ETV Bharat / state

କେନ୍ଦୁଝର କାରାଗାରରେ ୯ କଏଦୀଙ୍କୁ କୋରୋନା

author img

By

Published : May 12, 2021, 10:00 AM IST

କେନ୍ଦୁଝର ଜିଲ୍ଲା କାରାଗାରରେ ୯ ଜଣ କଏଦୀ ଓ ଜଣେ କର୍ମଚାରୀ କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

୯ କଏଦୀ ଓ ଜଣେ କର୍ମଚାରୀ କୋରୋନା ଆକ୍ରାନ୍ତ
୯ କଏଦୀ ଓ ଜଣେ କର୍ମଚାରୀ କୋରୋନା ଆକ୍ରାନ୍ତ

କେନ୍ଦୁଝର: କୋରୋନାର ଦ୍ବିତୀୟ ଲହରର ପ୍ରକୋପ ଜାରି ରହିଛି । ଏହା ମଧ୍ୟରେ କେନ୍ଦୁଝର ଜିଲ୍ଲା କାରାଗାରରେ ୯ ଜଣ କଏଦୀ ଓ ଜଣେ କର୍ମଚାରୀ କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି ।

୯ କଏଦୀ ଓ ଜଣେ କର୍ମଚାରୀ କୋରୋନା ଆକ୍ରାନ୍ତ

ଗତ କିଛି ଦିନ ତଳେ ଜଣେ ଅନ୍ତେବାସୀ କୋରୋନା ପଜେଟିଭ ଚିହ୍ନଟ ହୋଇଥିଲେ । ଏଥିପାଇଁ ତାଙ୍କ ସହ ରହୁଥିବା 30 ଜଣ ଅନ୍ୟ କଏଦୀଙ୍କ ନମୂନା ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୯ ଜଣଙ୍କର କୋରୋନା ରିପୋର୍ଟ ପଜେଟିଭ ଆସିଥିବା ଜଣାପଡିଛି । ପଜେଟିଭ ବାହାରିବା ପରେ ଏହି ୯ ଜଣଙ୍କୁ ଜେଲ ପରିସରରେ ଥିବା ସ୍ବତନ୍ତ୍ର କୋଠରୀରେ ରଖାଯାଇ ଚିକିତ୍ସା କରାଯାଉଛି ।

ଏପଟେ ଅନ୍ୟ ୨୧ଜଣଙ୍କୁ ସଙ୍ଗରୋଧରେ ରଖାଯାଇଛି । ଅନ୍ୟ ଅନ୍ତେବାସୀ କିପରି ଆକ୍ରାନ୍ତ ନ ହୁଅନ୍ତି ସେନେଇ ସ୍ବତନ୍ତ୍ର ବ୍ୟବସ୍ଥା ସହ ନୂଆ ଗାଇଡ଼ଲାଇନ ଅନୁଯାୟୀ ଜେଲ ଅନ୍ତେବାସୀ କମେଇବା ନେଇ ମଧ୍ୟ ପକ୍ରିୟା ଚାଲିଥିବା ଜେଲର ପ୍ରକାଶ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.