ଆନନ୍ଦପୁର: ଆନନ୍ଦପୁରରେ ସଟଡାଉନ ଘୋଷଣା । ଆନନ୍ଦପୁର ମ୍ୟୁନିସିପାଲଟିରେ ସ୍ଥାନୀୟ ସଂକ୍ରମିତ କୋରୋନା ପଜେଟିଭ ବାହାରି ଥିବାରୁ 7 ଦିନିଆ ସଟଢାଉନ ଘୋଷଣା ହୋଇଛି । ଆସନ୍ତାକାଲି(ସୋମବାର) ଅର୍ଥାତ ଜୁଲାଇ ୨୭ ତାରିଖରୁ ଅଗଷ୍ଟ ୨ ପର୍ଯ୍ୟନ୍ତ ଆନନ୍ଦପୁର ମ୍ୟୁନିସିପାଲିଟିକୁ ସଟଡାଉନ ରହିବ ।
ତେବେ ଏହି ସମୟରେ ସକାଳ ୭ ରୁ ଦିନ ୨ଟା ଯାଏଁ ଅତ୍ୟାବଶକୀୟ ସାମଗ୍ରୀ ଦୋକାନ ଖୋଲା ରହିବ । ଏହାସହ ଜରୁରୀ ସେବା ଯେପରିକି କେବଳ ଔଷଧ ଦୋକାନ ଖୋଲା ରହିବ ବୋଲି କହିଛନ୍ତି ଆନନ୍ଦପୁର ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ସାହୁ ।
ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ