ETV Bharat / state

ଶ୍ବଶୁର ଘର ଗାଁରେ ଯବାନଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ - କେନ୍ଦୁଝରରେ ଯବାନଙ୍କ ଆତ୍ମହତ୍ୟା

ଶଗଡପଟା ଗ୍ରାମରେ ଜଣେ ଯବାନ ଆତ୍ମହତ୍ୟା କରିଛନ୍ତି । ମୃତ ଯବାନ ହରିଚନ୍ଦନପୁର ବ୍ଲକ ଧୁରୁଡ଼ିଆମ୍ବ ଗ୍ରାମର ଉମାକାନ୍ତ ନାଏକ । ଅଧିକ ପଢ଼ନ୍ତୁ

ଶ୍ବଶୁର ଘର ଗାଁରେ ଯବାନଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

author img

By

Published : Aug 9, 2022, 9:31 PM IST

କେନ୍ଦୁଝର: ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଶଗଡପଟା ଗ୍ରାମରେ ଜଣେ ଯବାନ ଆତ୍ମହତ୍ୟା କରିଛନ୍ତି । ମୃତ ଯବାନ ହରିଚନ୍ଦନପୁର ବ୍ଲକ ଧୁରୁଡ଼ିଆମ୍ବ ଗ୍ରାମର ଉମାକାନ୍ତ ନାଏକ । ପାରିବାରିକ କଳହରୁ ଯବାନ ଜଣକ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି ।

ଗତ ଅଗଷ୍ଟ ୩ ତାରିଖରେ ଉମାକାନ୍ତ ଛୁଟିରେ ପତ୍ନୀ ଓ ପୁଅଙ୍କୁ ଦେଖା କରିବା ପାଇଁ ଶ୍ବଶୁର ଘର ଗ୍ରାମ ଶଗଡପଟା ଯାଇଥିଲେ । ଗତ ସୋମବାର ରାତିରେ କୌଣସି କାରଣକୁ ନେଇ ଉଭୟ ପତିପତ୍ନୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ଉମାକାନ୍ତ ଏହି ଘଟଣା ପରେ ଶ୍ବଶୁର ଘରୁ ପଳାଇ ଆସିଥିଲେ । ତେବେ ଆଜି(ମଙ୍ଗଳବାର) ଶ୍ବଶୁର ଘରଠୁ କିଛି ବାଟ ଦୂରରେ ଏକ ଗଛରେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ ।

ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଆତ୍ମହତ୍ୟାର ପ୍ରକୃତ କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ପାରିବାରିକ କଳହରୁ ଯବାନ ଜଣକ ଏଭଳି ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଥିବା ବେଳେ ତଦନ୍ତ ପରେ ପ୍ରକୃତ ସତ୍ୟ ପଦାକୁ ଆସିବ ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.