ETV Bharat / state

ବିଧାୟକ ମୋହନ ମାଝୀଙ୍କ ଗାଡିକୁ ବୋମାମାଡ ଘଟଣା, ୩ ଗିରଫ

author img

By

Published : Oct 14, 2021, 1:42 PM IST

ବିଧାୟକ ମୋହନ ମାଝୀଙ୍କ ଗାଡିକୁ ବୋମାମାଡ ଘଟଣାରେ ୩ ଜଣଙ୍କୁ ଗିରଫ କଲା କେନ୍ଦୁଝର ଟାଉନ ଥାନା ପୋଲିସ । ଅଧିକ ପଢନ୍ତୁ...

ବିଧାୟକ ମୋହନ ମାଝୀଙ୍କ ଗାଡିକୁ ବୋମାମାଡ ଘଟଣା, ୩ ଗିରଫ
ବିଧାୟକ ମୋହନ ମାଝୀଙ୍କ ଗାଡିକୁ ବୋମାମାଡ ଘଟଣା, ୩ ଗିରଫ

କେନ୍ଦୁଝର: ବିଧାୟକ ମୋହନ ମାଝୀଙ୍କ ଗାଡିକୁ ବୋମାମାଡ ଘଟଣାରେ ୩ ଗିରଫ । କେନ୍ଦୁଝର ଟାଉନ ଥାନା ପୋଲିସ ମାମଲାରେ ସମ୍ପୃକ୍ତି ଥିବା ୩ ଜଣଙ୍କୁ ଗିରଫ କରିଛି । କେଉଁ କାରଣରୁ ବିଧାୟକଙ୍କ ଗାଡିକୁ ବୋମାମାଡ କରିଥିଲେ ସେନେଇ ସ୍ପଷ୍ଟ ହୋଇନାହିଁ ।

ସୂଚନା ଅନୁଯାୟୀ, ଗତ ୧୦ ତାରିଖରେ ମୋହନ ମାଝୀଙ୍କ ଗାଡି ଉପରକୁ କେହି ଦୁର୍ବୃତ୍ତ ବୋମାମାଡ କରିଥିଲେ । ମିଟିଂ ସାରି ଫେରୁଥିବାବେଳେ ମଣ୍ଡୁଆ ନିକଟରେ ବୋମାମାଡ ହୋଇଥିଲା । ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ବିଧାୟକଙ୍କ ଗାଡି ଉପରକୁ 2ଟି ବୋମାମାଡ କରିଥିଲେ । ଏଥିରେ ବିଧାୟକଙ୍କ ଗାଡି ସାମାନ୍ୟ ଭାଙ୍ଗି ଯାଇଥିଲା ।

ତେବେ ବିଧାୟକ ଅଳ୍ପକେ ବର୍ତ୍ତି ଯାଇଥିଲେ । ସେ ଏନେଇ ଟାଉନ ଥାନାରେ ଅଭିଯୋଗ କରିବା ସହ ଏଥିପାଇଁ ବିଜୁ ଯୁବ ଜନତା ଦଳ ରାଜ୍ୟ ଉପ ସଭାପତି ରାଜା ଚକ୍ରଙ୍କୁ ଦାୟୀ କରିଥିଲେ । ପୋଲିସ ତଦନ୍ତ କରି ଆଜି(ଗୁରୁବାର) ୩ ଜଣଙ୍କୁ ଗିରଫ କରିଛି ।ତେବେ କେନ୍ଦୁଝର ଟାଉନ ଥାନା ପୋଲିସ ଏନେଇ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସବିଶେଷ ତଥ୍ୟ ପ୍ରକାଶ କରିବ ବୋଲି କହିଛି ।

କେଉଁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.