ETV Bharat / state

ଅଜଣା ଚର୍ମ ରୋଗର ଶିକାର ଲଭଲି, ଲୋଡା ସରକାରୀ ସହାୟତା - unknown skin disease news keonjhar

ଜନ୍ମ ହେବାର ତିନି ମାସ ପରଠୁ ଅଜଣା ଚର୍ମ ରୋଗରେ ପୀଡିତ 9 ବର୍ଷର ଝିଅ ଲଭଲି । ଦେହରୁ ଚମଡା ଛାଡିବା ଆରମ୍ଭ ହେଉଥିବା ବେଳେ ଦୁର୍ଗନ୍ଧ ଯୁକ୍ତ ରକ୍ତ ସ୍ରାବ ମଧ୍ୟ ହେଉଛି । ଯନ୍ତ୍ରଣାରେ ଜଡସଡ ହେଉଛି କୁନି ଝିଅ । ଦାରିଦ୍ର୍ୟତା ମଧ୍ୟରେ ଘାଣ୍ଟି ଚକଟି ହେଉଥିବାବେଳେ ଝିଅର ଚିକିତ୍ସା ପାଇଁ ଟଙ୍କା କେଉଁଠୁ ଆସିବ ସେହି ଚିନ୍ତାରେ ପରିବାର ଲୋକେ । କେନ୍ଦୁଝରର ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ବଡ଼ପଳାସପାର ନୂଆଗାଁ ଗ୍ରାମରେ ଦେଖିବାକୁ ମିଳିଛି ଏହି ଘଟଣା ।

ଅଜଣା ଚର୍ମ ରୋଗର ଶିକାର ଲଭଲି, ଲୋଡା ସରକାରୀ ସହାୟତା

author img

By

Published : Sep 30, 2020, 2:40 PM IST

Updated : Sep 30, 2020, 4:23 PM IST

କେନ୍ଦୁଝର: ଅଜଣା ଚର୍ମ ରୋଗରେ ପୀଡିତ 9 ବର୍ଷର ଝିଅ ଲଭଲି । କୁନି ଝିଅଟି ଯନ୍ତ୍ରଣାରେ ଜଡସଡ ହେଉଥିବା ବେଳେ ବାପା ମାଆ ଙ୍କ ଆଖିରୁ ଶୁଖୁନି ଲୁହ । ଜନ୍ମ ହେବାର ତିନି ମାସ ପରେ ଦେହରୁ ଚମଡା ଛାଡିବା ଆରମ୍ଭ କରିଥିଲା । ଧିରେ ଧିରେ ଦେହରୁ ଚମଡା ଛାଡିବା ସହ ଦୁର୍ଗନ୍ଧ ଯୁକ୍ତ ରକ୍ତ ସ୍ରାବ ମଧ୍ୟ ହେଉଛି । କୁନି ଝିଅର ଖେଳିବା ବୁଲିବା ସମୟରେ ରୋଗ ଯେପରି ମାଡି ବସିଛି । ଏହି କାରଣରୁ ବୟସ ଆସି 9 ବର୍ଷ ହୋଇଥିଲେ ବି ଶରୀରେ କୌଣସି ଉନ୍ନତି ହେଉନାହିଁ । ଦୀର୍ଘ 9 ବର୍ଷ ଧରି ଲଭଲି ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । କେନ୍ଦୁଝରର ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ବଡ଼ପଳାସପାର ନୂଆଗାଁ ଗ୍ରାମରେ ଦେଖିବାକୁ ମିଳିଛି ଏହି ଘଟଣା ।

ଅଜଣା ଚର୍ମ ରୋଗର ଶିକାର ଲଭଲି, ଲୋଡା ସରକାରୀ ସହାୟତା

ବଡ଼ପଳାସପାର ନୂଆଗାଁ ଗ୍ରାମର ଶରତ ବେହେରାଙ୍କ ଝିଅ ଲଭଲି । ଶରତ ପେଶାରେ ଜଣେ ଦିନ ମଜୁରିଆ । ସ୍ତ୍ରୀ ଓ ଦେଢବର୍ଷର ଏକ ପୁଅ ଓ ଲଭଲିକୁ ନେଇ ତାଙ୍କ ସଂସାର । ଝିଅର ଏହି ରୋଗକୁ ଭଲ କରିବାକୁ ରେଡ଼କ୍ରସରୁ ମିଳିଥିବା ସ୍ବଳ୍ପ ସାହାଯ୍ୟରେ ହରିଚନ୍ଦନପୁର ପ୍ରାଥମିକ ଚିକିତ୍ସାଳୟରୁ କେନ୍ଦୁଝର ତାପରେ କଟକ ବଡ଼ ମେଡିକାଲ ନେଇଥିଲେ । ସେଥିରେ କିଛିମାତ୍ରାରେ ଭଲ ହୋଇଥିଲା ଲଭଲି । କିନ୍ତୁ ସେହି ଅର୍ଥରେ ସମ୍ପୂର୍ଣ୍ଣ ଚିକିତ୍ସା ହୋଇ ପାରିନଥିଲା । ଏନେଇ ଅଧିକ ଅର୍ଥ ଆବଶ୍ୟକ ହେଉଥିବାବେଳେ ଅଧାରେ ଅଟକିଛି ଲଭଲିର ଚିକିତ୍ସା ।

ସେପଟେ ରହିବାକୁ ଭଲ ଘର ଖଣ୍ଡିଏ ବି ନାହିଁ । ଗୋଟେ ପଟେ ଦାରିଦ୍ର୍ୟତା ମଧ୍ୟରେ ଘାଣ୍ଟି ଚକଟି ହେଉଥିବାବେଳେ ଝିଅର ଚିକିତ୍ସା ପାଇଁ ଟଙ୍କା କେଉଁଠୁ ଆସିବ ସେହି ଚିନ୍ତାରେ ପରିବାର ଲୋକେ ।

ଗରିବଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ସରକାରଙ୍କ ମାଳ ମାଳ ଯୋଜନା ମଧ୍ୟରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ହେଉଛି ଗୋଟିଏ । ହେଲେ ଲଭଲିଙ୍କ ପାଇଁ କୁଆଡେ ଗଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ? କ’ଣ ଲଭଲିର ଯନ୍ତ୍ରଣା ଦେଖିପାରୁନି ପ୍ରଶାସନ?

କେନ୍ଦୁଝରରୁ ସନ୍ତୋଷ ମାହାପାତ୍ର, ଇଟିଭି ଭାରତ

Last Updated : Sep 30, 2020, 4:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.