ETV Bharat / state

ତିନି ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ସରକାର ଭିନ୍ନକ୍ଷମ ତଥା ଦିବ୍ୟାଙ୍ଗ ପାଇଁ ବିଭିନ୍ନ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେଉଥିବା ଡିଣ୍ଡିମ ପିଟୁଛନ୍ତି । କିନ୍ତୁ, ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଭିନ୍ନକ୍ଷମ ଅନ୍ତେନିବାସୀ ଶିକ୍ଷା ସ୍ୱେଚ୍ଛାସେବୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ତିନି ଦଫା ଦାବି ନେଇ ଦିବ୍ୟାଙ୍ଗଙ୍କ ମୁଖ୍ୟମନ୍ତ୍ରୀଙ୍କ ଦାବିପତ୍ର

author img

By

Published : Sep 6, 2021, 9:10 PM IST

କେନ୍ଦୁଝର: ସରକାର ଭିନ୍ନକ୍ଷମ ତଥା ଦିବ୍ୟାଙ୍ଗ ପାଇଁ ବିଭିନ୍ନ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେଉଥିବା ଡିଣ୍ଡିମ ପିଟୁଛନ୍ତି । କିନ୍ତୁ, ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଭିନ୍ନକ୍ଷମ ଅନ୍ତେନିବାସୀ ଶିକ୍ଷା ସ୍ୱେଚ୍ଛାସେବୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସ୍ୱେଚ୍ଛାସେବୀମାନେ ୧୧ ବର୍ଷ ଧରି ନିରବିଚ୍ଛିନ୍ନ ଭାବେ ଶିକ୍ଷାଦାନ କରି ଆସୁଥିଲେ ହେଁ ତାଙ୍କୁ ସଠିକ ଦରମା ପ୍ରଦାନ କରାଯାଉନାହିଁ ବୋଲି ଅଭିଯୋଗ ହୋଇଛି ।

ତିନି ଦଫା ଦାବି ନେଇ ଦିବ୍ୟାଙ୍ଗଙ୍କ ମୁଖ୍ୟମନ୍ତ୍ରୀଙ୍କ ଦାବିପତ୍ର

କେନ୍ଦ୍ର ସରକାରଙ୍କ ନିୟମାନୁସାରେ ୬ ବର୍ଷରେ ରେଗୁଲାର କରାଯିବା ସ୍ଥଳେ ରାଜ୍ୟ ସରକାର ଏହାକୁ ଲାଗୁ କରୁନାହାନ୍ତି । ଏହାସହ ଦରମା ମଧ୍ୟ ବୃଦ୍ଧି କରୁନଥିବା ଅଭିଯୋଗ କରିଛନ୍ତି ଏହି ସ୍ବେଚ୍ଛାସେବୀମାନେ । ଚାକିରୀକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନୁସାରେ ନିୟମିତ, ସରକାରୀ ନିୟମାନୁସାରେ ଦରମା ବୃଦ୍ଧି ଓ ପ୍ରତିବର୍ଷ ଛଟେଇକୁ ଉଚ୍ଛେଦ ପାଇଁ ଦାବି କରିଛନ୍ତି କେନ୍ଦୁଝର ଜିଲ୍ଲାର ୪୦ ଦିବ୍ୟାଙ୍ଗ ସ୍ୱେଚ୍ଛାସେବୀ । ଆଜି(ସୋମବାର) ଏନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.