ETV Bharat / state

ନବଜାତ ଶିଶୁର ମୃତ୍ୟୁରେ ମର୍ମାହତ ହୋଇ ବିଷ ପିଇଲେ ବାପାମାଆ - ଆତ୍ମହତ୍ୟା ଉଦ୍ୟମ କଲେ ଦମ୍ପତ୍ତି

ନବଜାତ ଶିଶୁର ମୃତ୍ୟୁପରେ ଆତ୍ମହତ୍ୟା ଉଦ୍ୟମ କଲେ ଦମ୍ପତ୍ତି। ଚିକିତ୍ସାଧିନ ଅବସ୍ଥାରେ ପତିଙ୍କ ମୃତ୍ୟୁ ହୋଇଥିବା ବେଳେ ପତ୍ନୀଙ୍କ ଅବସ୍ଥା ଏବେବି ଗୁରୁତର ରହିଛି। କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଗୁମୁରା ଗ୍ରାମରେ ଆଜି ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଅଧିକ ପଢ଼ନ୍ତୁ...

ନବଜାତ ଶିଶୁର ମୃତ୍ୟୁରେ ମର୍ମାହତ ହୋଇ ବିଷ ପିଇଲେ ବାପାମାଆ

author img

By

Published : May 21, 2021, 6:21 AM IST

କେନ୍ଦୁଝର: ନବଜାତ ଶିଶୁର ମୃତ୍ୟୁପରେ ଆତ୍ମହତ୍ୟା ଉଦ୍ୟମ କଲେ ଦମ୍ପତ୍ତି। ଚିକିତ୍ସାଧିନ ଅବସ୍ଥାରେ ପତିଙ୍କ ମୃତ୍ୟୁ ହୋଇଥିବା ବେଳେ ପତ୍ନୀଙ୍କ ଅବସ୍ଥା ଏବେବି ଗୁରୁତର ରହିଛି। କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଗୁମୁରା ଗ୍ରାମରେ ଆଜି ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଗୁମୁରା ଗାଁର ମଦନ ମୋହନ ପିଙ୍ଗୁଆଙ୍କ ଗତ ୬ ତାରିଖରେ ଏକ ଶିଶୁ କନ୍ୟା ଜନ୍ମ ହୋଇଥିଲା । ଗତ ୧୭ ତାରିଖରେ ନବଜାତ ଶିଶୁଟିର ଦେହ ଖରାପ ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ନବଜାତ ଶିଶୁର ମୃତ୍ୟୁରେ ମର୍ମାହତ ହୋଇ ବିଷ ପିଇଲେ ବାପାମାଆ

ତେବେ ଚିକିତ୍ସାଧିନ ଅବସ୍ଥାରେ ଶିଶୁ କନ୍ୟାଟି ପ୍ରାଣ ହରାଇଥିଲା । ଏହାକୁ ନେଇ ମଦନ ମୋହନ ପିଙ୍ଗୁଆ ଓ ତାଙ୍କ ପତ୍ନୀ ଟିକି ମର୍ମାହତ ହୋଇ ଗତକାଲି (ଗୁରୁବାର) ଅପରାହ୍ଣରେ ଉଭୟ ଘର କବାଟ ବନ୍ଦ କରି ବିଷ ପିଇ ଦେଇଥିଲେ । ଘର ଲୋକେ କବାଟ ଭାଙ୍ଗି ଉଭୟଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

ମଦନମୋହନ ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ଘରୋଇ ଡ୍ରାଇଭର ଭାବେ କାର୍ଯ୍ୟ କରୁଛନ୍ତି । ଖବର ପାଇ ସାଂସଦ ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଗୁରୁତରଙ୍କୁ ସମ୍ପର୍କରେ ଡାକ୍ତରଙ୍କୁ ପଚାରି ବୁଝିଥିଲେ । ତେବେ ଚିକିତ୍ସାଧିନ ଅବସ୍ଥାରେ ମଦନମୋହନଙ୍କ ମୃତ୍ୟୁ ହୋଇଛି । ଏନେଇ ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଟାଉନ ଥାନାକୁ ଜଣାଇ ଦିଆଯାଇଛି।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.