ETV Bharat / state

ଆସିପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହା ହେଲେ ରୋଗୀ - patient was taken to bed

ବାରମ୍ବାର ଅଭିଯୋଗ ସତ୍ତ୍ବେ ତିଆରି ହୋଇ ପାରୁନି ଘାଗରା ନାଳ ଉପର ପୋଲ । ବହୁ ଅସୁବିଧା ଭୋଗୁଛନ୍ତି ପଇତାପାଣି ଗାଁ ଲୋକେ । ଅଧିକ ପଢନ୍ତୁ...

ଆସିପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହା ହେଲେ ରୋଗୀ

author img

By

Published : Aug 27, 2020, 11:57 AM IST

ଆନନ୍ଦପୁର: ଆନନ୍ଦପୁର ବ୍ଲକ କଣ୍ଟିପାଳ ପଞ୍ଚାୟତ ପଇତାପାଣି ଗାଁରେ ପୁଣି ଏକ ନଗ୍ନ ଚିତ୍ର ସାମ୍ନାକୁ ଆସିଛି । ରାସ୍ତା ଖରାପ ହେତୁ ଆମ୍ବୁଲାନ୍ସ ନ ଆସିବାରୁ ପେଟ ଯନ୍ତ୍ରଣାରେ ପୀଡିତା ନାବାଳିକାଙ୍କୁ ୨ କିମି ବାଟ ଖଟିଆରେ ବୋହି ଡାକ୍ତରଖାନା ନିଆଯାଇଛି ।

ସୂଚନା ମୁତାବକ, ଗାଁର ସ୍ୱର୍ଗତ ଭାଗିରଥି ହୋ ଙ୍କ ୧୧ ବର୍ଷର ଝିଅର ପେଟରେ ଭୀଷଣ ଯନ୍ତ୍ରଣା ହେବାରୁ ଡାକ୍ତରଖାନା ନେବାକୁ ବାହାରିଥିଲେ ପରିବାର ଲୋକେ । ହେଲେ ଗାଡି ପହଞ୍ଚି ନ ପାରିବାରୁ, ବାଧ୍ୟ ହୋଇ ଖଟିଆରେ ବୋହି ପୀଡିତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛ।

ଆସିପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହା ହେଲେ ରୋଗୀ

ତେବେ ପଇତାପାଣି ଗାଁ କୁ ଯିବାକୁ ହେଲେ ଘାଗରା ନାଳ ପାର ହୋଇ ଯିବାକୁ ପଡିଥାଏ। କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ ଥିବା ଘାଗରା ନାଳ ଉପର ପୋଲ ପ୍ରାୟ ବର୍ଷେରୁ ଅଧିକ ସମୟ ହେବ ଭୁଶୁଡି ପଡିଥିବାରୁ ଏଭଳି ସମସ୍ୟା ଉପୁଜିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏନେଇ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ଅନୁପସ୍ଥିତ ଥିବାରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.