଦ୍ୟାନ ଉଦଘାଟନ ହେବା ପର ଠାରୁ ତାଲା ପଡିଛି । ଏହି ପାର୍କ ମଧ୍ୟରେ ନିତ୍ୟ ବ୍ୟାୟାମ ଜିନିଷ ସାଙ୍ଗକୁ ଚାଲିବା ପାଇଁ ଚଲାପଥ ମଧ୍ୟ ନିର୍ମାଣ କରାଯାଇଥିଲା । ଏହା ସହ ବହୁ ମୂଲ୍ୟବାନ ବୃକ୍ଷ ମଧ୍ୟ ରୋପଣ କରଯାଇଥିଲା । ଏହି ପାର୍କ ବନ୍ଦ ହେବା ଯୋଗୁଁ ଏହି ମୂଲ୍ୟବାନ ବୃକ୍ଷ ସାଙ୍ଗକୁ ବ୍ୟାୟାମ ଜିନିଷ ସବୁ ନଷ୍ଟ ହୋଇଗଲାଣି । ସହର ମଧ୍ୟରେ କିଛି ବୟସ୍କ ଲୋକଙ୍କ ପାଇଁ ଚାଲିବା ପାଇଁ ପାର୍କ ନଥିବାରୁ ଏହି ପାର୍କ ଆଶା ସଞ୍ଚାର କରିଥିଲା । କିନ୍ତୁ ଏହା ବନ୍ଦ ଥିବାରୁ ସେମାନେ ନିରାଶ ହୋଇଛନ୍ତି । ଏହି ପାର୍କ କୁ ଯଥାଶୀଘ୍ର ଖୋଲିବାକୁ ଦାବି କରିଛନ୍ତି ପୂର୍ବତନ କାଉନସିଲର। ଏନେଇ ପୌରନିର୍ବାହୀ ଅଧିକାରୀ ଙ୍କୁ ପଚାରିବାରୁ ଏହି ପାର୍କ ମଧ୍ୟରେ ଏକ ଅତ୍ୟାଧୁନିକ ଶୌଚାଳୟ ନିର୍ମାଣ କରାଯାଉଛି । ଏହି ଶୌଚାଳୟ ନିର୍ମାଣ ପରେ ଏହାକୁ ଖୋଲି ଦିଆଯିବ ବୋଲି ପ୍ରକାଶ କରିଛନ୍ତି।

ବାଇଟ-୧-ରମାକାନ୍ତ ମହାନ୍ତି ( ବରିଷ୍ଠ ନାଗରିକ)
ବାଇଟ-୨-ବରଦା ପ୍ରସନ୍ନ ଦାସ ( ପୂର୍ବତନ କାଉନସିଲର)
ବାଇଟ-୩-ନିରଞ୍ଜନ ଜେନା ( ପୋୖର ନିର୍ବାହୀ ଅଧିକାରୀ)

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.