ETV Bharat / state

ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ: ଭତ୍ତା ବୃଦ୍ଧି ଓ ବେକାରୀ ସମସ୍ୟାକୁ ନେଇ ଲଢ଼ିବ ଆପ୍‌

author img

By

Published : Mar 20, 2023, 6:44 PM IST

ଓଡ଼ିଶାରେ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ନେଇ ବର୍ଷିଲା ଆମ ଆଦମୀ ପାର୍ଟି । ବିଭିନ୍ନ ଭତ୍ତା ବୃଦ୍ଧି ଓ ବେରୋଜଗାରୀ ସମସ୍ୟାକୁ ଭିତ୍ତି କରି ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲେଇବା ନେଇ ଆପ ଚେତାବନୀ ଦେଇଛି । ଅଧିକ ପଢ଼ନ୍ତୁ

aam aadmi party press meet
ଆମ ଆଦମୀ ପାର୍ଟିର ଆନ୍ଦୋଳନ ଚେତାବନୀ

ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ

କେନ୍ଦୁଝର: ଓଡ଼ିଶାରେ ବିଧାୟକମାନଙ୍କର ଦରମା ବୃଦ୍ଧି ପୂର୍ବରୁ ବାର୍ଦ୍ଧକ୍ୟ, ବିଧବା ଏବଂ ଭିନ୍ନକ୍ଷମ ଭତ୍ତା ବୃଦ୍ଧି କରିବାକୁ ଦାବି କରିଛି ଆମ ଆଦମୀ ପାର୍ଟି । ମାସିକ ଭତ୍ତା ବାବଦକୁ ପାଞ୍ଚ ଶହରୁ ଦୁଇ ହଜାରକୁ ବୃଦ୍ଧି କରିବାକୁ ଆପ୍‌ ଦାବି କରିଛି । ଏହାସହ ସ୍ଥାନୀୟ କମ୍ପାନୀ ଗୁଡିକରେ ସ୍ଥାନୀୟ ଶିକ୍ଷିତ ଯୁବକ ଯୁବତୀଙ୍କୁ ଚାକିରି ପ୍ରଦାନ ମଧ୍ୟ ଦାବି କରିଛି । ଏନେଇ କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ରାଜ୍ୟ ସଂଯୋଜକ ନିଶିକାନ୍ତ ମହାପାତ୍ର । ଦିନିକିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାର ସାଙ୍ଗଠନିକ ସ୍ଥିତି ଉଦ୍ଦେଶ୍ୟରେ ପଦାଧିକାରୀଙ୍କୁ ନେଇ ସମୀକ୍ଷା କରିଛନ୍ତି ।

ଓଡିଶା ବିଧାନସଭାରେ ସମସ୍ତ ରାଜନୈତିକ ଦଳର ସଦସ୍ୟମାନେ ମିଳିତ ଭାବରେ ସେମାନଙ୍କର ଦରମା ବୃଦ୍ଧି ପାଇଁ ଦାବି କରିଛନ୍ତି l ଦରଦାମ ଅତ୍ୟଧିକ ବଢିଯାଇଥିବାରୁ ସେମାନେ ପାଉଥିବା ୧ ଲକ୍ଷ ଟଙ୍କା ଯଥେଷ୍ଟ ନୁହେଁ ବୋଲି ସେମାନେ ମତ ଦେଇଛନ୍ତି l ଏ ସଂକ୍ରାନ୍ତରେ ଦିଲ୍ଲୀର ଉଦାହରଣ ଦେଇ ଏକ ମିଥ୍ୟା ତଥ୍ୟ ଦେଇଥିବା ଆମ ଆଦମୀ ପାର୍ଟି ଅଭିଯୋଗ କରିଛି । ଦିଲ୍ଲୀରେ ବିଧାୟକମାନେ ୪ ଲକ୍ଷ ଟଙ୍କା ଦରମା ପାଉଛନ୍ତି ଏବଂ ଏମାନେ ମାତ୍ର ଏକ ଲକ୍ଷ ଟଙ୍କା ଦରମା ପାଉଛନ୍ତି l ମାତ୍ର ଏହି ତଥ୍ୟ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଆପ୍‌ କହିଛି ।

ଆପ୍‌ର ରାଜ୍ୟ ସଂଯୋଜକ ନିଶିକାନ୍ତ ମହାପାତ୍ରଙ୍କ କହିବା ଅନୁଯାୟୀ, ଦିଲ୍ଲୀରେ ବିଧାୟକମାନେ ଆଗରୁ ୫୪ ହଜାର ଟଙ୍କା ଦରମା ପାଉଥିଲେ l ଏହି ବର୍ଷ ଫେବୃଆରୀ ମାସରୁ ସେମାନଙ୍କ ଦରମା ୯୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି l ଦିଲ୍ଲୀରେ ବିଧାୟକମାନଙ୍କ ପାଇଁ ଗୃହ ନଥିବାରୁ ଭଡାଘରେ ରୁହନ୍ତି l ଦେଶର ରାଜଧାନୀରେ ଦୀର୍ଘ ବାର ବର୍ଷ ପରେ ବିଧାୟକମାନଙ୍କ ଦରମାକୁ ମାତ୍ର ୯୦ ହଜାର କରାଯାଇଛି l କିନ୍ତୁ ଅତି ଦୁଃଖ ଏବଂ ପରିତାପର ବିଷୟ ଓଡ଼ିଶାରେ ଦିଲ୍ଲୀର ବିଧାୟକମାନଙ୍କ ଦରମା ୪ ଲକ୍ଷ ଟଙ୍କା ବୋଲି ମିଥ୍ୟା ପ୍ରଚାର କରି ଏଠି ଦରମାକୁ ୨ ଲକ୍ଷ ପଚାଶ ହଜାର ଟଙ୍କା କରିବା ପାଇଁ ଉଦ୍ୟମ ହେଉଛି l ଏହା ଜନସାଧାରଣଙ୍କ ପ୍ରତି ପ୍ରତାରଣା ଅଟେ ବୋଲି କହିଛି ଆପ୍‌ ।

ଯଦି ବିଧାୟକମାନେ ଜାଣୁଛନ୍ତି ଦରଦାମ ବହୁତ ବଢିଛି ଏବଂ ଚଳିବାକୁ ଅସୁବିଧା ହେଉଛି ତେବେ ପ୍ରଥମେ ବାର୍ଦ୍ଧକ୍ୟ, ବିଧବା ଏବଂ ଭିନ୍ନକ୍ଷମ ଭତ୍ତାକୁ ଦୁଇ ହଜାର ପାଞ୍ଚଶହ କରିବା ପାଇଁ ଆମ ଆଦମୀ ପାର୍ଟି ଦାବି କରିଛି l ମାତ୍ର ପାଞ୍ଚଶହ ଟଙ୍କାରେ ଚଳିବା ଏହି ବର୍ଗର ଲୋକଙ୍କ ପାଇଁ ଅତ୍ୟନ୍ତ ଯନ୍ତ୍ରଣା ଦାୟକ l ତେଣୁ ବିଧାୟକମାନଙ୍କ ଦରମା ବୃଦ୍ଧି ପୂର୍ବରୁ ଏମାନଙ୍କର ଭତ୍ତା ରାଶିକୁ ବୃଦ୍ଧି କରିବା ପାଇଁ ସରକାର ନିଷ୍ପତ୍ତି ନେବା ପାଇଁ ଆମ ଆଦମୀ ପାର୍ଟିର ରାଜ୍ୟ ସଂଯୋଜକ ନିଶିକାନ୍ତ ମହାପାତ୍ର କହିଛନ୍ତି । ଅନ୍ୟପକ୍ଷରେ କେନ୍ଦୁଝର ଜିଲ୍ଲାରେ ବିଭିନ୍ନ ଖଣି ଓ କମ୍ପାନୀ ଥିବା ସ୍ୱତ୍ତ୍ବେ ସ୍ଥାନୀୟ ନିଯୁକ୍ତିକୁ ପ୍ରାଧାନ୍ୟ ନଦେଇ ଅନ୍ୟ ରାଜ୍ୟ ଶ୍ରମିକଙ୍କୁ ନିଯୁକ୍ତି ନେଇ ଆପ୍‌ ପ୍ରଶ୍ନ କରିଛି । ଏନେଇ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବା ସହ ଏହି ମୁଦ୍ଦାକୁ ନେଇ ନିର୍ବାଚନ ମଧ୍ୟ ଲଢ଼ିବ ବୋଲି ଆପ୍‌ ରାଜ୍ୟ ସଂଯୋଜକ କହିଛନ୍ତି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଳା ସଂଯୋଜକ ମେଘନାଥ ମାଝୀ, ଜିଲ୍ଲା ସହ ସଂଯୋଜକ ଜୈନୁଲ ଅବେଦ୍ଦିନ, ଜିଲ୍ଲା ସମ୍ପାଦକ ରମ୍ୟରଞ୍ଜନ ଖଣ୍ଡୁଆଳ, ରାଜ୍ୟ ଯୁବ ଉପସଭାପତି ଦୀପୁ ମହାନ୍ତଙ୍କ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.