କେନ୍ଦୁଝର: ଜିଲ୍ଲାର ତୁରୁମୁଙ୍ଗା ଥାନା କେନ୍ଦେଇପଶି ଉଦୟପୁର ରାସ୍ତାର ସିଲିଦା ଆକାଶିଆ ଜଙ୍ଗଲରେ ଏକ ମୁଣ୍ଡ ବିହୀନ ଗଳିତ ମୃତଦେହ ଉଦ୍ଧାର ହୋଇଛି । କେହି ଦୁର୍ବୃତ୍ତ ହତ୍ୟା କରି ଏଠାରେ ମୃତଦେହ ଫୋପାଡି ଦେଇ ଚାଲି ଯାଇଥିବା ଜଣାପଡିଛି ।
ଆଜି କିଛି ଲୋକ ଜଙ୍ଗଲକୁ ପତ୍ର ସଂଗ୍ରହ ପାଇଁ ଯାଇଥିବା ବେଳେ ମୃତଦେହକୁ ଦେଖିଥିଲେ । ଉକ୍ତ ମୃତଦେହଟି ୫/୬ ଦିନରୁ ଅଧିକ ସମୟ ସେଠାରେ ପଡିରହିଥିବା ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ