ETV Bharat / state

କାଲିଠୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ 5T ସଚିବ, ବିଜେପିର ବିରୋଧ - ୫T ସଚିବ ଭି କେ ପାଣ୍ଡିଆନ

ଆସନ୍ତାକାଲିଠାରୁ ଦୁଇ ଦିନିଆ କେନ୍ଦୁଥର ଗସ୍ତରେ ଆସିବେ 5T ସଚିବ ଭି.କେ ପାଣ୍ଡିଆନ । କେନ୍ଦୁଝର ଗସ୍ତକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି । ଅଧିକ ପଢ଼ନ୍ତୁ

5t secretary two days visit to keonjhar
ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ୫T ସଚିବ
author img

By

Published : Jun 9, 2023, 4:50 PM IST

କାଲିଠୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ 5T ସଚିବ

କେନ୍ଦୁଝର: ଦୁଇ ଦିନିକିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସୁଛନ୍ତି 5T ସଚିବ ଭି.କେ ପାଣ୍ଡିଆନ । ଏହି ଦୁଇ ଦିନିଆ ଗସ୍ତ ସମୟରେ ଜିଲ୍ଲାର ଛଅଟି ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବେ । ଏହା ସହ ବିଭିନ୍ନ ସ୍ଥାନରେ ଜନ ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଅନ୍ୟପଟେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ନେଇ ପ୍ରଶ୍ନ ଉଠାଇଛି ବିଜେପି ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ସଦର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ 5T ସଚିବଙ୍କ ଗସ୍ତକୁ ଅଗଣତାନ୍ତ୍ରିକ ବୋଲି କହିଛନ୍ତି । ଜଣେ ସଚିବ କେଉଁ ଆଧାରରେ ହେଲିକପ୍ଟର ଯୋଗେ ଦୁଇ ଦିନରେ ବିଭିନ୍ନ ନିର୍ବାଚନୀ ମଣ୍ଡଳୀ ଗସ୍ତ କରିବା ସହ ଜନ ସମାବେଶରେ ଯୋଗ ଦେବେ ସେନେଇ ପ୍ରଶ୍ନ କରିଛନ୍ତି । ଜିଲ୍ଲାର ବିକାଶ କ୍ଷେତ୍ରରେ ରାଜ୍ୟ ସରକାର କିଛି ଅନୁଦାନ ନଦେଇ ଡିଏମଏଫ ଟଙ୍କାରେ ହୋଇଥିବା କାର୍ଯ୍ୟକୁ କିପରି ସମୀକ୍ଷା କରୁଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ମୋହନ ମାଝୀ । ସେ କହିଛନ୍ତି, "5T ସଚିବଙ୍କ ପଦର କୌଣସି ସାମ୍ବିଧାନିକ ସ୍ଥିତି ନଥିବା ବେଳେ ସେ କିପରି ବିଧାନସଭା କ୍ଷେତ୍ର ବୁଲି ମୁଖ୍ୟମନ୍ତ୍ରୀଙ୍କ ପଦ ଭଳି ସମୀକ୍ଷା ଓ ସମାବେଶରେ ଯୋଗଦେବାକୁ ଯାଉଛନ୍ତି । ତେଣୁ 5T ସଚିବଙ୍କ ଏହି ଦୁଇ ଦିନିଆ ଗସ୍ତ ଅସାମ୍ବିଧାନିକ ଅଟେ ଏବଂ ବିଜେପି ଏହାକୁ ଦୃଢ଼ ବିରୋଧ କରୁଛି । ଏହି ଗସ୍ତ ଏକ ରାଜନୈତିକ ଗସ୍ତ । "

ଜୁନ ୧୦ ଓ ୧୧ ତାରିଖରେ ଦୁଇ ଦିନିକିଆ ତୋଫାନି ଗସ୍ତରେ ଆସୁଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ । ୧୦ ତାରିଖ ସକାଳୁ ପ୍ରଥମେ ପାଟଣା ନିର୍ବାଚନ ମଣ୍ଡଳୀର ଭୀମକୁଣ୍ଡରେ ହେଲିକପ୍ଟର ଯୋଗେ ଓହ୍ଲାଇ ପର୍ଯ୍ୟଟନ ସ୍ଥଳର ବିକାଶ କାର୍ଯ୍ୟ ସମୀକ୍ଷା କରି SHG ମହିଳାଙ୍କ ସହ ଆଲୋଚନା କରିବେ । ପରେ ଚମ୍ପୁଆ ନିର୍ବାଚନୀ ମଣ୍ଡଳୀରେ ବଡ଼ବିଲ, ଯୋଡ଼ା ଅଞ୍ଚଳରେ ବିକାଶ କାର୍ଯ୍ୟ ସମୀକ୍ଷା କରିବା ସହ କାନପୁର ଜଳସେଚନ ପ୍ରକଳ୍ପର ସମୀକ୍ଷା ମଧ୍ୟ କରିବେ । ଏଥିସହ କେନ୍ଦୁଝର ସହରରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ମିଶନ ଶକ୍ତି ମହିଳାଙ୍କ ସହିତ ଆଲୋଚନା କରିବେ । ବଳଦେବଜୀଉ ମନ୍ଦିର ଦର୍ଶନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ସେପରି ୧୧ ତାରିଖରେ ଘଟଗାଁ ତାରିଣୀଙ୍କର ଦର୍ଶନ କରିବା ସହ ଜନ ସମାବେଶ କରିବା ପରେ ତେଲକୋଇ, ଆନନ୍ଦପୁର ନିର୍ଵାଚନ ମଣ୍ଡଳୀରେ ବିକାଶ କାର୍ଯ୍ୟ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.