ETV Bharat / state

ଯୁବକଙ୍କ ଉନ୍ମତକାଣ୍ଡ, ବୋତଲ ବୋମା ପକାଇ ଜାଳିଲେ ଗାଡି - କେନ୍ଦ୍ରପଡା ଆଳି ଦେମାଳ

କେନ୍ଦ୍ରାପଡା ଆଳି ଦେମାଳ ଅଞ୍ଚଳରରେ ଜଣେ ଯୁବକ ପେଟ୍ରୋଲ ବୋମା ଫିଙ୍ଗି ଏକ ଚିପ୍ସ ବୋଝେଇ ହାଇୱାକୁ ଜାଳି ଦେଇଥିବା ବେଳେ ଆଉ ଏକ ଆଇରନ ବୋଝେଇ ୧୨ ଚକିଆ ଟ୍ରକକୁ ନିଆଁ ଲଗାଇବାକୁ ଉଦ୍ୟମ କରୁଥିବା ସମୟରେ ପୋଲିସ ପହଞ୍ଚି ଯୁବକଙ୍କୁ କାବୁ କରିଛି । ଅଧିକ ପଢନ୍ତୁ...

ଯୁବକଙ୍କ ଉନ୍ମତକାଣ୍ଡ, ବୋତଲ ବୋମା ପକାଇ ଜାଳିଲେ ଗାଡି

author img

By

Published : Jun 13, 2020, 4:19 PM IST

କେନ୍ଦ୍ରାପଡା: ଆଳି ଦେମାଳ ଅଞ୍ଚଳରରେ ଉନ୍ମତକାଣ୍ଡ ଭିଆଇଛନ୍ତି ଜଣେ ଯୁବକ । ଶନିବାର ଭୋର ପ୍ରାୟ ୫ଟା ସମୟରେ ଯୁବକ ଜଣକ ପେଟ୍ରୋଲ ବୋମା ଫିଙ୍ଗି ଚିପ୍ସ ବୋଝେଇ ଏକ ହାଇୱାକୁ ଜାଳି ଦେଇଥିବା ଦେଖିବାକୁ ମିଳିଛି । ସେହିପରି ଆଉ ଏକ ଆଇରନ ବୋଝେଇ ୧୨ ଚକିଆ ଟ୍ରକକୁ ନିଆଁ ଲଗାଇବାକୁ ଉଦ୍ୟମ କରୁଥିବା ସମୟରେ ପୋଲିସ ପହଞ୍ଚି ଯୁବକଙ୍କୁ କାବୁ କରିଛି। ଅନ୍ୟପକ୍ଷରେ ଏହି ଯୁବକ ବାଲେଶ୍ବରୁ ମାଛ ପାଇଁ ଆସୁଥିବା ଦୁଇଟି ଗାଡିକୁ ମଧ୍ୟ ପେଟ୍ରୋଲ ବମ ଫିଙ୍ଗିଥିବା ଜଣାପଡିଛି ।

ଯୁବକଙ୍କ ଉନ୍ମତକାଣ୍ଡ, ବୋତଲ ବୋମା ପକାଇ ଜାଳିଲେ ଗାଡି

ଶନିବାର ସକାଳେ ଚଣ୍ଡିଖୋଲରୁ ରାଜକନିକା ଆସୁଥିବା ଏକ ଚିପ୍ସ ବୋଝେଇ ଗାଡିକୁ ଦେମାଳ ଗାଁର ଶ୍ରୀଧର ପରିଡା ଆଳି ଦୁର୍ଗା ମଣ୍ଡପ ନିକଟରେ ଅଟକାଇ ଜରି ଭର୍ତ୍ତି ପେଟ୍ରୋଲ ବୋତଲ ଫିଙ୍ଗି ନିଆଁ ଲଗାଇ ଦେଇଥିଲେ। ତେବେ ଗାଡିର ଡ୍ରାଇଭର ସଙ୍ଗେସଙ୍ଗେ ଗାଡିରୁ ବାହାରି ଆସିଥିବାରୁ ତାଙ୍କର କୌଣସି କ୍ଷତି ହୋଇନାହିଁ। ସେଠାରୁ ଡ୍ରାଇଭର ଜଣଙ୍କ ଥାନାକୁ ଯାଇ ଘଟଣା ସମ୍ପର୍କରେ ଜଣାଇବା ପରେ ଆଳି ପୋଲିସ ଏନେଇ ଅଗ୍ନିଶମ ବିଭାଗକୁ ସୂଚନା ଦେବା ସହିତ ଡ୍ରାଇଭର ସହ ଘଟଣା ସ୍ଥଳକୁ ଯାଇଥିଲେ। ଆଳି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଗାଡିଟି ସମ୍ପୂର୍ଣ ଜଳି ଯାଇଛି।

ସେହିପରି କେନ୍ଦୁଝର ବଡ଼ବିଲରୁ ଆସୁଥିବା ଏକ ଲୁହାପଥର ବୋଝେଇ ଟ୍ରକକୁ ଆଳି ବାଳକାଟୀ ନିକଟରେ ଥିବା ପେଟ୍ରୋଲ ପମ୍ପ ନିକଟରେ ଅଟକାଇ ପେଟ୍ରୋଲ ଫିଙ୍ଗି ଜାଳିବାକୁ ଉଦ୍ୟମ କରୁଥିବା ସମୟରେ ଆଳି ଥାନା ଏସଆଇ ସୌମ୍ୟରଞ୍ଜନ ପାଣିଗ୍ରାହୀ ପହଞ୍ଚି ଏହି ଯୁବକଙ୍କୁ କାବୁ କରି ଥାନାରେ ଅଟକ ରଖିଥିବା ସୂଚନା ମିଳିଛି l ତେବେ ଯୁବକ ଜଣଙ୍କ କେଉଁ କାରଣରୁ ଏଭଳି କାଣ୍ଡ ଘଟାଇଲେ ତାହା ସ୍ପଷ୍ଟ ହୋଇପାରି ନାହିଁ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.