ETV Bharat / state

ଆଦିବାସୀ ମହିଳାଙ୍କ ପାଇଁ ଆତ୍ମନିର୍ଭରଶୀଳତାର ଉଦାହରଣ ‘ଅନିତା ମହାନ୍ତି’ - କେନ୍ଦୁଝରର ଅନିତା ମହାନ୍ତି

ଅନିତା ପ୍ରଥମେ ଜଣେ ଗୃହିଣୀ ଥିଲେ । ଏପରି ଘରେ ବସିଥିବାବେଳେ ୟୁଟ୍ୟୁବରେ ମହିଳାମାନେ କିପରି ଅଗରବତୀ ତିଆରି କରି ନିଜେ ରୋଜଗାରକ୍ଷମ ହୋଇପାରୁଛନ୍ତି ଦେଖିଲେ । ଏହାପରେ ସ୍ବାମୀଙ୍କ ସହଯୋଗରେ ଜିଲ୍ଲା ଶିଳ୍ପ କେନ୍ଦ୍ର ସହ ଯୋଗାଯୋଗ କରି ଅଗରବତୀ ଫ୍ୟାକ୍ଟ୍ରି ଗଢିବା ପାଇଁ ସରକାରୀ ସହାୟତା ପାଇଥିଲେ ।

keonjhar's anita mohanty, successful woman enterprneour anita mohanty, anita mohanty, keonjhar latest news, hope to tribal women anita mohanty, ଅନିତା ମହାନ୍ତି, କେନ୍ଦୁଝର ଲାଟେଷ୍ଟ ନ୍ୟୁଜ୍‌, କେନ୍ଦୁଝରର ଅନିତା ମହାନ୍ତି, ଆଦିବାସୀ ମହିଳାଙ୍କ ମାର୍ଗଦର୍ଶକ ଅନିତା ମହାନ୍ତି
ଆଦିବାସୀ ମହିଳାଙ୍କ ପାଇଁ ଆତ୍ମନିର୍ଭରଶୀଳତାର ଉଦାହରଣ ‘ଅନିତା ମହାନ୍ତି’
author img

By

Published : Mar 7, 2020, 7:24 AM IST

କେନ୍ଦୁଝର: ମହିଳା ଆଉ ଘର କୋଣରେ ସୀମିତ ହୋଇ ରହି ନାହିଁ । ସିଏ ବି ଆଜି ଘରୁ ବାହାରି ଅଫିସ ସମ୍ଭାଳିବା ସହ ଚନ୍ଦ୍ରପୃଷ୍ଠରେ ପାଦ ଥାପିବାରେ ସଫଳ ହୋଇଛି । ଆଜିର ମହିଳା କୌଣସି କ୍ଷେତ୍ରରେ ପୁରୁଷଙ୍କଠାରୁ ପଛରେ ହୋଇ ରହିନାହାଁନ୍ତି । ମହିଳା ଆଜି ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟକୁ ମଧ୍ୟ କରିପାରୁଛନ୍ତି ଆତ୍ମନିର୍ଭରଶୀଳ । ଏପରି ଜଣେ ସ୍ବାବଲମ୍ବୀ ମହିଳା ହେଉଛନ୍ତି କେନ୍ଦୁଝର ଜିଲ୍ଲାର ସଫଳ ଉଦ୍ୟୋଗୀ ଅନିତା ମହାନ୍ତି ।

ପୁରୁଷ ପ୍ରଧାନ ସମାଜରେ ମହିଳାମାନେ ଏବେ ନିଜେ ଘରୁ ଗୋଡ଼ କାଢି ସ୍ବାବଲମ୍ବୀ ହେଇପାରୁଛନ୍ତି । ନିଜେ ଉଦ୍ୟମରେ ଉଦ୍ୟୋଗ ମଧ୍ୟ ଗଢି ଅନ୍ୟକୁ ରୋଜଗାରକ୍ଷମ କରିପାରୁଛନ୍ତି । ମହିଳାଙ୍କୁ ଏକ୍ଷେତ୍ରରେ ଆଗକୁ ବଢ଼ିବାରେ ସରକାର ମଧ୍ୟ ସହଯୋଗର ହାତ ବଢେଇଛନ୍ତି । ଘର ହାଣ୍ଡିଶାଳରୁ ସଫଳ ଉଦ୍ୟୋଗୀ ହୋଇ ପାରିଛନ୍ତି କେନ୍ଦୁଝର ସହରର ଅନିତା ମହାନ୍ତି । ଅନିତା ଏକ ଅଗରବତୀ ଫ୍ୟାକ୍ଟ୍ରି କରି ନିଜେ ସ୍ବାବଲମ୍ବୀ ହେବା ସହ 15ରୁ ଊର୍ଦ୍ଧ୍ବ ମହିଳାଙ୍କୁ ରୋଜଗାରକ୍ଷମ କରିପାରିଛନ୍ତି ।

ଆଦିବାସୀ ମହିଳାଙ୍କ ପାଇଁ ଆତ୍ମନିର୍ଭରଶୀଳତାର ଉଦାହରଣ ‘ଅନିତା ମହାନ୍ତି’

ଅନିତା ପ୍ରଥମେ ଜଣେ ଗୃହିଣୀ ଥିଲେ । ଏପରି ଘରେ ବସିଥିବାବେଳେ ୟୁଟ୍ୟୁବରେ ମହିଳାମାନେ କିପରି ଅଗରବତୀ ତିଆରି କରି ନିଜେ ରୋଜଗାରକ୍ଷମ ହୋଇପାରୁଛନ୍ତି ଦେଖିଲେ । ଏହାପରେ ସ୍ବାମୀଙ୍କ ସହଯୋଗରେ ଜିଲ୍ଲା ଶିଳ୍ପ କେନ୍ଦ୍ର ସହ ଯୋଗାଯୋଗ କରି ଅଗରବତୀ ଫ୍ୟାକ୍ଟ୍ରି ଗଢିବା ପାଇଁ ସରକାରୀ ସହାୟତା ପାଇଥିଲେ । ଶିଳ୍ପକେନ୍ଦ୍ର ସହାୟତାରେ ତାଲିମ ପାଇବା ପରେ ଅଗରବତୀ ତିଆରି କରିବା ଆରମ୍ଭ କରିଥିଲେ । ପ୍ରଥମେ ଗୋଟିଏ ମେସିନ ପକାଇ ମାତ୍ର ଦୁଇ-ତିନି ଜଣ ବେରୋଜଗାର ମହିଳାଙ୍କୁ ନେଇ ଆରମ୍ଭ କରିଥିବା ଫ୍ୟାକ୍ଟ୍ରିରେ ଏବେ 15ରୁ ଊର୍ଦ୍ଧ୍ବ ମହିଳାଙ୍କ ପରିବାରରେ ହସ ଫୁଟାଇ ପାରିଛନ୍ତି ଅନିତା ।

ପୂର୍ବରୁ ଅଗରବତୀ ସାମାନ୍ୟ ପ୍ୟାକ କରି ବିକୁଥିବାବେଳେ ବର୍ତ୍ତମାନ ଚାହିଦା ବଢିବାରୁ ବୈତରଣୀର ଉତ୍ପତ୍ତିସ୍ଥଳ ‘ଗୁପ୍ତଗଙ୍ଗା’ ନାମରେ ଅଗରବତୀ ବିକ୍ରି କରୁଛନ୍ତି । ଏହି ଗୁପ୍ତଗଙ୍ଗା ଅଗରବତୀ ବର୍ତ୍ତମାନ କେନ୍ଦୁଝର ଜିଲ୍ଲା ସହ ଅନ୍ୟ ପାଞ୍ଚରୁ ଊର୍ଦ୍ଧ୍ବ ଜିଲ୍ଲାମାନଙ୍କରେ ବିକ୍ରି ହେଉଛି । ଅନିତା ଏହି ଅଗରବତୀ ଫ୍ୟାକ୍ଟ୍ରିର ଅଗରବତୀ ତିଆରି କରିବାଠାରୁ ମାର୍କେଟିଂ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ନିଜେ ତୁଲାଇଥାନ୍ତି ।

ପାଞ୍ଚ ଲକ୍ଷ ଟଙ୍କାର ସରକାରୀ ସହାୟତାରେ ଆରମ୍ଭ ହୋଇଥିବା ଏହି ଫ୍ୟାକ୍ଟ୍ରି ବର୍ତ୍ତମାନ ବାର୍ଷିକ ପାଞ୍ଚ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଲାଭ ପାଇପାରୁଛି । ଏହି ଅଗରବତୀ ଫ୍ୟାକ୍ଟ୍ରିରେ କାର୍ଯ୍ୟ କରି ବହୁ ଗୃହିଣୀ ନିଜେ ପରିବାର ପାଇଁ ଆର୍ଥିକ ସାହାଯ୍ୟ ଯୋଗାଇବାରେ ସକ୍ଷମ ହୋଇପାରିଛନ୍ତି । ଆଦିବାସୀ ବହୁଳ ଏହି ଜିଲ୍ଲାରେ ଅନିତା ଆଗାମୀ ଦିନରେ ଦୁଇ ଶହରୁ ଊର୍ଦ୍ଧ୍ବ ମହିଳାଙ୍କୁ ରୋଜଗାରକ୍ଷମ କରିବାକୁ ଲକ୍ଷ୍ୟ ରଖିଛନ୍ତି । ସ୍ବାବଲମ୍ବୀ ଅନିତାଙ୍କୁ ଜିଲ୍ଲା ଶିଳ୍ପ କେନ୍ଦ୍ର ବହୁ ବାଣିଜ୍ୟମେଳା ଆଦିରେ ସୁଯୋଗ ଦେଇ ତାଙ୍କୁ ଅଧିକ ସ୍ବାବଲମ୍ଵନ କରିବାରେ ସହାୟକ ହେଉଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.