ETV Bharat / state

ବଢୁଛି ବୈତରଣୀର ଜଳସ୍ତର, ଆତଙ୍କିତ ତଳିଆ ଅଞ୍ଚଳ ଲୋକେ - କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ

ଲଘୁଚାପ ବର୍ଷା ପ୍ରଭାବରେ ବଢୁଛି ବୈତରଣୀର ଜଳସ୍ତର । କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ ରେ ଭୟଭୀତ ଅବସ୍ଥାରେ ଲୋକେ । ଅଧିକ ପଢନ୍ତୁ

ବଢୁଛି ବୈତରଣୀର ଜଳସ୍ତର, ଆତଙ୍କିତ ତଳିଆ ଅଞ୍ଚଳ ଲୋକେ

author img

By

Published : Aug 21, 2022, 3:25 PM IST

Updated : Aug 21, 2022, 3:41 PM IST

କେନ୍ଦୁଝର: ଅବପାତ ପ୍ରଭାବରୁ ବଢ଼ିଛି ବୈତରଣୀ ନଦୀର ଜଳସ୍ତର । ଶନିବାର ସନ୍ଧ୍ୟାରେ ବୈତରଣୀ ନଦୀର ଜଳସ୍ତର ଆନନ୍ଦପୁର ଠାରେ ବିପଦ ସଙ୍କେତ ପାର କରିଛି । ସେପଟେ ରାତି ସାରା ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ତଳିଆ ଅଞ୍ଚଳ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

ବଢୁଛି ବୈତରଣୀର ଜଳସ୍ତର, ଆତଙ୍କିତ ତଳିଆ ଅଞ୍ଚଳ ଲୋକେ

ଏହା ବି ପଢନ୍ତୁ- ଗଭୀର ଅବପାତର ରୂପନେଲା ଲଘୁଚାପ, କେନ୍ଦୁଝର ଜିଲ୍ଲା ପ୍ରଶାସନ ସଜାଗ

ଆନନ୍ଦପୁର ଠାରେ ବିପଦ ସଙ୍କେତ ୩୮.୩୬୦ ଥିବା ବେଳେ ଦିନ ୧୦ଟାରେ ଜଳସ୍ତର ୩୮.୬୧୦ ଅଛି । ଯାହାକୁ ନେଇ ତଳିଆ ଅଞ୍ଚଳ ଲୋକ ଆତଙ୍କିତ ହୋଇପଡିଛନ୍ତି । ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକର ରାଘବପୁର, ଆମ୍ବୋ ଗାଁ ଭିତରେ ବନ୍ୟା ଜଳ ପ୍ରବେଶ କରିବା ସହ ଆନନ୍ଦପୁର ବ୍ଳକ ଟୁକୁଣା କୁଣ୍ଡେଶ୍ଵର ଶିବ ମନ୍ଦିର ମଧ୍ୟ ବନ୍ୟା ଜଳ ଘେରରେ ରହିଛି । ସେହିପରି ଘଷିପୁରା ବ୍ଲକ ଶାଳଦେଇ ପଞ୍ଚାୟତର ନପଗାଁ, ବେଲଦା ଗ୍ରାମର ଲୋକେ ମଧ୍ୟ ପାଣି ଘେରରେ ରହିଛନ୍ତି । ଏ ନେଇ ପ୍ରଶାସନ ପ୍ରସ୍ତୁତ ଥିବା କହିଛି ।

ଇଟିଭି ଭାରତ, କେନ୍ଦୁଝର

Last Updated : Aug 21, 2022, 3:41 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.