କେନ୍ଦୁଝର: ବଡ଼ବିଲ ପୋଲିସ ୩ କ୍ୱିଣ୍ଟାଲ ତମ୍ବା ତାର ସହ ଏକ କାର ଜବତ କରିଛି । ଏଥିସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରିଛି । ଓଏମଡିସି ଠାକୁରାଣୀ ମାଇନ୍ସର ଗୋଦାମ ଘରେ ପଶି ସେଠାରୁ ଏସବୁ ତମ୍ବା ତାରକୁ ଏହି ୩ ଜଣ ଚୋର ଚୋରି କରିନେଇଥିଲେ ବୋଲି ପୋଲିସ ସୂଚନା ଦେଇଛି ।
![୩ କ୍ୱିଣ୍ଟାଲ୍ ତମ୍ବା ତାର ସହ କାର ଜବତ, ୩ ଅଭିଯୁକ୍ତ ଗିରଫ](https://etvbharatimages.akamaized.net/etvbharat/prod-images/od-kjr-01-thiefarrest-pic-dry-7203607_22082020181105_2208f_1598100065_808.jpg)
ଗିରଫ ୩ ଅଭିଯୁକ୍ତ ହେଲେ, ପିଏଚଡି ରୋଡ୍ ଅଂଚଳର ସମ୍ଭୁ ସାହୁ, ଠାକୁରାଣୀ ଅଂଚଳର ଅର୍ଜ୍ଜୁନ ମହାନ୍ତ ଓ ରାଜେନ୍ଦ୍ର ରାଜଭର୍ । ଗିରଫ କରାଯିବା ପରେ ଆଜି ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।
![୩ କ୍ୱିଣ୍ଟାଲ୍ ତମ୍ବା ତାର ସହ କାର ଜବତ, ୩ ଅଭିଯୁକ୍ତ ଗିରଫ](https://etvbharatimages.akamaized.net/etvbharat/prod-images/od-kjr-01-thiefarrest-pic-dry-7203607_22082020181105_2208f_1598100065_12.jpg)
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ