ETV Bharat / state

ଖଣିରୁ ଫେରୁଥିବାବେଳେ ବସ ଦୁର୍ଘଟଣାଗ୍ରସ୍ତ: 25 ଆହତ, 8 ଗୁରୁତର

author img

By

Published : Feb 13, 2019, 7:59 AM IST

ଆଜି ସନ୍ଧ୍ୟାରେ ଯୋଡା ବ୍ଲକ ଅନ୍ତର୍ଗତ ଏକ ଠିକା ସଂସ୍ଥାର ବସ ଏହାର କର୍ମଚାରୀଙ୍କୁ ନେଇ ଖଣ୍ଡବନ୍ଧ ଖଣିରୁ ଫେରୁଥିଲା । ଏହି ସମୟରେ ଖଣ୍ଡବନ୍ଧ ବସ୍ତି ନିକଟରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
କେନ୍ଦୁଝର: ଖଣିରୁ କାମ ସାରି ଫେରୁଥିବାବେଳେ ଘଟିଛି ଅଘଟଣ । କର୍ମଚାରୀଙ୍କୁ ନେଇ ଆସୁଥିବା ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ 25 ଜଣ ଆହତ ହୋଇଥିବାବେଳେ 8 ଜଣ ଗୁରୁତର ହୋଇଛନ୍ତି ।
undefined

ଆଜି ସନ୍ଧ୍ୟାରେ ଯୋଡା ବ୍ଲକ ଅନ୍ତର୍ଗତ ଏକ ଠିକା ସଂସ୍ଥାର ବସ ଏହାର କର୍ମଚାରୀଙ୍କୁ ନେଇ ଖଣ୍ଡବନ୍ଧ ଖଣିରୁ ଫେରୁଥିଲା । ଏହି ସମୟରେ ଖଣ୍ଡବନ୍ଧ ବସ୍ତି ନିକଟରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଏଥିରେ ଥିବା ୨୫ରୁ ଉର୍ଦ୍ଧ୍ବ କର୍ମଚାରୀ ଆହତ ହୋଇଛନ୍ତି । ଏହାସହ ୮ରୁ ଉର୍ଦ୍ଧ୍ବ ଗୁରୁତର ହୋଇଛନ୍ତି ।

ସମସ୍ତ ଆହତଙ୍କୁ ଯୋଡା ଟାଟା ମେଡିକାଲରେ ଭର୍ତ୍ତି କରାଯାଇଛି । ଏମାନେ ସମସ୍ତେ ଟିପିଏଲ କମ୍ପାନୀର କର୍ମଚାରୀ ବୋଲି ଜଣାପଡିଛି । ଦୁର୍ଘଟଣାଗ୍ରସ୍ତ ବସରେ ସିଟ ସଂଖ୍ୟାରୁ ଅଧିକ କର୍ମଚାରୀ ବସିଥିବା ଜଣାପଡିଥିବାବେଳେ ଯୋଡା ପୋଲିସ ତଦନ୍ତ ଆରମ୍ଭ କରିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Intro:ବ୍ରହ୍ମପୁର ସହର ସମେତ ସଦର ମହକୁମା ଛତ୍ରପୁର ଏବଂ ଗୋପାଳପୁର ବେଳାଭୂମି ଅଞ୍ଚଳର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକୁ ନେଇ ବ୍ରହ୍ମପୁର ଉନ୍ନୟନ ପରିଷଦ ପକ୍ଷରୁ କରାଯାଇଛି ସମୀକ୍ଷା । ଜିଲ୍ଲାପାଳ ଙ୍କ ଉପସ୍ଥିତରେ ପର୍ଯ୍ୟଟନ ଶିଳ୍ପର ବିକାଶ ସହ ଯେପରି ନିଯୁକ୍ତି ସୁବିଧା ସୁଯୋଗ କୁ ବୃଦ୍ଧି କରାଯିବ ତାହାକୁ ନେଇ ବୈଠକରେ ଆଲୋଚନା କରାଯାଇଥିବା ବେଳେ ସହରରେ ଖୁବ୍ ଶ୍ରୀଘ୍ର ରିଙ୍ଗ୍ ରୋଡ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି କୁହାଯାଇଛି।

Body:()ବ୍ରହ୍ମପୁର ସହରବାସୀ ଙ୍କ ଦୀର୍ଘ ଦିନର ଦାବୀ କୁହାଯାଉଥିବା ରିଙ୍ଗ୍ ରୋଡ ନିର୍ମାଣ କାର୍ଯ୍ୟ ଖୁବ୍ ଶ୍ରୀଘ୍ର କାର୍ଯ୍ୟକାରୀ କରାଯିବ । ଏ ନେଇ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରକାର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏଥିପାଇଁ ଆବଶ୍ୟକ ରହିଥିବା ଜମି ଅଧିଗ୍ରହଣ ପ୍ରକ୍ରିୟା ମଧ୍ୟ ଇତିମଧ୍ୟରେ ଆରମ୍ଭ ହୋଇଯାଇଛି ।ରିଙ୍ଗ୍ ରୋଡ ପାଇଁ ପ୍ରଥମ ପର୍ଯ୍ୟାୟରେ ସହର ଉପକଣ୍ଠ ରଘୁନାଥପୁର ଠାରୁ ରତନପୁର ପର୍ଯ୍ୟନ୍ତ ଜମି ଅଧିଗ୍ରହଣ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ କନିଷି ଠାରୁ ରଘୁନାଥପୁର କାର୍ଯ୍ୟ ଖୁବ୍ ଶ୍ରୀଘ୍ର କରାଯିବାକୁ ଯୋଜନା ରହିଛି ।ଏପରିକି ଏଥିନିମନ୍ତେ ବିଭିନ୍ନ ବିଭାଗ ସହିତ ଆଲୋଚନା କରାଯାଇଥିବା ବେଳେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଙ୍କ ପକ୍ଷରୁ ରହିଯାଇଥିବା କାର୍ଯ୍ଯକୁ ନେଇ ସ°ପୃକ୍ତ ବିଭାଗ ସହ ଆଲୋଚନା ଜାରି ରହିଥିବା ବିଷୟକୁ ବ୍ରହ୍ମପୁର ଉନ୍ନୟନ ପରିଷଦ ବୈଠକରେ ସୂଚନା ଦିଆଯାଇଛି ସୂଚନା । ସ୍ଥାନୀୟ ବିଡିଏ କାର୍ଯ୍ୟାଳୟ ପରିସରରେ ଏହି ଅବସରରେ ଗଞ୍ଜାମ ଜିଲ୍ଲାପାଳ ଙ୍କ ସହ ନିର୍ବାଚିତ ପ୍ରତିନିଧି ଙ୍କ ଉପସ୍ଥିତ ରେ ବ୍ରହ୍ମପୁର ସହରର ବିଭିନ୍ନ ଯୋଜନା ସହ ସଦର ମହକୁମା ଛତ୍ରପୁର ଏବଂ ଗୋପାଳପୁର ପର୍ଯ୍ୟଟନ ସ୍ଥଳର ବିକାଶ ସ°ପର୍କରେ ଆଲୋଚନା କରାଯାଇଥିଲା ।
ବାଇଟ୍-ପ୍ରଦୀପ କୁମାର ପାଣିଗ୍ରାହୀ(ବିଧାୟକ-ଗୋପାଳପୁର)
ବାଇଟ୍-ବିଜୟ ଅମୃତ କୁଲାଙ୍ଗେ(ଜିଲ୍ଲାପାଳ-ଗଞ୍ଜାମ)
()ଏପରିକି ବୈଠକରେ ବ୍ରହ୍ମପୁର ସହରର ବିଜୁ ପଟ୍ଟନାୟକ ପାର୍କ ର ଉନ୍ନତିକରଣ କୁ ଅଧିକ ଗୁରୁତ୍ଵ ଦିଆଯିବା ସହ ପର୍ଯ୍ୟଟନ ସ୍ଥଳର ବିକାଶ ପାଇଁ ଅଧିକ ରୁ ଅଧିକ ଗୁରୁତ୍ବ ଦିଆଯିବା ସହ ଗୋପାଳପୁର ବେଳାଭୂମିରେ ରହିଥିବା ଇକୋ ରିର୍ଟାଟ ହବ୍ କୁ ବିକାଶ କରିବା ସହ।ସେଠାକାର ମୁଖ୍ୟ ରାସ୍ତାକୁ ଚାରି ଥାକିଆ କରିବା ,ବ୍ରହ୍ମପୁର ସହରରେ ରହିଥିବା କେସି ହାଇସ୍କୁଲ ଖେଳପଡିଆ ଏବଂ ସିଟି ହାଇସ୍କୁଲ ଖେଳପଡିଆ ରେ ମୋଟ ୮୦ ଲକ୍ଷ ଟଙ୍କା ବ୍ୟୟରେ ୱକିଙ୍ଗ ଟ୍ରାକ ନିର୍ମାଣ କରିବା ସହ ସହରରେ ଚାଲିଥିବା ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ କୁ ତ୍ବରାନ୍ବିତ କରିବା ନେଇ ଆଲୋଚନା କରାଯାଇଥିଲା।
ବାଇଟ୍-ସୁବାସ ମହାରଣା(ଅଧ୍ୟକ୍ଷ-ବିଡିଏ, ବ୍ରହ୍ମପୁର)

Conclusion:ବ୍ରହ୍ମପୁର ସହର ସମେତ ସଦର ମହକୁମା ଛତ୍ରପୁର ଏବଂ ଗୋପାଳପୁର ଅଞ୍ଚଳର ବିକାଶ ପାଇଁ ବିଡିଏ ପକ୍ଷରୁ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ହାତକୁ ନିଆଯାଇଥିବା ବେଳେ ଇତି ମଧ୍ୟରେ କେତେକ କାର୍ଯ୍ୟ ଶେଷ ହୋଇଥିବା ବେଳେ ଅନ୍ୟ କେତେକ ଯୋଜନା ସଫଳ ରୁପାୟନ ହୋଇ ପାରିନଥିବାରୁ ଏହାକୁ ଆଗାମୀ ଦିନରେ ଯେପରି କାର୍ଯ୍ୟକାରୀ କରାଯିବାକୁ ତାହାକୁ ପ୍ରଶାସନିକ ସ୍ତରରେ ଜାରି ରହିଛି ଉଦ୍ୟମ।
ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ନ୍ୟୁଜ୍
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.