ଆନନ୍ଦପୁର: ବିଶ୍ବ ପାଳନ କରୁଛି ଏଡସ୍ ଦିବସ । ଦେଶକୁ ଏଚଆଇଭି ମୁକ୍ତ କରିବା ପାଇଁ ହେଉଛି କେତେ କଣ ଯୋଜନା । ଲୋକଙ୍କୁ ସଚେତନ କରିବା ପାଇଁ ଦିଆଯାଉଛି ବାର୍ତ୍ତା । କିନ୍ତୁ ଏଚଆଇଭି ମୁକ୍ତ ହୋଇପାରୁନି ଭାରତ । ଗାଁ ଗହଳିରେ ଏବେବି ଶହ ଶହ ଏଡସ୍ ରୋଗୀ ।
ଆନନ୍ଦପୁର ଉପଖଣ୍ଡରେ ସରକାରୀ ତାଲିକା ହିସାବରେ ଏଠାରେ 87ଜଣ ଏଚଆଇଭି ପଜିଟିଭ୍ ରୋଗୀ ଥିବାବେଳେ 35ଜଣଙ୍କ ମୃତ୍ୟୁ ହୋଇସାରିଛି । ଏବେ ଅଭାବ ଅନଟନ ମଧ୍ୟରେ ଦାଉ ସାଜିଛି ଏଚଆଇଭି ରୋଗ । ସେଥିରେ ସାମିଲ ଅଛନ୍ତି ଘସିପୁରା ବ୍ଲକ ଶାଳାଦେଇ ଗାଁ, ବେହେରା ସାହିର ଟିକି ବେହେରା । ସ୍ବାମୀଠୁ ଟିକିଙ୍କ ଶରୀରକୁ ପରେ ଟିକିଙ୍କୁ ଓ ପରେ ଝିଅକୁ ବର୍ତ୍ତମାନ ଏଚଆଇଭି ।
ଅକାଳରେ ସ୍ବାମୀଙ୍କ ମୃତ୍ୟୁ ପରେ ଟିକି ଓ ତାଙ୍କ 3 ଛୁଆ ବାପଘରେ ଆସି ମୁଣ୍ଡ ଗୁଂଜିଲେ । ମୂଲ ଲାଗି ଯାହା ମିଳେ ସେଥିରେ 4 ପ୍ରାଣୀ କୁଟୁମ୍ବ ଚଳିଥାନ୍ତି । ଏଚଆଇଭିରେ ସ୍ବାମୀଙ୍କ ମୃତ୍ୟୁ ପରେ ନିଜେ ଏଚଆଇଭି ଆକ୍ରାନ୍ତ ବୋଲି ଜାଣିପାରିଥିଲେ ଟିକି ହେଲେ କଟକ ଯାଇ ଔଷଧ ଖାଇବା ପାଇଁ ପାଖରେ ନାହିଁ ସମ୍ବଳ । ନା ନିଜକୁ ଭଲ କରିପାରୁଛନ୍ତି ନା ଝିଅକୁ, ବର୍ତ୍ତମାନ ଉପାୟଶୂନ୍ୟ ଟିକି ।
ତୁରନ୍ତ ସରାକାରୀ ସହାୟତା ମିଳିପାରିଲେ, ନିଜେ ଚିକିତ୍ସିତ ହେବା ସହ ଝିଅକୁ ମଧ୍ୟ ଭଲ କରିପାରନ୍ତେ ବୋଲି ଗୁହାରୀ କରିଛନ୍ତି ଟିକି ।
ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀଙ୍କ ରିପୋର୍ଟ, ଇଟିଭି ଭାରତ