ETV Bharat / state

କରୁଣାମୟୀ ଘଟଗାଁ ରାଣୀ, ଦର୍ଶନ କରନ୍ତୁ ମାଆ ତାରିଣୀଙ୍କ ଦିବ୍ୟ ଆଳତୀ - ମାଆ ତାରିଣୀଙ୍କ ଦିବ୍ୟ ଆଳତୀ

ଶୁଭମୟ ହେବ ଦିନ । ପ୍ରଭାତରୁ ଦର୍ଶନ କରନ୍ତୁ ଘଟଗାଁ ରାଣୀ ମାଆ ତାରିଣୀଙ୍କ ଆଳତୀ ।

ତାରିଣୀଙ୍କ ଦିବ୍ୟ ଆଳତୀ
ତାରିଣୀଙ୍କ ଦିବ୍ୟ ଆଳତୀ
author img

By

Published : Feb 15, 2023, 6:44 AM IST

ତାରିଣୀଙ୍କ ଦିବ୍ୟ ଆଳତୀ

କେନ୍ଦୁଝର: ଜୟ ମାଆ ତାରିଣୀ । ସିନ୍ଦୁର ମୁହିଁ ସେ ମାଆ ତାରିଣୀ । ମାଆ ତାରିଣୀଙ୍କ ମହିମା ଅପାର । ଭକ୍ତର ମାଆ ସେ । ଯେମିତି ସନ୍ତାନ ଡାକିଲେ ମାଆ ଓଃ କରେ ସେମିତି ଭକ୍ତଟି ଭକ୍ତିରେ ମାଆ ତାରିଣୀଙ୍କୁ ଡାକିଲେ ସେ ମଧ୍ୟ ଓଃ କରେ । ମାଆ ତାରିଣୀଙ୍କୁ ଟିକେ ଦର୍ଶନ ପାଇଁ କାହିଁ କେତେ ବାଟରୁ ଭକ୍ତଟି ଧାଇଁ ଆସିଥାଏ । ମାଆ ତାରିଣୀଙ୍କ ଆଳତୀ ଦର୍ଶନ କଲେ ଜୀବନର ସବୁ ପାପକ୍ଷୟ ହୋଇଥାଏ । ମାଆଙ୍କ ଅଶେଷ କୃପା ମିଳିଥାଏ ବୋଲି ବିଶ୍ବାସ ରହିଛି । ପ୍ରତିଦିନ ପ୍ରଭାତରୁ ଘଟଗାଁ ପୀଠରେ ମାଆଙ୍କର ଦିବ୍ୟ ଆଳତୀ କରାଯାଏ ।ସକାଳୁ ସକାଳୁ ଦର୍ଶନ କରନ୍ତୁ ମାଆ ତାରିଣୀଙ୍କ ଦିବ୍ୟ ଆଳତୀ । ପ୍ରଭାତରୁ ପୂଜକ ଓ ସେବାୟତ ମାଆଙ୍କ ଆଳତୀ କରିଛନ୍ତି । ନାଲି ମନ୍ଦାର ମାଳରେ ଝଟକୁଛନ୍ତି ଘଟଗାଁ ରାଣୀ । ଘଣ୍ଟ ଘଣ୍ଟା, ଶଙ୍ଖ, ହୁଳହୁଳି ହରିବୋଲରେ ମାଆଙ୍କ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହୋଇଛି ମନ୍ଦିର ପରିସର । ମନ୍ଦିରରେ ଏକ ଆଧ୍ୟାତ୍ମିକ ପରିବେଶ । ମାଆଙ୍କ ଆଳତୀକୁ ଚର୍ମ ଚକ୍ଷୁରେ ଦର୍ଶନ କରି କୃତ୍ୟ କୃତ୍ୟ ହୋଇଛନ୍ତି ଶ୍ରଦ୍ଧାଳୁ ।

ମାଆଙ୍କ ପାଖରେ ମାନସିକ କଲେ ତାହା ନିଶ୍ଚୟ ପୂରଣ ହୁଏ ବୋଲି ବିଶ୍ବାସ ରହିଛି । କୁହାଯାଏ ମନସ୍କାମନା କରି ମାଆକୁ ନଡିଆଟିଏ ଯାଚି ଦେଲେ ଭକ୍ତର ମନବାଞ୍ଛା ପୂରଣ ହୁଏ । କେନ୍ଦୁଝର ଜିଲ୍ଲାର ଘଟଗାଁରେ ଥିବା ତାରିଣୀପୀଠ ଓଡିଶାର ଏକ ପ୍ରସିଦ୍ଧ ତୀର୍ଥକ୍ଷେତ୍ର । ଏଠାକାର ଅଧିଷ୍ଠାତ୍ରୀ ଦେବୀ ତାରିଣୀ । ପୁରୀର ତତ୍କାଳୀନ ଗଜପତିଙ୍କ ଆଦେଶକ୍ରମେ ମାଆ ତାରିଣୀଙ୍କ ନୂଆ ମନ୍ଦିର ଘଟଗାଁରେ ଶକ୍ତିପୀଠ ଭାବେ ସ୍ଥାପନ କରାଯାଇଥିଲା । ମାଆଙ୍କ ଦୁଇଟି ପର୍ବ ଚଇତି ଓ ଆଷାଢି ପ୍ରତିବର୍ଷ ପାଳନ ହୁଏ । ଏହି ଦିନ ଘଟଗାଁ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥାଏ । କାହିଁ କେତେ ଦୂରରୁ ମାନସିକ ମାଆଙ୍କ ପୀଠକୁ ଧାଇଁ ଆସିଥାଏ ଭକ୍ତଟି ।

ମାଆଙ୍କର ଚଇତି ଓ ଆଷାଢି ଦୁଇଟି ପର୍ବ ପ୍ରତିବର୍ଷ ପାଳନ ହୁଏ । ଏହି ଦିନ ଘଟଗାଁ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥାଏ । କାହିଁ କେତେ ଦୂରରୁ ମାନସିକ କରି ମାଆଙ୍କ ପୀଠକୁ ଧାଇଁ ଆସିଥାଏ ଭକ୍ତଟି । ମାଆଙ୍କ ମହିମା ସତରେ ଅପାର । ତାଙ୍କ ଶରଣରେ ପଶିଲେ ଜୀବନର ସବୁ ଦୁଃଖ ଦୂର ହୁଏ ବୋଲି ବିଶ୍ବାସ ରହିଛି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.