ETV Bharat / state

ତୃତୀୟ ପର୍ଯ୍ୟାୟ ନିର୍ବାଚନ: ପ୍ରଶାସନର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

କେନ୍ଦୁଝର ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ ପୋଲିଂ ଅଧିକାରୀମାନେ ଇଭିଏମ୍ ମେସିନ୍ ସହ ଭୋଟ ଗ୍ରହଣରେ ବ୍ୟବହୃତ ସାମଗ୍ରୀ ସାଙ୍ଗରେ ଧରି କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପୋଲିଂ କେନ୍ଦ୍ରକୁ ଯାଉଥିବା ଦେଖିବାକୁ ମିଳିଛି ।

author img

By

Published : Apr 23, 2019, 1:41 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁର: ରାତି ପାହିଲେ ନିର୍ବାଚନ ବୁଥ ଗୁଡିକରେ ଆରମ୍ଭ ହେବ ଭୋଟ ଗ୍ରହଣ ପ୍ରକ୍ରିୟା । ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ ପୋଲିଂ ଅଧିକାରୀମାନେ ଇଭିଏମ୍ ମେସିନ୍ ସହ ଭୋଟ ଗ୍ରହଣରେ ବ୍ୟବହୃତ ସାମଗ୍ରୀ ସାଙ୍ଗରେ ଧରି କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପୋଲିଂ କେନ୍ଦ୍ରକୁ ଯାଉଥିବା ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ସେପଟେ ପଡୋଶୀ ଜିଲ୍ଲାମାନଙ୍କରେ ନାକାବନ୍ଦୀ ବ୍ୟବସ୍ଥାକୁ ଜୋରଦାର କରାଯାଇଛି । ତେବେ ନିର୍ବାଚନକୁ ଶୃଙ୍ଖଳିତ କରିବା ପାଇଁ ଯେ କୌଣସି ପରିସ୍ଥିତିରକୁ ମୁକାବିଲା କରିବା ପାଇଁ ପ୍ରଶାସନ ପ୍ରସ୍ତୁତ ରହିଛି । ମୟୂରଭଞ୍ଜ ଜିଲ୍ଲାରେ ଥିବା 30ନଂ କରଞ୍ଜିଆ ନିର୍ବାଚନ ମଣ୍ଡଳୀଟି ଆଦିବାସୀ ସଂରକ୍ଷିତ ନିର୍ବାଚନ ମଣ୍ଡଳୀ । ଏହା କେନ୍ଦୁଝର ସଂସଦୀୟ କ୍ଷେତ୍ରର ଅନ୍ତର୍ଗତ । ତେବେ ତିନୋଟି ବ୍ଲକ ଯଥା ଠାକୁରମୁଣ୍ଡା, କରଞ୍ଜିଆ ଓ କପ୍ତିପଦାକୁ ନେଇ କରଞ୍ଜିଆ ନିର୍ବାଚନ ମଣ୍ଡଳୀ ।

କରଞ୍ଜିଆ ନିର୍ବାଚନ ମଣ୍ଡଳୀରେ ମୋଟ 1 ଲକ୍ଷ 86 ହଜାର 546ଜଣ ଭୋଟର ଥିବାବେଳେ ପୁରୁଷ ଭୋଟରଙ୍କ ସଂଖ୍ୟା 92 ହଜାର 869, ମହିଳା ଭୋଟରଙ୍କ ସଂଖ୍ୟା 93 ହଜାର 676 ଓ ଅନ୍ୟାନ୍ୟ ଜଣେ ରହିଛନ୍ତି । ନିର୍ବାଚନ ମଣ୍ଡଳୀରେ ସମୁଦାୟ ଭୋଟର ମାନଙ୍କ ପାଇଁ 214ଟି ବୁଥରେ ଭୋଟ ଦେବାର ବ୍ୟବସ୍ଥା କରାଯାଇଛି । ସେଥିମଧ୍ୟରୁ 50ଟି ବୁଥ ସମ୍ବେଦନଶୀଳ ରହିଛି । 22ଟି ବୁଥରେ ଗମନାଗମନର ଅସୁବିଧା ମଧ୍ୟ ରହିଛି । ତେବେ ଆସନ୍ତାକାଲି ପାଇଁ ପ୍ରଶାସନ ତରଫରୁ 20ଟି ମୋବାଇଲ ଭେନ, 2ଜଣ ଡିଏସପି, 4ଜଣ ଇନ୍ସପେକ୍ଟର ଓ 30ଜଣ ସବ ଇନସ୍ପେକ୍ଟରଙ୍କ ସମେତ 3ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଆସନ୍ତାକାଲିର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ କରଞ୍ଜିଆ ନିର୍ବାଚନ ମଣ୍ଡଳୀର ଭୋଟର ମାନଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ସମୁଦାୟ 10ଜଣ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରେ ଭୋଟରମାନେ କାହା ମୁଣ୍ଡରେ ସୁନା କଳସ ଢ଼ାଳିବେ ତାହା ନିର୍ବାଚନ ପରେ ହିଁ ଜଣାପଡ଼ିବ ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Intro:Body:

ssdg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.