ETV Bharat / state

ସମବାୟ ସପ୍ତାହରେ ଚାଷୀ ସମାବେଶ - ସମବାୟ ସପ୍ତାହ

୬୯ତମ ନିଖିଳ ଭାରତ ସମବାୟ ସପ୍ତାହ ସାରା ଦେଶରେ ପାଳନ କରାଯାଉଛି । ଏହି ଅବସରରେ କେନ୍ଦୁଝର ଜିଲ୍ଲାରେ ମଧ୍ୟ ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମ ଜାରି ରହିଛି । ଅଧିକ ପଢନ୍ତୁ

ସମବାୟ ସପ୍ତାହରେ ଚାଷୀ ସମାବେଶ
ସମବାୟ ସପ୍ତାହରେ ଚାଷୀ ସମାବେଶ
author img

By

Published : Nov 18, 2022, 10:27 AM IST

କେନ୍ଦୁଝର: ସମବାୟ ସପ୍ତାହରେ ଚାଷୀ ସମାବେଶ । ୬୯ ତମ ନିଖିଳ ଭାରତ ସମବାୟ ସପ୍ତାହ ସାରା ଦେଶରେ ପାଳନ କରାଯାଉଛି । ଏହି ଅବସରରେ କେନ୍ଦୁଝର ଜିଲ୍ଲାରେ ମଧ୍ୟ ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମ ଜାରି ରହିଛି । ଗତ ବୁଧବାର ସ୍ଥାନୀୟ ସଂସ୍କୃତି ଭବନ ଠାରେ ଏହି ସପ୍ତାହ ଉପଲକ୍ଷେ ଚାଷୀ ସମାବେଶ ଅନୁଷ୍ଠିତ ହୋଇଛି ।

ସମବାୟ ସପ୍ତାହରେ ଚାଷୀ ସମାବେଶ

ନବ ନିର୍ଵାଚିତ କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ, ଜିଲ୍ଲା ସମବାୟ ସଂଘ ସଦସ୍ୟଙ୍କୁ ନେଇ ଏହି ଚାଷୀ ସମାବେଶ ଅନୁଷ୍ଠିତ ହୋଇଥିଲା । କେନ୍ଦୁଝର ସମବାୟ ବ୍ୟାଙ୍କ ଏକ ଅଗ୍ରଣୀ ବ୍ୟାଙ୍କର ମାନ୍ୟତା ପାଇଥିବା ବେଳେ ଆଗାମୀ ଦିନରେ ଏହାର ଅଧିକ ଉନ୍ନତି ପାଇଁ ସମସ୍ତ ପ୍ରଚେଷ୍ଟା ଜାରି ରଖିବାକୁ ସମାବେଶରେ ଆଲୋଚନା ହୋଇଥିଲା । ସମାବେଶ ଅବସରରେ ଜିଲ୍ଲାରେ ସମବାୟର ବିକାଶ ଓ ଭବିଷ୍ୟତ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଆଲୋଚନା ଚକ୍ରରେ ବହୁ ପୁରାତନ ସମବାୟବିତ ବ୍ୟାଙ୍କ ଅଧିକାରୀଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଅଂଶଗ୍ରହଣ କରି ସମବାୟର ଉପକାରିତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । କୃଷି ଓ କୃଷକରୁ ଉନ୍ନତୀକୁ ସମବାୟ ବ୍ୟାଙ୍କ ପ୍ରାଧାନ୍ୟ ଦେବା ଉପରେ ଫୋକସ କରାଯାଇଛି । କାର୍ଯ୍ୟକ୍ରମରେ ସମବାୟ ସମିତି ପକ୍ଷରୁ ଚାଷୀଙ୍କୁ ଦିଆଯାଉଥିବା ଆର୍ଥିକ ସହାୟତା ଓ ଏହାର କାର୍ଯ୍ୟକାରିତା ଉପରେ ଆଲୋଚନା ହୋଇଥିଲା ।

ଏହା ବି ପଢନ୍ତୁ...ପ୍ରଥମାଷ୍ଟମୀରେ ନିଆରା ପରମ୍ପରା, ନୂଆବସ୍ତ୍ର ପିନ୍ଧି ପାହାଡ଼ରୁ ଟେକା ପଥର ଗଡାନ୍ତି ପୋଢୁଆଁ ପୁଅଝିଅ

ଏହି ଅବସରରେ ଜିଲ୍ଲାରେ ବ୍ୟାଙ୍କ ଋଣ ନେଇ ପାରଦର୍ଶିତା ଦେଖାଇଥିବା ଚାଷୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ସହ ସମବାୟ ବ୍ୟାଙ୍କ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.