ETV Bharat / state

ପୁଣି ଜନ୍ମ ନେଲେ ଦୁଇ ମୁଣ୍ଡ ଥିବା ଶିଶୁ ପୁତ୍ର - Harichandanpur Community health centre

ଜିଲ୍ଲାରେ ପୁଣି ଚର୍ଚ୍ଚାରେ ଦୁଇ ମୁଣ୍ଡ ବିଶିଷ୍ଟ ଶିଶୁପୁତ୍ର ଜନ୍ମ । ହସ୍ପିଟାଲରେ ଏଭଳି ଘଟଣା ପ୍ରଥମ କହିଲେ କର୍ମଚାରୀ । ଅଧିକ ପଢନ୍ତୁ...

ପୁଣି ଜନ୍ମ ନେଲେ ଦୁଇ ମୁଣ୍ଡ ଥିବା ଶିଶୁ ପୂତ୍ର

author img

By

Published : Sep 4, 2021, 9:33 PM IST

କେନ୍ଦୁଝର: ଜିଲ୍ଲାରେ ପୁଣି ଦେଖିବାକୁ ଏକ ଆଶ୍ଟର୍ଯ୍ୟ ଚକିତ କଲାଭଳି ଦୃଶ୍ୟ । ପୁଣି ଜନ୍ମ ନେଇଛନ୍ତି ଦୁଇଟି ମୁଣ୍ଡ ଥିବା ଶିଶୁ ପୁତ୍ର । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଅଧିନ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ । ତେବେ ଆଜି (ଶନିବାର) ସକାଳ ସମୟରେ ହସ୍ପିଟାଲ ପରିସରରେ ଏକ ଅଦ୍ଭୁତ ବିରଳ ଶିଶୁ ପୁତ୍ର ଜନ୍ମ ହୋଇଥିବା ଶିଶୁଟିର ଦୁଇଟି ମୁଣ୍ଡ ଥିବା ଦେଖିବାକୁ ମିଳିଛି ।

ପୁଣି ଜନ୍ମ ନେଲେ ଦୁଇ ମୁଣ୍ଡ ଥିବା ଶିଶୁ ପୂତ୍ର

ତେବେ ଦୁଇଟି ମସ୍ତକ ଥିବା ଅଦ୍ଭୁତ ପୁତ୍ର ଶିଶୁକୁ ଦେଖିବା ପାଇଁ କିଛି ସମୟ ସ୍ଥାନୀୟ ଲୋକଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ସୂଚନାନୁସାରେ ଠାକୁରପଡା ଗ୍ରାମ ପଞ୍ଚାୟତ ରାଇଡିହା ଗ୍ରାମର ମୂରଲୀଧର ନାଏକଙ୍କ ପତ୍ନୀ ବାସନ୍ତୀ ନାଏକଙ୍କ ପ୍ରସବ ବେଦନା ହେବା ପରେ ଶୁକ୍ରବାର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ସେପଟେ ଦୁଇଟି ମୁଣ୍ଡ ଥିବା ଶିଶୁପୁତ୍ରଙ୍କ ମଧ୍ୟରୁ ଗୋଟିଏ ଶିଶୁ ଜୀବିତ ଥିବାବେଳେ ଆଉ ଗୋଟିଏ ଜନ୍ମ ହେବାର ୧ଘଣ୍ଟା ପରେ ଉକ୍ତ ସନ୍ତାନର ମୃତ୍ୟୁ ଘଟିଥିବା ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି । ତେବେ ହରିଚନ୍ଦନପୁର ମେଡିକାଲରେ ଏଭଳି ଅଦ୍ଭୁତ ଶିଶୁ ଜନ୍ମଗ୍ରହଣ ପ୍ରଥମ ବୋଲି ହସ୍ପିଟାଲର କର୍ମଚାରୀମାନେ ସୂଚନା ଦେଇଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.