କେନ୍ଦୁଝର: ଶ୍ବାସରୁଦ୍ଧ ହୋଇ 2 ଜଣଙ୍କର ମୃତ୍ୟୁ । କେନ୍ଦୁଝର ସଦର ବ୍ଲକ କାଠବାରୀ ଗାଁରେ ଜେନେରେଟର ଧୂଆଁରେ ଶ୍ବାସରୁଦ୍ଧ ହୋଇ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି।
ମୃତକ ହେଲେ କାଠବାରୀ ଗାଁର ବାଦଲ ନାୟକ(୧୫) ଏବଂ ବାଇଧର ନାୟଚକ(୩୦)। ଗୁରୁତରଙ୍କ ମଧ୍ୟରୁ ଶମ୍ଭୁ ନାଥ ନାୟକ(୧୫)ଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା ବେଳେ ଆକାଶୀ ନାୟକ(୧୬)ଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଏକ ବାହାଘର ଭୋଜି ପରେ ପ୍ରବଳ ଶୀତ ହେଉଥିବାରୁ ଜେନେରେଟର ଚାଲୁଥିବା ରୁମରେ ଏମାନେ ଶୋଇଥିଲେ। ରୁମର କବାଟ ଓ ଝରକା ଦେଇ ଶୋଇ ପଡ଼ିଥିବାରୁ ଧୂଆଁ ଯୋଗୁଁ ଅଣନିଶ୍ବୀସୀ ହୋଇ ମୃତ୍ୟୁବରଣ କରିଥିବା ଗାଁ ଲୋକେ କହିଛନ୍ତି ।
ସେପଟେ ଏକମାତ୍ର ରୋଜଗାରିଆ ପୁଅ ବାଇଧରକୁ ହରାଇ ବାପା ମ୍ରିୟମାଣ । ତେବେ ବାଇଧରଙ୍କର ମଧ୍ୟ ଏକ ଛୋଟ ପୁଅ ଅଛି । ତେଣୁ ଏବେ ଏକ ମାତ୍ର ରୋଜଗାରିଆ ପୁଅର ମୃତ୍ୟୁ ପରେ ଘର କିପରି ଚଳାଇବେ ବାପା ଚିନ୍ତାରେ । ସେପଟେ ଏକ ମାତ୍ର ୧୪ ବର୍ଷର ପୁଅ ବାପୁନକୁ ହରାଇ ବାପା ଦୁଃଖରେ ଭାଙ୍ଗି ପଡିଛନ୍ତି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ