ETV Bharat / state

ଅଶ୍ଳୀଳ ଇଙ୍ଗିତ ପଡିଲା ମହଙ୍ଗା, ଚୂନ କାଳି ଲଗାଇ ଯୁବକଙ୍କୁ ଦାଣ୍ଡରେ ବୁଲାଇଲେ ଲୋକେ - କେନ୍ଦ୍ରାପଡାରେ ଅଭାବନୀୟ ଘଟଣା

କେନ୍ଦ୍ରାପଡାରେ ଅଭାବନୀୟ ଘଟଣା । ଯୁବତୀଙ୍କୁ ଅଶ୍ଳୀଳ ଇଙ୍ଗିତ ପଡିଲା ମହଙ୍ଗା । ବିଚ ରାସ୍ତାରେ ଯୁବକଙ୍କୁ ଚୂନ କାଳି ଲଗାଇ ବୁଲାଇଲେ ଲୋକେ। ଅଧିକ ପଢନ୍ତୁ...

young man took lesson for comment  young lady in kendrapada
ଅଶ୍ଳୀଳ ଇଙ୍ଗିତ ପଡିଲା ମହଙ୍ଗା, ଚୂନ କାଳି ଲଗାଇ ଯୁବକଙ୍କୁ ଦାଣ୍ଡରେ ବୁଲାଇଲେ ଲୋକେ
author img

By

Published : Nov 3, 2021, 6:52 PM IST

କେନ୍ଦ୍ରାପଡା: ଯୁବତୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ଯୁବକଙ୍କ ପାଇଁ ମହଙ୍ଗା ପଡିଛି। ଯେଉଁଥିପାଇଁ କି ଯୁବକ ଜଣଙ୍କ ମୁହଁରେ ଚୂନକାଳୀ ମାରି ଗାଁ ଦାଣ୍ଡରେ ବୁଲାଇଛନ୍ତି ଉତ୍ତ୍ୟକ୍ତ ଲୋକେ । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ କାଟଣା ବଜାରରେ ଘଟିଛି ଏଭଳି ଘଟଣା ।

ଅଶ୍ଳୀଳ ଇଙ୍ଗିତ ପଡିଲା ମହଙ୍ଗା, ଚୂନ କାଳି ଲଗାଇ ଯୁବକଙ୍କୁ ଦାଣ୍ଡରେ ବୁଲାଇଲେ ଲୋକେ

ସୂଚନା ଅନୁଯାୟୀ,ରାଜକନିକା କାଟଣା ବଜ଼ାରରେ ଏକ ଦୋକାନରେ ଯୁବତୀ ଜଣଙ୍କ କାମ କରୁଥିବା ବେଳେ ଜଣେ ଯୁବକ ଦୋକାନ ଭିତରକୁ ଯାଇ ଯୁବତୀ ଜଣଙ୍କୁ ଅଶ୍ଳୀଳ ଇଙ୍ଗିତ କରିଥିଲା। ଯୁବତୀ ଜଣଙ୍କ ପାଟି କରିବାରୁ ଯୁବକକୁ ଲୋକମାନେ କାବୁ କରିନେଇଥିଲେ। ଏହା ପରେ ଯୁବକଙ୍କ ମୁହଁରେ ଚୂନ ଓ କାଳୀ ଲଗାଇ ଗାଁ ଦାଣ୍ଡରେ ବୁଲାଇଥିଲେ। ଯାହାକି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ଅପରପକ୍ଷରେ ଯୁବକ ଜଣକୁ ପୋଲିସରେ ହସ୍ତାନ୍ତର ନକରି ଏଭଳି କଙ୍ଗାରୁ କୋର୍ଟରେ ଦଣ୍ଡ ଦେବାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.