ETV Bharat / state

15 ଦିନରେ ପହଞ୍ଚିଲା ଆମରଣ ଅନଶନ, 10 ମେଡିକାଲରେ ଭର୍ତ୍ତି - ମେଡିକାଲ

ହକ ପାଇଁ ଲଢେଇ କରୁ କରୁ ଶୋଚନୀୟ ଅବସ୍ଥାରେ ପହଞ୍ଚିଛନ୍ତି ଅନଶନକାରୀ । ସ୍ଥାନୀୟ ବଡକାଳୀମାଟି ପଞ୍ଚାୟତ ଅନ୍ତର୍ଗତ ଦୁବୁନାଠାରେ ଏସାରଷ୍ଟିଲ କମ୍ପାନୀ ଦ୍ବାରା ପ୍ରତାରିତ ହୋଇ ଆସୁଥିବା ନିରୀହ ପ୍ରଜାଙ୍କ ଦ୍ବାରା ଆରମ୍ଭ ହୋଇଥିଲା ଏହି ଆମରଣ ଅନଶନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
author img

By

Published : Jul 1, 2019, 8:52 PM IST

କେନ୍ଦୁଝର: ହକ ପାଇଁ ଲଢେଇ କରୁ କରୁ ଶୋଚନୀୟ ଅବସ୍ଥାରେ ପହଞ୍ଚିଛନ୍ତି ଅନଶନକାରୀ । ସ୍ଥାନୀୟ ବଡକାଳୀମାଟି ପଞ୍ଚାୟତ ଅନ୍ତର୍ଗତ ଦୁବୁନାଠାରେ ଏସାରଷ୍ଟିଲ କମ୍ପାନୀ ଦ୍ବାରା ପ୍ରତାରିତ ହୋଇ ଆସୁଥିବା ନିରୀହ ପ୍ରଜାଙ୍କ ଦ୍ବାରା ଆରମ୍ଭ ହୋଇଥିଲା ଏହି ଆମରଣ ଅନଶନ । ଯେଉଁଥିରେ କମ୍ପାନୀର ପ୍ରତାରଣାରୁ ମୁକୁଳିବା ସହ ନିଜ ଅଧିକାର ପାଇବା ପାଇଁ ବିଗତ 15 ଦିନ ହେବ ଅନଶନରେ ବସି ରହିଛନ୍ତି 19 ଜଣ କର୍ମଚାରୀ । ହେଲେ ବର୍ତ୍ତମାନ ସେମାନଙ୍କ ମଧ୍ୟରୁ 10ଜଣ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ସୂଚନା ଅନୁଯାୟୀ ଏସାରଷ୍ଟିଲ କମ୍ପାନୀ ପ୍ରତିଷ୍ଠା ହେବା ଦ୍ବାରା ସମସ୍ତ କ୍ଷେତ୍ରରେ କମ୍ପାନୀ ଦ୍ବାରା ପଞ୍ଚାୟତବାସୀ ପ୍ରତାରିତ ହେଉଥିଲେ । ଏଥିସହ ଜମିହରା କ୍ଷତିଗ୍ରସ୍ତଙ୍କୁ ମଧ୍ୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ ଉପଯୁକ୍ତ ଥଇଥାନ । ଯାହାର ପ୍ରତିବାଦ ସ୍ବରୂପ ବିଗତ 15 ଦିନ ହେବ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସି ରହିଛନ୍ତି 19 ଜଣ କର୍ମଚାରୀ । ହେଲେ ସୋମବାର ସୁଦ୍ଧା ଅନଶନକାରୀ ମଧ୍ୟରୁ 10 ଜଣଙ୍କ ଅବସ୍ଥା ଶୋଚନୀୟ ହେବାରୁ ସେମାନଙ୍କୁ ନିକଟସ୍ଥ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଅନ୍ୟପଟେ ଅନଶନକାରୀଙ୍କ ସହ ସୋମବାର ଯୋଗ ଦେଇଛନ୍ତି ବରିଷ୍ଠ ବିଜେପି ନେତା ମୁରଲୀ ମନୋହର ଶର୍ମା । ଜିଲ୍ଲା ପ୍ରଶାସନର କମ୍ପାନୀ ପ୍ରୀତିକୁ ସେ ଦୃଢ ନିନ୍ଦା କରିବା ସହ ଆଗାମୀ ଦିନରେ ବିଜେପି ଏହି ଘଟଣାରେ ରାଜରାସ୍ତାକୁ ଓହ୍ଲାଇବାର ସୂଚନା ଦେଇଛନ୍ତି । ତେଣେ ଏନେଇ ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ- ହକ ପାଇଁ ଅନସନ କରି ୧୫ ଦିନରେ ୧୦ ମେଡିକାଲ ରେBody:
ଆଙ୍କର- କେନ୍ଦୁଝର ଜିଲ୍ଲା ବଡକାଳୀମାଟି ପଂଚାୟତ ଅନ୍ତର୍ଗତ ଦୁବୁନା ଠାରେ ଏସାରଷ୍ଟିଲ କମ୍ପାନି ପ୍ରତିଷ୍ଠା ହୋଇଛି । ପ୍ରତିଷ୍ଠା ସମୟରେ ପଂଚାୟତବାସୀ ଙ୍କୁ ଦେଇଥିବା ପ୍ରତିଶ୍ରୁତି ରୁ ଓହରି ଯାଇଛି । ସମସ୍ତ କ୍ଷେତ୍ରରେ କମ୍ପାନୀ ଏଠାରେ ଏଠାକାର ନିରୀହ ପ୍ରଜାକୁ ପ୍ରତାରଣା କରି ଆସୁଥିବା ବେଳେ ଜମିହରା କ୍ଷତିଗ୍ରସ୍ତଙ୍କୁ ଥଇଥାନ କରିବା ଦିଗରେ ଦୃଷ୍ଟି ଦେଉନାହିଁ । ତେବେ ଏନେଇ ପଂଚାୟତବାସୀ ନିଜର ହକ ପାଇଁ ବାରମ୍ବାର କମ୍ପାନୀ ତଥା ପ୍ରଶାସନ ର ଦ୍ୱାରସ୍ଥ ହେବା ସତ୍ଵେ କୌଣସି ପ୍ରତିକାର ହେଉନଥିବାରୁ ଗତ ୧୫ ଦିନଧରି କ୍ଷତିଗ୍ରସ୍ତ ପଂଚାୟତବାସି ଚମ୍ପୁଆ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣତାନ୍ତ୍ରିକ ପଦ୍ଧତିରେ ଅନଶନ ରେ ବସିଛନ୍ତି। ସମୁଦାୟ ୧୯ ଜଣ ଅନଶନ କାରୀ ଙ୍କ ମଧ୍ୟରୁ ଏବେ ପ୍ରାୟ ୧୦ ଜଣଙ୍କ ଅବସ୍ଥା ଶୋଚନୀୟ ହୋଇଛି, ଯେଉଁମାନଙ୍କୁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ଆଜି ଅନଶନ କାରୀ ଙ୍କ ସହ ଯୋଗ ଦେଇଛନ୍ତି ବରିଷ୍ଠ ବିଜେପି ନେତା ମୂରଲୀ ମନୋହର ଶର୍ମା।ଜିଲ୍ଲା ପ୍ରଶାସନ ର କମ୍ପାନୀ ପ୍ରୀତି କୁ ଦୃଢ ନିନ୍ଦା କରିବା ସହ ଆଗାମୀ ଦିନରେ ବିଜେପି ଏହି ଘଟଣା ରେ ରାଜରାସ୍ତାକୁ ଓଲ୍ହାଇବ ବୋଲି ଶ୍ରୀ ଶର୍ମା କହିଛନ୍ତି।ଏନେଇ ପ୍ରଶାସନ ର କିଛି ପ୍ରତିକ୍ରିୟା ମିଳିପାରିନାହିଁ ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.