ଆନନ୍ଦପୁର: ହାଟଡିହି ତହସିଲ ଅଧୀନରେ ଥିବା ଗୋବିନ୍ଦପୁର ବାଲିଘାଟ ଟେଣ୍ଡରକୁ ନେଇ ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି । ଏ ନେଇ ସଠିକ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କୁ ଦାବି କରିଛନ୍ତି ଅଭିଯୋଗକାରୀ ।
ବାଲିଘାଟ ଟେଣ୍ଡରକୁ ନେଇ ଜାଲିଆତି ହୋଇଥିବା ଅଭିଯୋଗ କରି ତହସିଲ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନ କରିଛନ୍ତି ଅଭିଯୋଗକାରୀ । ଟେଣ୍ଡରରେ ଭାଗ ନେଇଥିବା ନିଲାମଧାରୀମାନଙ୍କ ମଧ୍ୟରୁ ନିଲାମ ପାଇଥିବା ବ୍ୟକ୍ତି ସଠିକ କାଗଜପତ୍ର ଦାଖଲ କରିନଥିବା ଅଭିଯୋଗ ହୋଇଛି । ଯଥାଶୀଘ୍ର କାଗଜପତ୍ର ଯାଞ୍ଚ କରାଯାଇ ପଦକ୍ଷେପ ନେବାକୁ କହିଛନ୍ତି ଅଭିଯୋଗକାରୀ ।
ଏ ମାମଲାର ସଠିକ ତଦନ୍ତ ପାଇଁ ଉପଜିଲ୍ଲାପାଳ,ଜିଲ୍ଲାପାଳଙ୍କୁ ଦରଖାସ୍ତ ଦିଆଯାଇଛି ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ