ETV Bharat / state

ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ 3 ଗିରଫ - ଜଙ୍ଗଲରେ ନିଆଁ ଲଗାଇବା ଖବର

କେନ୍ଦୁଝରରେ ନିଆଁ ଲଗାଇବା ଅଭିଯୋଗରେ 3 ଜଣଙ୍କୁ ଗିରଫ କରିଛି ବନ ବିଭାଗ । ଅଧିକ ପଢନ୍ତୁ...

ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ 3 ଗିରଫ
ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ 3 ଗିରଫ
author img

By

Published : Mar 31, 2021, 11:01 PM IST

କେନ୍ଦୁଝର: ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ 3 ଜଣଙ୍କୁ ଗିରଫ କରିଛି ବନ ବିଭାଗ । କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ପାଟଣା ଓ ବଡ଼ବିଲ ରେଞ୍ଜ ଅଞ୍ଚଳରେ ଜଙ୍ଗଲରେ ନିଆଁ ଲଗାଇବା ଘଟଣାରେ 3 ଜଣଙ୍କୁ ଗିରଫ କରିଛି ଜଙ୍ଗଲ ବିଭାଗ ।

ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ 3 ଗିରଫ

ସୂଚନା ଅନୁଯାୟୀ ବଡ଼ବିଲ ରେଞ୍ଜ ଉଲିବୁରୁ ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବନ ବିଭାଗ । ଗିରଫ ୨ ଯୁବକ ହେଲେ, ଉଲିବୁରୁ ଗ୍ରାମର ଶଙ୍କର ମୁଣ୍ଡା ଓ ରୋଡ଼େ ସାୱାୟା । ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ବନ ବିଭାଗର ଫାୟାର ସ୍କ୍ୱାର୍ଡ଼ ଓ ଅନ୍ୟ କର୍ମଚାରୀ ଜଙ୍ଗଲରେ ଅତର୍କିତ ଚଢ଼ାଉ କରି ଏମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲେ । ଗିରଫଙ୍କ ନିକଟରୁ ଏକ ମାର୍ଚିସ ମଧ୍ୟ ଜବତ୍ କରାଯାଇଛି । ତେବେ ଜଙ୍ଗଲରେ ନିଆଁ ଲଗାଇବା କଥାକୁ ସ୍ୱିକାର କରିଛନ୍ତି ଗିରଫ୍ ଅଭିଯୁକ୍ତ । ଅଭିଯୁକ୍ତମାନେ ଜଙ୍ଗଲୀ ଜନ୍ତୁ ଶିକାର ଉଦ୍ଦେଶ୍ୟରେ ନିଆଁ ଲଗାଇଥିବା ସନ୍ଦେହ କରାଯାଉଛି ।ସେହିପରି ପାଟଣା ରେଞ୍ଜ ଅନ୍ତର୍ଗତ ପଦ୍ମପୁର ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ କୋଡ଼ ଖମଣ ଗ୍ରାମର ଯଦୁମଣି ମହାନ୍ତଙ୍କୁ ଗିରଫ କରିଛି ଜଙ୍ଗଲ ବିଭାଗ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.