କେନ୍ଦୁଝର: ଜିଲ୍ଲାରେ ପୁଣି 10 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ପ୍ରଥମ କରି ତେଲକୋଇ ବ୍ଲକରୁ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ସମୁଦାୟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 43ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ 18 ଜଣ ସୁସ୍ଥ ହୋଇଥିବା ବେଳେ, 25 ଜଣ ସକ୍ରିୟ ରହିଛନ୍ତି ।
ଏହି ୧୦ ଆକ୍ରାନ୍ତଙ୍କ ମଧ୍ୟରୁ ୫ଜଣ ମହାରାଷ୍ଟ୍ର, ୩ ଜଣ ତାମିଲନାଡୁ, ଜଣେ ଗୁଜୁରାଟ ଓ ଜଣେ କର୍ଣ୍ଣାଟକ ଫେରନ୍ତା ବୋଲି ଜଣା ପଡ଼ିଛି । ଆକ୍ରାନ୍ତଙ୍କ ମଧ୍ୟରୁ ଆନନ୍ଦପୁର ଉପଖଣ୍ଡରେ 7 ଜଣ ବାହାରିଥିବା ବେଳେ ହାଟଡିହି ବ୍ଲକରେ 5 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ 4 ଜଣ ଆକ୍ରାନ୍ତ ମୁଗୁପୁର ବାଳିକା ଉଚ୍ଚବିଦ୍ୟାଳୟର ସଙ୍ଗରୋଧ କେନ୍ଦ୍ରରେ ଥିବା ବେଳେ,ଏମାନେ ସମସ୍ତେ ମହାରାଷ୍ଟ୍ର ଫେରନ୍ତା ଓ ଗୋଟିଏ ପରିବାରର ବୋଲି ଜଣାପଡିଛି ।
ଆଉ ଜଣେ ସଡଙ୍ଗ ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସେ ତାମିଲନାଡୁରୁ ଫେରିଥିଲେ । ସେହିପରି ଆନନ୍ଦପୁର ବ୍ଲକ ପଞ୍ଚୁପଲ୍ଲୀ ସଙ୍ଗରୋଧ କେନ୍ଦ୍ରରୁ 2ଜଣ ଚିହ୍ନଟ ହୋଇଥିବା ବେଳେ ସେମାନେ ଚେନ୍ନାଇ ଫେରନ୍ତା ବୋଲି ଜଣାପଡିଛି ।
ସମସ୍ତଙ୍କୁ କୋଭିଡ୍-19 ହସପିଟାଲ ସ୍ଥାନାନ୍ତର କରାଯାଇଛି । ସେମାନଙ୍କର ପ୍ରାଇମେରୀ କଣ୍ଟାକ୍ଟ ଲିଷ୍ଟ ପ୍ରଶାସନ ତରଫରୁ ପ୍ରସ୍ତୁତ କରାଯାଇଛି । ସଂପୃକ୍ତ କ୍ବାରେନଣ୍ଟାଇନ କେନ୍ଦ୍ରର 100 ମିଟର ପରିଧି କୁ 144 ଧାରା ଜାରି କରାଯାଇ କଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।
ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ