ETV Bharat / state

ବୋମା ପକାଇ ଚାଲିଥିଲା ବାରହା ଶିକାର: ମାଡିବସିଲା ବନବିଭାଗ, 8 ଗିରଫ - ବାରହା ଶିକାର

ହାତ ବୋମା ଖଞ୍ଜି ଓ ବିଦ୍ୟୁତ ତାର ବିଛାଇ ବାରହା ଓ ଭାଲୁ ଶିକାର ଅଭିଯୋଗରେ 8 ଜଣଙ୍କୁ ଗିରଫ କଲା କେନ୍ଦୁଝର, ତେଲକୋଇ ବନ ବିଭାଗ । ଆଜି ସମସ୍ତ ଗିରଫ ଶିକାରୀଙ୍କୁ କୋର୍ଟ ଚାଲାଣ କରାଯାଇଛି । ଅଧିକ ପଢନ୍ତୁ

ବୋମା ପକାଇ ବାରହା ଶିକାର ବେଳେ ବନ ବିଭାଗର ଚଢାଉ

author img

By

Published : Nov 20, 2021, 12:53 PM IST

କେନ୍ଦୁଝର: ବିଭିନ୍ନ ଜଙ୍ଗଲରେ କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ପକ୍ଷରୁ ଚଢାଉ । ସାମନାଳୀ-କୋଇଲିସୁତା ପିଆରଏଫ ଜଙ୍ଗଲରେ ହାତ ବୋମା ଖଞ୍ଜି ବାରହା ଶିକାର ଅଭିଯୋଗରେ ୪ ଜଣ ଓ ବିଞ୍ଝବାହାଳ ଡିପିଏଫ ଜଙ୍ଗଲରେ ବିଦ୍ୟୁତ ତାର ବିଛାଇ ଭାଲୁ ଶିକାର ଅଭିଯୋଗରେ ୪ ଜଣଙ୍କୁ ଗିରଫ କଲା ବନ ବିଭାଗ ।

ବୋମା ପକାଇ ବାରହା ଶିକାର ବେଳେ ବନ ବିଭାଗର ଚଢାଉ, ୮ ଶିକାରୀ ଗିରଫ

ଗିରଫ ଶିକାରୀମାନେ ହେଲେ ତେଲକୋଇ ଥାନା ଅନ୍ତର୍ଗତ ଗୋଳାଗାଡିଆ ଗ୍ରାମର ଲୁଲୁ ମୁଣ୍ଡା, ଗୁରୁଚରଣ ନାୟକ, ଦେଉଳଡିହା ଗ୍ରାମର ସୁରେଶ ମୁଣ୍ଡା, ବାଲେଶ୍ଵର ଗ୍ରାମର କ୍ଷିରୋଦ ନାୟକ, ବିଞ୍ଝବାହାଳ ଗ୍ରାମର କାର୍ତ୍ତିକ ସାହୁ, ବୀରକିଶୋର ସାହୁ, କଣ୍ଟାବାହାଳ ଗ୍ରାମର କାହ୍ନୁ ଜୁଆଙ୍ଗ ଓ ଜଗମୋହନପୁର ଗ୍ରାମର ହବିଲ ମୁଣ୍ଡା। ସେମାନଙ୍କ ନିକଟରୁ ବାରହା ମାଂସ, ହାତ ବୋମା, ବିଦ୍ୟୁତ ତାର, ଲାଠି ଓ ଏକ ଟ୍ରାକ୍ଟର ଜବତ କରାଯାଇଛି।

ଗତକାଲି(ଶୁକ୍ରବାର) ଏସିଏଫଓ ଘନଶ୍ୟାମ ମହାନ୍ତଙ୍କ ନେତୃତ୍ବରେ ବନ ବିଭାଗର ସ୍ବତନ୍ତ୍ର ସ୍କ୍ବାର୍ଡ ଗଠନ କରାଯାଇ ଶିକାରୀଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ସମସ୍ତ ଗିରଫ ଶିକାରୀଙ୍କୁ କୋର୍ଟ ଚାଲାଣ କରାଯାଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.