ETV Bharat / state

ଖରସ୍ରୋତା ବଞ୍ଚାଅ ଆନ୍ଦୋଳନ ଜୋରଦାର, ଯୁବ କଂଗ୍ରେସର ୨ ଘଣ୍ଟିଆ ରାସ୍ତାରୋକ - କେନ୍ଦ୍ରାପଡା ଖବର

ଖରସ୍ରୋତା ବଞ୍ଚାଅ ଆନ୍ଦୋଳନ ଜୋରଦାର । ଯୁବ କଂଗ୍ରେସର ୨ ଘଣ୍ଟିଆ ରାସ୍ତାରୋକ । ଅଧିକ ପଢନ୍ତୁ...

ଖରସ୍ରୋତା ବଞ୍ଚାଅ ଆନ୍ଦୋଳନ ଜୋରଦାର,ଯୁବ କଂଗ୍ରେସର ୨ ଘଣ୍ଟିଆ ରାସ୍ତାରୋକ

author img

By

Published : Aug 20, 2021, 2:03 PM IST

କେନ୍ଦ୍ରାପଡା: ଜିଲ୍ଲା ରାଜକନିକା ଖରସ୍ରୋତା ନଦୀରେ ମେଗା ପାନୀୟ ଜଳ ପ୍ରକଳ୍ପକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ । ପ୍ରକଳ୍ପକୁ ବିରୋଧ କରି ଆଜି କେନ୍ଦ୍ରାପଡା ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ କଟକ-ଚାନ୍ଦବାଲି ରାଜ୍ୟ ରାଜପଥର ପତ୍ରପୁର ପୋଲ ନିକଟରେ ୨ ଘଣ୍ଟିଆ ରାସ୍ତା ରୋକ କରାଯିବା ସହ ଆଳି ବିଧାୟକ ପ୍ରତାପ କେଶରୀ ଦେବଙ୍କର କୁଶ ପୁତ୍ତଳିକା ଦାହ କରାଯାଇଛି । ଏବଂ ଆଗକୁ ଏହି ବିରୋଧ ଜାରି ରହିବ ବୋଲି କହିଛନ୍ତି ଯୁବ କଂଗ୍ରେସ ଜିଲ୍ଲା ସଭାପତି ।

ଖରସ୍ରୋତା ବଞ୍ଚାଅ ଆନ୍ଦୋଳନ ଜୋରଦାର,ଯୁବ କଂଗ୍ରେସର ୨ ଘଣ୍ଟିଆ ରାସ୍ତାରୋକ

ପ୍ରତି ଗାଁ,ପ୍ରତି ପଞ୍ଚାୟତରେ ବିରୋଧ କରାଯିବା ସହ ଖରସ୍ରୋତା ପାଇଁ ପ୍ରତି ଛକରେ ରାସ୍ତା ରୋକ କରାଯିବ । ପ୍ରତାପ ଦେବ ଯେଉଁ ଚକ୍ରାନ୍ତ କରୁଛନ୍ତି ତାର ବିରୋଧରେ ଆଗାମୀ ଦିନରେ ତାଙ୍କୁ ଆଳି ଏବଂ ରାଜକନିକାରେ କୌଣସି ସଭାସମିତି କରାଇ ଦିଆଯିବ ନାହିଁ । ଯଦି ସଭା କରନ୍ତି ଅଣ୍ଡା ମାଡ କରାଯିବ ବୋଲି ଜିଲ୍ଲା ଯୁବ କଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲ ସୂଚନା ଦେଇଛନ୍ତି । ଅପରପକ୍ଷରେ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ରାସ୍ତାରୋକ ଯୋଗୁଁ ଶହ ଶହ ଗାଡି ୨ ଘଣ୍ଟା ଧରି ଅଟକି ରହିଥିଲେ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.