ETV Bharat / state

କେନ୍ଦୁଝରର କୁନି ବୈଜ୍ଞାନିକ ବିଶ୍ବବନ୍ଧୁ, ପ୍ରତିଭା ବଳରେ ପହଞ୍ଚିଛନ୍ତି ନାସା - କେନ୍ଦୁଝର ଛାତ୍ର

ତୁଳସୀ ଦୁଇପତ୍ରରୁ ବାସିଲା ଭଳି ବିଶ୍ବବନ୍ଧୁଙ୍କ କାହାଣୀ । ଗୋଟିଏ ଆଦିବାସୀ ଅଞ୍ଚଳର ଛୋଟିଆ ଗାଁଟିଏ, ଆଉ ଆଜି ସେହି ଗାଁରୁ ପ୍ରତିଭା ଚିହ୍ନିଛି ‘ନାସା’ । କିଛି ଦିନ ପୂର୍ବରୁ ସୌରଚାଳିତ ସାଇକେଲ ନିର୍ମାଣ କରି ବେଶ ନାଁ କମାଇଥିବାବେଳେ, ଏବେ ନାସାରେ କାମ କରିବାର ସୁଯୋଗ ପାଇଛନ୍ତି ସେ। ଅଧିକ ପଢନ୍ତୁ...

10th standard student Biswabandhu ojha working with space research organisation NASA
'ନାସା' ପ୍ରକଳ୍ପରେ କାର୍ଯ୍ୟ କରୁଛନ୍ତି ଦଶମ ଶ୍ରେଣୀ ଛାତ୍ର ବିଶ୍ବବନ୍ଧୁ
author img

By

Published : Aug 18, 2021, 7:48 PM IST

ଆନନ୍ଦପୁର: ଛୋଟ ଏକ ଗାଁ ରୁ ସୁଦୂର ଆମେରିକାର ନାସା। ଆମେରିକାର ନାସାରେ କାର୍ଯ୍ୟ କରିବା ପାଇଁ ସୁଯୋଗ ପାଇଛନ୍ତି ଜଣେ ଗରିବ ମେଧାବୀ ପ୍ରତିଭାବାନ ଛାତ୍ର। ତୁଳସୀ ଦୁଇପୁତ୍ରରୁ ବାସିବା ଭଳି ଛାତ୍ର ଜଣକଙ୍କ ପ୍ରତିଭା ପିଲାଟି ବେଳୁ ଜଣାପଡିଥିଲା। ଏବେ ବୟସ ମାତ୍ର ୧୫ ହେଲେ ତାଙ୍କର ଏହି ପ୍ରତିଭାକୁ ନେଇ ସ୍ଥାନୀୟ ଅଞ୍ଚଳ ଗର୍ବିତ ହୋଇ ଉଠିଛି।

'ନାସା' ପ୍ରକଳ୍ପରେ କାର୍ଯ୍ୟ କରୁଛନ୍ତି ଦଶମ ଶ୍ରେଣୀ ଛାତ୍ର ବିଶ୍ବବନ୍ଧୁ

କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ତରିମୂଳ ଗାଁ। ଗାଁରେ ଜଣେ ସାଧାରଣ ଶିକ୍ଷକଙ୍କ ପୁଅ ବିଶ୍ୱବନ୍ଧୁ। କିଛି ଦିନ ପୂର୍ବରୁ ଏକ ସୌରଚାଳିତ ସାଇକେଲ ନିର୍ମାଣ କରି ବେଶ ନାଁ କମାଇଥିବା ବିଶ୍ୱବନ୍ଧୁ ଏବେ ନାସାରେ କାର୍ଯ୍ୟରତ। ବର୍ତ୍ତମାନ ସେ ସ୍ଥାନୀୟ ତରିମୂଳ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀର ଛାତ୍ର ହୋଇଥିବା ବେଳେ ତାଙ୍କର ଏହି ପ୍ରତିଭାକୁ ନେଇ ସମସ୍ତେ ଗର୍ବ ଅନୁଭବ କରୁଛନ୍ତି । ବିଶ୍ୱବନ୍ଧୁଙ୍କୁ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଓ ନାସା ତରଫରୁ ୩୦୦ ରୁ ଉର୍ଦ୍ଧ୍ବ ସାର୍ଟିଫିକେଟ ମିଳିଥିବା ବେଳେ ଯୁବ ବୈଜ୍ଞାନିକ ସମ୍ମାନ ପାଇଁ ମନୋନୀତ ହୋଇଥିଲେ ମଧ୍ୟ ବୟସ ହୋଇନଥିବାରୁ ମିଳିନଥିବା ପ୍ରକାଶ କରିଛନ୍ତି ସେ । ଏବେ ସେ ଘରେ ରହି ନାସା ତରଫରୁ ଅଫିସିଆଲ ଅଫିସର ପଦବୀରେ କାର୍ଯ୍ୟରତ ଥିବା ବେଳେ ନାସାରେ ନିଯୁକ୍ତି ପାଇବାକୁ ଇଛୁକ ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଛନ୍ତି।

ବିଶ୍ୱବନ୍ଧୁ ପ୍ରତିକୂଳ ପରିବେଶରେ ଥାଇ ମଧ୍ୟ କେବେ ହାର ମାନି ନାହାନ୍ତି। ଏତେ ଛୋଟ ବୟସରୁ ନିଜେ ବିକଶିତ ହେବା ସହିତ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ୬ ମାସ ତଳେ ନିଜ ବାପାଙ୍କୁ ହରାଇ ନିଶ୍ବ ହୋଇଯାଇଥିଲେ ମଧ୍ୟ ଭବିଷ୍ୟତକୁ ନେଇ ଅସୁମାରୀ ସ୍ୱପ୍ନ ଦେଖିଛନ୍ତି। ନାସା କିମ୍ବା ଇନ୍ସାରେ ସୃଷ୍ଟି ହେଉଥିବା ସୁଯୋଗ ସାଧାରଣ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚି ପାରୁନଥିବା ନେଇ ସେ ମତପ୍ରକାଶ କରିଛନ୍ତି। ତେବେ ପରିବାର ଲୋକେ ଓ ବିଦ୍ୟାଳୟର ଶିକ୍ଷକ ତାଙ୍କର ଏହି ପ୍ରତିଭା ଓ ଭବିଷ୍ୟତକୁ ନେଇ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି। ବିଶ୍ୱବନ୍ଧୁଙ୍କ ଅଧ୍ୟବସାୟ ତାଙ୍କୁ ଏହି ସ୍ଥାନରେ ପହଞ୍ଚାଇ ଥିବା ବେଳେ ତାଙ୍କର ଭବିଷ୍ୟତ ଉଜ୍ଵଳମୟ ହେଉ ଏବଂ ସେ ଆମ ଦେଶ ନାଁ କୁ ବହୁତ ଆଗକୁ ନିଅନ୍ତୁ ଏହାହିଁ ଆଶା।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.