କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପଣ୍ଡାପଡା ଥାନା ଅଞ୍ଚଳରେ ୨୦୧୪ ମସିହାରେ ଜଣେ ନାବାଳିକାକୁ ଅଭିଯୁକ୍ତ ତା ଘରକୁ ବୁଲାଇ ନେବା ବାହାନାରେ ଅନ୍ୟତ୍ର ନେଇ ଯୋର ଜବରଦସ୍ତ ଦୁଷ୍କର୍ମ କରିଥିବା ଘଟଣା ଘଟିଥିଲା ।
ଉକ୍ତ ଘଟଣାର ଶୁଣାଣି କରି କେନ୍ଦୁଝର ଜିଲ୍ଲା ସ୍ବତନ୍ତ୍ର ପକ୍ସୋ କୋର୍ଟ ୯ ଜଣ ସାକ୍ଷୀଙ୍କର ଜବାନବନ୍ଦୀ ଶୁଣିବା ପରେ ଦୋଷୀ ଅନୀଲ ମହାକୁଡକୁ ୩୭୬ (୨) (N) ତଥା ୬ ପକ୍ସୋ ଆଇନ ଅନୁଯାୟୀ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ।
ଏହା ସହ ୫ ହଜାର ଟଙ୍କା ତଥା ୩୬୩ ଆଇନ ଅନୁଯାଇ ୩ ବର୍ଷ ଜେଲଦଣ୍ଡ ସହ ଦୁଇ ହଜାର ଟଙ୍କା ଜରିମାନା କରିଛନ୍ତି । ସମୁଦାୟ ୧୦ ବର୍ଷ ଜେଲଦଣ୍ଡ ଓ ୭ ହଜାର ଟଙ୍କା ଜରିମାନା ସଜା ଶୁଣାଇଛନ୍ତି କୋର୍ଟ ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ