ETV Bharat / state

ମୌଳିକ ଅଧିକାରରୁ ବଞ୍ଚିତ ଅଙ୍ଗନବାଡିକର୍ମୀ; ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଦାବିପତ୍ର - anganwadi worker

ମୌଳିକ ଅଧିକାରରୁ ବଞ୍ଚିତ ହେଉଛନ୍ତି ଅଙ୍ଗନବାଡି କର୍ମଚାରୀ । ଏନେଇ ଆଜି ଅଲ ଓଡିଶା ଅଙ୍ଗନବାଡି ଲେଡିଜ ଆସୋସିଏସନ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ 8 ଦଫା ଦାବିପତ୍ର ଓ ମୁଖ୍ୟମନ୍ତ୍ରୀଙ୍କୁ 11 ଦଫା ଦାବିପତ୍ର ପ୍ରଦାନ କରାଯାଇଛି ।

ଅଙ୍ଗନବାଡ଼ି କର୍ମୀଙ୍କ ମୌଳିକ ଅଧିକାର ଦାବିରେ ଦାବିପତ୍ର ପ୍ରଦାନ

author img

By

Published : Feb 18, 2021, 12:36 PM IST

କେନ୍ଦୁଝର: ମୌଳିକ ଅଧିକାର ଦାବିରେ ଆଜି ଅଲ ଓଡିଶା ଅଙ୍ଗନବାଡି ଲେଡିଜ ଆସୋସିଏସନ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ 8 ଦଫା ଦାବିପତ୍ର ଓ ମୁଖ୍ୟମନ୍ତ୍ରୀଙ୍କୁ 11 ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଅଙ୍ଗନବାଡି କର୍ମୀମାନେ ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ ଅଧୀନରେ ବିଭିନ୍ନ ଯୋଜନାରେ କାର୍ଯ୍ୟ କରୁଛନ୍ତି । କିନ୍ତୁ ତାଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ପ୍ରଦାନ କରାଯାଉନାହିଁ ।

ଅଙ୍ଗନବାଡ଼ି କର୍ମୀଙ୍କ ମୌଳିକ ଅଧିକାର ଦାବିରେ ଦାବିପତ୍ର ପ୍ରଦାନ

ଦିନ ରାତି ଏକ କରି କାର୍ଯ୍ୟ କରୁଥିଲେ ମଧ୍ୟ ତାଙ୍କୁ ମୌଳିକ ଅଧିକାରରୁ ବଞ୍ଚିତ କରାଯାଉଛି । ଏନେଇ ପ୍ରଧାନମନ୍ତ୍ରୀ ଓ ମୁଦ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । ଆଜି ଶତାଧିକ ଅଙ୍ଗନବାଡି କର୍ମୀ ଜିଲ୍ଲାପାଳଙ୍କୁ ଏହି ଦାବିପତ୍ର ପ୍ରଦାନ କରିଛନ୍ତି । ଯଥାଶୀଘ୍ର ଏହି ଦାବି ଗୁଡିକୁ କେନ୍ଦ୍ର ଓ ରାଜ୍ୟ ସରକାର ମାନିବାକୁ ଅନୁରୋଧ କରିଛି ଆସୋସିଏସନ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.