ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଳକ କେଶଦୁରାପାଳ ପଞ୍ଚାୟତରେ ଜଣେ କୋରୋନା ରୋଗୀ ଚିହ୍ନଟ ପରେ ଗ୍ରାମବାସୀ ଏହାକୁ ନେଇ ଅନେକ ଭୟଭୀତ ହୋଇଥିବା ଦେଖିବାକୁ ମିଳିଛି । ଏଥିପାଇଁ ସ୍ଥାନୀୟ ସରପଞ୍ଚ ସମ୍ପୁର୍ଣ୍ଣ ପଞ୍ଚାୟତକୁ ଗୁରୁବାର ଠାରୁ ୫ ଦିନ ପାଇଁ ସଟଡାଉନ ଘୋଷଣା କରାଯାଇଛି ।
ଅଗଷ୍ଟ ୨୪ ତାରିଖ ପର୍ଯ୍ୟନ୍ତ କେଶଦୁରାପାଳକୁ ସଟଡାଉନ୍ ଘୋଷଣା କରାଯାଇଛି । ଏହାସହ ସମସ୍ତେ ଘରେ ରହିବା ସହ ସାମାଜିକ ଦୁରତା ରକ୍ଷାକରି ମୁହଁରେ ମାସ୍କ ପିନ୍ଧି ସୁରକ୍ଷିତ ରହିବାକୁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଘୋଷଣା କରି ପଞ୍ଚାୟତ ବାସୀଙ୍କୁ ଅନୁରୋଧ କରିଛନ୍ତି ।
ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ