ETV Bharat / state

ହଜିଲା ପୁଅକୁ ଫେରାଇଲା ‘ଆଧାର କାର୍ଡ’, ପରିବାରରେ ଖୁସିର ମାହୋଲ

author img

By

Published : Jul 13, 2023, 9:59 PM IST

ଗତ ୬ ବର୍ଷ ପୂର୍ବେ ବିହାର ନିଖୋଜ ବାଳକ କେନ୍ଦୁଝରରେ ପହଞ୍ଚିଥିଲା । ହେଲେ ଆଧାର କାର୍ଡ ଆଜି ପରିବାର ସହ କରାଇଲା ମହାମିଳନ । କେମିତି ଥିଲା ସେ ଘଟଣା ? ପଢନ୍ତୁ ସମ୍ପୂର୍ଣ୍ଣ ଖବର

Aadhar Card
Aadhar Card
ହଜିଲା ପୁଅକୁ ଫେରାଇଲା ଆଧାର କାର୍ଡ, ପରିବାରରେ ଖୁସିର ମାହୋଲ

କେନ୍ଦୁଝର: ଗତ ୬ ବର୍ଷ ତଳେ ବିହାର ରାଜ୍ୟରୁ ହଜିଥିବା ମୂକ ଓ ବଧିର ଶିଶୁର ପରିଚୟ ଖୋଜି ବାହାର କରିଛି ଆଧାର କାର୍ଡ । ଏହା କୌଣସି ନାଟକର ବିଷୟବସ୍ତୁ ନୁହେଁ ବାସ୍ତବରେ ସତ୍ୟ । ଆଧାର କାର୍ଡ ଏକ ପରିବାରକୁ ଯୋଡ଼ିବାରେ ସହାୟକ ହୋଇଛି । ପୁଅକୁ ହରାଇବା ପରେ ଶୁଦ୍ଧି ହୋଇପଡ଼ିଥିବା ପରିବାର ଏବେ ନିଜ ପୁଅକୁ କୋଳେଇ ନେଇଛନ୍ତି । ଏହା କେନ୍ଦୁଝର ଶିଶୁ ମଙ୍ଗଳ କମିଟି ଦ୍ବାରା ସମ୍ଭବ ହୋଇପାରିଥିବାରୁ ପ୍ରଶାସନର ସହଯୋଗକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି ।

କଣ ଥିଲା ଘଟଣା ? :- ବିହାର ରାଜ୍ୟର ଦରଭଙ୍ଗା ଜିଲ୍ଲା ସାହାପୁର ଗ୍ରାମର ରାମ କିଶୋର ଯାଦବଙ୍କ ପୁଅ ମିଣ୍ଟୁ କୁମାର ୨୦୧୭ ଫେବୃଆରୀ ମାସରେ ଘର ନିକଟରୁ ନିଖୋଜ ହୋଇଯାଇଥିଲେ । ପିଲାଟି ଜନ୍ମରୁ ମୂକ ଓ ବଧିର ରହିଥିବାରୁ ପରିବାର ଲୋକେ ଖୋଜାଖୋଜି କରି ନିରାଶ ହୋଇଥିଲେ । ଥାନାରେ ଏତଲା ଦେଲେ । ସେହି ସମୟରେ ତାଙ୍କ ବୟସ ୧୩ ବର୍ଷ ହୋଇଥିଲା । ପୋଲିସ ମଧ୍ୟ ପିଲାକୁ ଖୋଜିବାରେ ଅସଫଳ ହୋଇଥିଲା । ଶେଷରେ ପରିବାର ଲୋକେ ଆଶା ଛାଡ଼ି ଦେଇଥିଲେ । ତେବେ ଏହି ଭିନ୍ନକ୍ଷମ ନାବାଳକ କେନ୍ଦୁଝର ବଜାରରୁ ୨୦୧୭ ଜୁନ ୨ ତାରିଖରେ ମିଳିଥିଲା । ସେ କଥା କହି ପାରୁନଥିବାରୁ ପରିଚୟ ମିଳିନଥିଲା ।

ଏହା ବି ପଢନ୍ତୁ- ୧୯ ବର୍ଷ ପରେ ଫେରିଲେ ପତ୍ନୀ, ମଥାରେସିନ୍ଦୂର ଦେଇ ମନର ମିତକୁ ନେଇଗଲେ ସ୍ୱାମୀ

ତେଣୁ ଶିଶୁକୁ ଚାଇଲ୍ଡ ଲାଇନ ଉଦ୍ଧାର କରିବା ପରେ ଶିଶୁ ମଙ୍ଗଳ କମିଟି ନିକଟରେ ହାଜର କରାଇଥିଲେ । ଶିଶୁ ମଙ୍ଗଳ କମିଟି ମଧ୍ୟ ଶିଶୁର ପରିଚୟ ଜାଣିବାକୁ ଅନେକ ଚେଷ୍ଟା କରି ବିଫଳ ହୋଇଥିଲା । ଶେଷରେ ଭିନ୍ନକ୍ଷମ ଶିଶୁକୁ ତେଲକୋଇରେ ସ୍ବେଚ୍ଛାସେବୀ ସଙ୍ଗଠନ ଦ୍ବାରା ପରିଚାଳିତ ‘ଭୋରି’ ଆଶ୍ରୟସ୍ଥଳୀକୁ ପଠାଇ ଦିଆଯାଇଥିଲା । ପିଲାର ପରିଚୟ ହାସଲ କରିବାକୁ ଗଣମାଧ୍ୟମରେ ବିଜ୍ଞାପନ ମଧ୍ୟ ପ୍ରକାଶ ପାଇଥିଲା । ହେଲେ ବିହାର ରାଜ୍ୟରେ ରହୁଥିବା ପରିବାର ନିକଟରେ ତାହା ପହଞ୍ଚି ପାରିନଥିଲା । ପୁତ୍ରକୁ ହରାଇବା ପରେ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ । ଇତିମଧ୍ୟରେ ୬ ବର୍ଷ ଅତିକ୍ରମ କରିସାରିଛି । ପିଲାଟି ମଧ୍ୟ ତେଲକୋଇ ଅଞ୍ଚଳରେ ନିଜର ଠିକଣାକୁ ଆଦରି ନେଇଛି ।

ଆଧାର କାର୍ଡରୁ ଜଣାପଡ଼ିଲା ପରିଚୟ:- ହେଲେ କେନ୍ଦୁଝର ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ବିଭୂତି ଦାଶ ନାବାଳକର ଆଧାର କାର୍ଡ କରିବାକୁ ଆଦେଶ ଦେଇଥିଲେ । ହୁଏତ ଆଧାର ଦ୍ଵାରା ଶିଶୁ ଚିହ୍ନଟ ହୋଇପାରିବ ବୋଲି ଆଶାବାନ୍ଧି ଥିଲେ ଶିଶୁ ମଙ୍ଗଳ କମିଟି । ଏହି ସମ୍ଭାବନା ସତ୍ୟରେ ପରିଣତ ହୋଇପାରିଛି । ଭିନ୍ନକ୍ଷମ ଶିଶୁର ଆଧାର କରିବା ସମୟରେ ଆବଶ୍ୟକ ଟିପ ଚିହ୍ନ ହଜିଲା ପୁଅର ଠିକଣା ବତାଇ ଦେଇଛି । ଏହି ଟିପ ଚିହ୍ନରେ ପୂର୍ବରୁ ଆଧାର କାର୍ଡ ରହିଥିବା ଜଣାପଡ଼ିଥିଲା । ପରେ ଶିଶୁ ମଙ୍ଗଳ କମିଟି ବିହାର ରାଜ୍ୟର ଶିଶୁ ମଙ୍ଗଳ କମିଟିକୁ ଯୋଗାଯୋଗ କରି ହଜିଲା ପୁଅର ପରିବାରକୁ ଖୋଜିବାକୁ ଅନୁରୋଧ କରିଥିଲେ । ସେଠାକାର ପ୍ରଶାସନ ମଧ୍ୟ ଅନୁସନ୍ଧାନ କରିବା ପରେ ରାମ କିଶୋରଙ୍କୁ ଖୋଜି ପାଇଥିଲା ।

୬ ବର୍ଷ ପରେ ଘଟିଲା ମହାମିଳନ:- ପ୍ରଥମେ ପରିବାର ଲୋକେ ବିଶ୍ଵାସ କରିପାରୁନଥିଲେ । ପରେ ଫଟୋ ଦେଖି ବା ପରେ ବିଶ୍ଵାସ ଜନ୍ମିଥିଲା । ରାମ କିଶୋର ସମସ୍ତ ପ୍ରମାଣପତ୍ର ସେଠାକାର ପ୍ରଶାସନ ନିକଟରେ ଦାଖଲ କରିଥିଲେ । ପରେ ବିହାର ସରକାର କେନ୍ଦୁଝର ଶିଶୁ ମଙ୍ଗଳ କମିଟି ସହ ଯୋଗାଯୋଗ କରି ମିଣ୍ଟୁ ତାଙ୍କ ପୁଅ ବୋଲି ସ୍ପଷ୍ଟ କରିଥିଲା । ରାମ କିଶୋର ଓ ତାଙ୍କ ପରିବାର କେନ୍ଦୁଝରରେ ପୁଅକୁ ନେବାକୁ ପହଞ୍ଚିଥିଲେ । ଶେଷରେ ୬ ବର୍ଷ ପରେ ସେମାନଙ୍କ ମହାମିଳନ ଘଟିଥିଲା । ପୁଅ ପରିବାରକୁ ଦେଖି ଆତ୍ମହରା ହୋଇପଡ଼ିଥିବା ବେଳେ ଆଶା ଛାଡ଼ି ଦେଇଥିବା ପରିବାର ମଧ୍ୟ ପୁଅକୁ ପାଇ ଠାକୁରଙ୍କ ପାଇଁ ଏହା ସମ୍ଭବ ହୋଇପାରିଥିବା କହିଛନ୍ତି । ବର୍ତ୍ତମାନ ପିଲାଟି ଭଲ ଥିବା ସହ ନିଜ ଗ୍ରାମରେ ଖୁସିର ମାହୋଲ ଥିବା କହିଛନ୍ତି ଶିଶୁ ମଙ୍ଗଳ କମିଟି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.