ETV Bharat / state

ମହୁମାଛି ଆକ୍ରମଣରେ ଆନନ୍ଦପୁର ବିଧାୟକ ଆହତ - ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ମହୁ ମାଛି ଆକ୍ରମଣରେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ ଆହତ ହୋଇଥିବା ଜଣାପଡିଛି । ହାତ ଓ ମୁଣ୍ଡରେ ଆଘାତ ଲାଗିଥିବା ସୂଚନା । ଅଧିକ ପଢନ୍ତୁ

mla bhagirathi sethi injured after bee attack

author img

By

Published : Feb 4, 2023, 11:49 AM IST

Updated : Feb 4, 2023, 12:22 PM IST

mla bhagirathi sethi injured after bee attack

କେନ୍ଦୁଝର: ମହୁମାଛି ଆକ୍ରମଣରେ ଆନନ୍ଦପୁର ବିଧାୟକ ଆହତ । ମର୍ଣ୍ଣିଂ ଓ୍ବାକରେ ଯାଉଥିବା ବେଳେ ମହୁମାଛି ଆକ୍ରମଣର ଶିକାର ହେଲେ ବିଧାୟକ ଭାଗିରଥୀ ସେଠୀ । ଆହତ ଅବସ୍ଥାରେ ତାଙ୍କୁ ଆନନ୍ଦପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ଶରୀରର ପ୍ରାୟ 20ରୁ 25ଟି ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିବାରୁ ହସ୍ପିଟାଲରେ ଚିକିତ୍ସା ଜାରି ରହିଛି । ବିଧାୟକଙ୍କ ସ୍ବାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ରହିଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ, ବିଧାୟକ ଭାଗିରଥୀ ସେଠୀ ଆଜି ସକାଳ ସମୟରେ ଏକାକି ମର୍ଣ୍ଣିଂ ଓ୍ବାକ କରୁଥିବା ସମୟରେ ଆନନ୍ଦପୁର ବ୍ଲକ୍ ଛକ ଠାରେ ହଠାତ୍‌ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ । ଫଳରେ ମହୁମାଛିଙ୍କ କବଳରୁ ନିଜକୁ ରକ୍ଷା କରିବାକୁ ଯାଇ ବିଧାୟକ ନିକଟସ୍ଥ ଏକ କ୍ଲବ୍ କାର୍ଯ୍ୟାଳୟକୁ ଦୌଡି ପଳାଇଥିଲେ । ଏହା ସତ୍ତ୍ବେ ମଧ୍ୟ ମହୁମାଛିଙ୍କ ଆକ୍ରମଣ ଯୋଗୁଁ ବିଧାୟକଙ୍କ ଶରୀରରେ ପ୍ରାୟ ୨୦ରୁ ୨୫ ଟି ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି ।

ଏହା ଦେଖି ସ୍ଥାନୀୟ ଲୋକ ବିଧାୟକଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଡାକ୍ତରଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ତେବେ ଭାଗିରଥୀ ସେଠୀଙ୍କ ହାତ ଓ ମୁଣ୍ଡରେ ଆଘାତ ଲାଗିଛି । ସ୍ଥାନୀୟ ବ୍ଲକ ଅଫିସ ନିକଟରେ ଏକ ଗଛରେ ମହୁ ଫେଣା ହୋଇଥିବା କୁହାଯାଉଛି । ଉକ୍ତ ମହୁ ଫେଣାକୁ କେହି ପଥର ମାରିବା ପରେ ମହୁମାଛି ଘୁରି ବୁଲି ବିଧାୟକଙ୍କୁ ଆକ୍ରମଣ କରିଥିଲେ । ତେବେ ଅନ୍ୟ କେହି ମହୁମାଛି ଆକ୍ରାମଣର ଶିକାର ହୋଇଛନ୍ତି ନା ନାହିଁ ସେନେଇ ସୂଚନା ମିଳିପାରି ନାହିଁ ।

ଗତ ଡିସେମ୍ବର ମାସରେ ରାୟଗଡାରେ ଜଣେ ମହିଳା ମହୁମାଛି ଆକ୍ରମଣର ଶିକାର ହୋଇଥିଲେ। ଏହାପରେ ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଖବରପାଇ ଦୋରାଗୁଡା ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ମୃତ ମହିଳା ଜଣଙ୍କ ହେଉଛନ୍ତି କାଶୀପୁର ବ୍ଲକ କମ୍ପର ଗ୍ରାମରେଉଜରମତୀ ଭତ୍ରା। ଗତ 2022 ସେପ୍ଟେମ୍ବର ମାସରେ କଳାହାଣ୍ଡି ଜିଲ୍ଲା କଲମପୁର ଦୁର୍ଗା ମାଧବ ହାଇସ୍କୁଲରେ ମହୁମାଛି ଆକ୍ରମଣ ଖବର ଆସିଥିଲା । ଫଳରେ ପାଞ୍ଚ ଜଣ ଛାତ୍ର ଗୁରୁତର ହୋଇଥିବା ବେଳେ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଇଟିଭି ଭାରତ, କେନ୍ଦୁଝର

Last Updated : Feb 4, 2023, 12:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.