କେନ୍ଦୁଝର: ଆଜିଠାରୁ ସାତ ଦିନ ଧରି ସାରା ଦେଶରେ ୫୧ ତମ ଜାତୀୟ ସୁରକ୍ଷା ସପ୍ତାହ ଭାବେ ପାଳନ କରାଯାଉଛି । ଏହି ଅବସରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । କେନ୍ଦୁଝର ଜିଲ୍ଲାରେ କାର୍ଯ୍ୟରତ ଟିପିଏନଓଡିଏଲ ବିଦ୍ୟୁତ ବିତରକ ସଂସ୍ଥା ପକ୍ଷରୁ ମଧ୍ୟ ଏହି ସପ୍ତାହ ଉପଲକ୍ଷେ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି ।
ଏହି ସାତ ଦିନ ବ୍ୟାପି ହେବାକୁ ଥିବା କାର୍ଯ୍ୟକ୍ରମର ପ୍ରଥମ ଦିନରେ ଟିପିଏନଓଡିଏଲ କର୍ମଚାରୀଙ୍କ ପକ୍ଷରୁ ସକାଳୁ ଏକ ସଚେତନତା ସୃଷ୍ଟି ଅଭିଯାନ ପଦଯାତ୍ରା ସହର ପରିକ୍ରମା କରାଯାଇଥିଲା । ପରେ ଜିଲ୍ଲା ସଂସ୍କୃତି ଭବନ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।
କାର୍ଯ୍ୟକ୍ରମରେ ଟିପିଏନଓଡିଏଲର ବହୁ ବରିଷ୍ଠ ଅଧିକାରୀ ଯୋଗଦେଇ ବିତରକ ସଂସ୍ଥା ଜାଗ୍ରତ ପ୍ରହରୀ ଭାବେ ଦିନରାତି କାର୍ଯ୍ୟ କରିବ ବୋଲି ପ୍ରକାଶ କରିଥିଲେ । ଗ୍ରାହକଙ୍କୁ ପ୍ରାଥମିକତା ଦେଇ ବିତରକ ସଂସ୍ଥା ସଦାସର୍ବଦା କାର୍ଯ୍ୟ ଜାରି ରଖିବ ବୋଲି ଜେନେରାଲ ମ୍ୟାନେଜର ପ୍ରକାଶ କରିଥିଲେ । ତେବେ ପ୍ରଥମ ଦିନଟି ଲାଇନ ମ୍ୟାନଙ୍କ ପାଇଁ ସମର୍ପିତ ଥିବା ବେଳେ ସପ୍ତାହ ବ୍ୟାପୀ ସଚେତନତା କାର୍ଯ୍ୟକ୍ରମ ଜାରି ରହିବ ବୋଲି ଟିପିଏନଓଡିଏଲ ପକ୍ଷରୁ କୁହାଯାଇଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ