କେନ୍ଦୁଝର: ମାଡ଼ି ଆସୁଛି ସାମୁଦ୍ରିକ ବାତ୍ୟା ୟସ । କେନ୍ଦୁଝର ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଗତକାଲି(ସୋମବାର) ଠାରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବର୍ଷା ସାଙ୍ଗକୁ ପବନ ଲାଗି ରହିଛି ।
ବିଶେଷକରି ଜିଲ୍ଲାର ଆନନ୍ଦପୁର ଉପଖଣ୍ଡର ୩ଟି ବ୍ଳକ ଏଥିରେ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି । ଗତକାଲି ରାତିରୁ ଏଥିପାଇଁ ହାଟଡିହି ବ୍ଲକ ଝଣଝଣା ଗାଁର ୯୦ଟି ପରିବାରର ୨୪୦ ଜଣ ଲୋକଙ୍କୁ ହାଟଡିହି ଆଦର୍ଶ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି । ବାତ୍ୟାର ମୁକାବିଲା କରିବା ପାଇଁ ୩୯ ଜଣିଆ ଓଡ୍ରାଫ ଟିମ୍ ସହ ୪ଟି ଏନଡ଼ିଆରଏଫ୍ ଟିମ୍ ମଧ୍ୟ ଆନନ୍ଦପୁରରେ ପହଞ୍ଚିଛନ୍ତି ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ