ETV Bharat / state

ବାରଣ୍ଡାରୁ 4 ବର୍ଷ ଶିଶୁ କନ୍ୟାର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

author img

By

Published : Jun 26, 2020, 10:52 AM IST

କେନ୍ଦୁଝର ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ରାଙ୍କୀ ଗାଁ ମୁଣ୍ଡା ସାହିରୁ ଶିଶୁ କନ୍ୟାର ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ଗ୍ରାମବାସୀ । ଅଧିକ ପଢନ୍ତୁ...

ଘର ବାରଣ୍ଡାରୁ 4 ବର୍ଷ ଶିଶୁ କନ୍ୟାର ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

କେନ୍ଦୁଝର: ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ରାଙ୍କୀ ଗାଁ ମୁଣ୍ଡା ସାହିରେ ଅଭାବନୀୟ ଘଟଣା । ଘର ବାରଣ୍ଡାରୁ ଉଦ୍ଧାର ହେଲା ନାବାଳିକାର ମୃତଦେହ । ନାବାଳିକା ଉକ୍ତ ଗାଁର ସୋନୁ ମୁଣ୍ଡାର 4 ବର୍ଷର ଝିଅ ପୂଜା । ଏହା ଏକ ହତ୍ୟା ବୋଲି ସନ୍ଦେହ କରାଯାଉଛି ।

ସୂଚନାଯୋଗ୍ୟ, ସୋନୁ ମୁଣ୍ଡା ତା ସ୍ତ୍ରୀ ଗୁରୁବାରୀ ସହ ଝଗଡା କରିବାରୁ ସେ ତିନି ପିଲାକୁ ଧରି ବାପା ଘରକୁ ଚାଲିଆସିଥିଲା । ଗତକାଲି ସନ୍ଧ୍ୟାରେ ମଝିଆ ଝିଅ ପୂଜା ତା ବାପା ପାଖକୁ ଯାଇଥିବ ଭାବି ଗୁରୁବାରୀ ଖୋଜି ନଥିଲେ । ଆଜି ସକାଳୁ ଝିଅ ପୂଜାର ମୃତଦେହ ନିକଟସ୍ଥ ଏକ ବାରଣ୍ଡାରୁ ଦେଖିବାକୁ ମିଳିଥିଲା ।

ଗ୍ରାମବାସୀ ଶିଶୁ କନ୍ୟାର ମୃତ୍ୟୁକୁ ନେଇ ହତ୍ୟା ଅଭିଯୋଗ ଆଣିଛନ୍ତି । ମଦ ନିଶାରେ କେହି ମାରିଥିବା ଜଣାପଡିଛି । ସେପଟେ ଘଟଣାସ୍ଥଳରେ ଟାଉନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.