ETV Bharat / state

ପୂର୍ବ ଶତ୍ରୁତାରୁ ରକ୍ତାକ୍ତ ସଂଘର୍ଷ, ୭ ଆହତ

author img

By

Published : Jul 24, 2020, 4:04 PM IST

ଆନନ୍ଦପୁରର ନନ୍ଦିପଦା ଥାନା ତେମଳା ଗାଁରେ ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ । ୭ ଜଣ ଆହତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ସୂଚନା । ଅଧିକ ପଢନ୍ତୁ..

ପୂର୍ବ ଶତ୍ରୁତାରୁ ରକ୍ତାକ୍ତ ସଂଘର୍ଷ, ୭ ଆହତ
ପୂର୍ବ ଶତ୍ରୁତାରୁ ରକ୍ତାକ୍ତ ସଂଘର୍ଷ, ୭ ଆହତ

ଆନନ୍ଦପୁର: ନନ୍ଦିପଦା ଥାନା ତେମଳା ଗାଁରେ ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ। ଉଭୟ ପକ୍ଷରୁ ୭ ଆହତ। ସମସ୍ତ ଆହତ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି। ସୂଚନା ଅନୁଯାୟୀ ଗତ ଇଲେକ୍ସନ ସମୟରେ ଦିବ୍ୟରଞ୍ଜନ ବେହେରା ଓ ସଂଗ୍ରାମ ଜେନାଙ୍କ ମଧ୍ୟରେ ବଚସା ଓ ଝଗଡା ହୋଇଥିଲା। ଗତକାଲି ଦିବ୍ୟରଞ୍ଜନ ଶୌଚ ହୋଇ ଘରକୁ ଫେରିବା ସମୟରେ ସଂଗ୍ରାମ ଙ୍କ ପରିବାର ତାଙ୍କୁ ଦୁର୍ବ୍ୟବହାର କରିବା ସହିତ ଆକ୍ରମଣ କରିଥିଲେ ।

ପୂର୍ବ ଶତ୍ରୁତାରୁ ରକ୍ତାକ୍ତ ସଂଘର୍ଷ, ୭ ଆହତ

ପ୍ରତିବଦଳରେ ଦିବ୍ୟରଞ୍ଜନଙ୍କ ପରିବାର ମଧ୍ୟ ସେମାନଙ୍କୁ ଆକ୍ରମଣ କରିଥିଲେ। ଅନ୍ୟପକ୍ଷରେ ସଂଗ୍ରାମଙ୍କ ପରିବାର କହିଛନ୍ତି କି ସେମାନେ କେହି ଘରେ ନଥିବା ସମୟରେ ଦିବ୍ୟରଞ୍ଜନ ଖରାପ ଭାଷାରେ ଗାଳି ଗୁଲଜ କରିବା ସହିତ ତାଙ୍କ ପରିବାରକୁ ଆକ୍ରମଣ କରିଥିଲା। ଫଳରେ ଉଭୟ ପକ୍ଷରୁ ୭ ଜଣ ଆହତ ହୋଇ ଆନନ୍ଦପୁର ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ତେବେ ଏନେଇ ନନ୍ଦିପଦା ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣା ପଡିଛି।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.