କେନ୍ଦୁଝର : ସଂକ୍ରମଣ ରୋକିବାକୁ ଅଣ୍ଟା ଭିଡିଛି ପ୍ରଶାସନ । ସଚେତନତା ସୃଷ୍ଟି ପାଇଁ ଆରମ୍ଭ କରିଛି ପ୍ରୟାସ । ଏହାସହ କୋଭିଡ ପରୀକ୍ଷାକୁ ମଧ୍ୟ କେନ୍ଦୁଝର ଜିଲ୍ଲା ପ୍ରଶାସନ ପ୍ରାଧାନ୍ୟ ଦେଇଛି ।
ଆଜି(ସୋମବାର) ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ସଚେତନତା ଗାଡିର ଉଦଘାଟନ ହୋଇଛି । ଏହି ସଚେତନତା ଗାଡିକୁ ଜିଲ୍ଲାପାଳ ଆଶିଷ ଠାକରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଗାଡି ଗାଁ ଗାଁ ବୁଲି ଲୋକଙ୍କୁ ସଚେତନତା କରିବା ସହ ସ୍ବାବ ସଂଗ୍ରହ ମଧ୍ୟ କରିବ । ଏହି ଗାଡି ଅପହଞ୍ଚ ଅଞ୍ଚଳ ପାଇଁ ବିଶେଷ ଉପଯୋଗୀ ହେବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ