ETV Bharat / state

ଯାଜପୁରରେ ଦ୍ବିତୀୟ କୋରୋନା ଆକ୍ରାନ୍ତ, କେନ୍ଦୁଝରରେ ଆତଙ୍କ

କୋରୋନା ସଂକ୍ରମିତଙ୍କୁ ଦେଖା କରିବାକୁ ଯାଜପୁର ଯାଇ ଫେରିଥିଲେ ସମ୍ପର୍କୀୟ । ଏହାପରେ ପ୍ରଶାସନ ପକ୍ଷରୁ ୨୩ ଜଣଙ୍କୁ ବୁଧବାର ଠାରୁ କ୍ବାରେଣ୍ଟାଇନରେ ରଖାଯାଇଛି । ଅଧିକ ପଢନ୍ତୁ...

author img

By

Published : Apr 16, 2020, 6:46 PM IST

ଯାଜପୁରରେ ଦ୍ବିତୀୟ କୋରୋନା ଆକ୍ରାନ୍ତ, କେନ୍ଦୁଝରରେ ଆତଙ୍କ
ଯାଜପୁରରେ ଦ୍ବିତୀୟ କୋରୋନା ଆକ୍ରାନ୍ତ, କେନ୍ଦୁଝରରେ ଆତଙ୍କ

ଆନନ୍ଦପୁର: ଯାଜପୁରର ଚିହ୍ନଟ ହୋଇଛନ୍ତି ଦ୍ବିତୀୟ କୋରେନା ସଂକ୍ରମିତ । ଆଉ ଏହାକୁ ନେଇ କେନ୍ଦୁଝରରେ ଖେଳିଯାଇଛି ଆତଙ୍କ । କାରଣ ଆକ୍ରାନ୍ତଙ୍କ ସହ ଭେଟ କରିଛନ୍ତି ହାଟଡିହି ବ୍ଲକର ହାବଳେଶ୍ବର ଗାଁରେ ଥିବା ସମ୍ପର୍କୀୟ ।

କୋରୋନା ସଂକ୍ରମିତଙ୍କୁ ଦେଖା କରିବାକୁ ଯାଜପୁର ଯାଇ ଫେରିଥିଲେ ସମ୍ପର୍କୀୟ । ଏହାପରେ ପ୍ରଶାସନ ପକ୍ଷରୁ ୨୩ ଜଣଙ୍କୁ ବୁଧବାର ଠାରୁ କ୍ବାରେଣ୍ଟାଇନରେ ରଖାଯାଇଛି । ସେହିପରି ଯାଜପୁର ସଂକ୍ରମିତଙ୍କ ସହ କୋଲକାତାରୁ ଗୋଟିଏ ଗାଡିରେ ଫେରିଥିଲେ ରତକଣା ଗାଁର ବ୍ୟକ୍ତି ।

ସୁରକ୍ଷା ଦୃଷ୍ଟିରୁ ତାଙ୍କ ସହ ସେହି ଗ୍ରାମର ୧୨ ଜଣ ବୁଧବାରଠାରୁ କ୍ବାରେଣ୍ଟାଇନରେ ଅଛନ୍ତି । ଗୁରୁବାର ମୋଟ ୩୫ ଜଣଙ୍କୁ ସ୍ବାବ ଟେଷ୍ଟ ପାଇଁ କେନ୍ଦୁଝର ନିଆଯାଇଛି । ଏହାର ତଦାରଖ କରିଥିଲେ ଆନନ୍ଦପୁର ଉପଜିଲ୍ଲାପାଳ ଓ ମେଡିକାଲ ଟିମ ।

ତେବେ ଏହାକୁ ନେଇ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ପରୀକ୍ଷା ପରବର୍ତ୍ତୀ ରିପୋର୍ଟକୁ ରହିଛି ସମସ୍ତଙ୍କ ଅପେକ୍ଷା ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.