ETV Bharat / state

ପୁଣି ମୁଣ୍ଡ ନେଲା ଅନଲାଇନ ଗେମ୍: ଲକ୍ଷାଧିକ ଟଙ୍କା ହାରିବା ପରେ ଯୁବକଙ୍କ ଆତ୍ମହତ୍ୟା - ଅନଲାଇନ ଗେମ ଖେଳି ଯୁବକଙ୍କ ଆତ୍ମହତ୍ୟା

ଜଗତସିଂହପୁର ପରେ କେନ୍ଦ୍ରପଡ଼ାରେ ଅନଲାଇନ ଗେମ୍ ଖେଳି ଆତ୍ମହତ୍ୟା କଲେ ୨୨ବର୍ଷର ଯୁବକ । ମୋବାଇଲରେ ଅନଲାଇନ୍ ଗେମ୍ ଖେଳି ୨ ଲକ୍ଷ ଟଙ୍କା ହରାଇ ଥିଲେ ମାନପୁର ଗାଁର ଆଶିଷ । ଅଧିକ ପଢନ୍ତୁ

ପୁଣି ମୁଣ୍ଡ ନେଲା ଅନଲାଇନ ଗେମ୍: ଲକ୍ଷାଧିକ ଟଙ୍କା ହାରିବା ପରେ ଯୁବକଙ୍କ ଆତ୍ମହତ୍ୟା

author img

By

Published : Jul 5, 2022, 3:56 PM IST

କେନ୍ଦ୍ରାପଡ଼ା: ପୁଣି ମୁଣ୍ଡ ନେଲା ଅନଲାଇନ ଗେମ୍ । ଅନଲାଇନ ଗେମ୍ ଖେଳି ଲକ୍ଷାଧିକ ଟଙ୍କା ହାରିବା ପରେ ଆତ୍ମହତ୍ୟା କରିଛନ୍ତି ଜଣେ ଜଣେ ୨୨ବର୍ଷର ଯୁବକ । ଜଗତସିଂହପୁର ପରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ାରେ । ମୃତ ଯୁବକ ଜଣକ ହେଲେ କେନ୍ଦ୍ରାପଡ଼ା ଆଳି ଥାନା ଅନ୍ତର୍ଗତ ମାନପୁର ଗାଁର ଆଶିଷ ଦାସ । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ପୁଣି ମୁଣ୍ଡ ନେଲା ଅନଲାଇନ ଗେମ୍: ଲକ୍ଷାଧିକ ଟଙ୍କା ହାରିବା ପରେ ଯୁବକଙ୍କ ଆତ୍ମହତ୍ୟା

ଅନଲାଇନ ଗେମ୍ ଖେଳି ରାତାରାତି ଧନୀ ହେବାର ଲୋଭରେ ପଡି ପୁଣି ଜଣେ ଯୁବକ ପ୍ରାଣ ହରାଇଛି । ସୋମାବାର ଦିନ ଜଗତସିଂହପୁର ଜିଲ୍ଲା ଭୁଆଶୁଣି ଗାଁର ଦେବେନ୍ଦ୍ର ପରିଡାଙ୍କ ପରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ମାନପୁର ଗାଁର ଆଶିଷ ଦାସଙ୍କ ମୁଣ୍ଡ ନେଇଛି ଅନଳାଇନ ଗେମ । ସୂଚନା ଅନୁସାରେ, ମୋବାଇଲରେ ଅନଲାଇନ୍ ଗେମ୍ ଖେଳି ଅନ୍ୟୁନ ୨ ଲକ୍ଷ ଟଙ୍କା ହରାଇ ଥିଲା । ବିଭିନ୍ନ ସମୟରେ ପରିବାର ଲୋକଙ୍କ ଠାରୁ ଟଙ୍କା ମାଗି ନେଇ ଅନଲାଇନରେ ଗେମ ଖେଳୁଥିଲା ଆଶିଷ । ପରିବାର ଲୋକ ଏନେଇ ଜାଣିବା ପରେ ଆଶିଷକୁ ବୁଝାସୁଝା କରିଥିଲେ । ଏଥିଯୋଗୁଁ ମାନସିକ ଚାପରେ ଥିଲା ଆଶିଷ । ଗତକାଲି ସନ୍ଧ୍ୟାରେ ଆଶିଷ ଘର ଭିତରୁପଟୁ କବାଟ ବନ୍ଦ କରି ଦେଇଥିଲା । ରାଜକିଶୋର ଦାସ ପୁତୁରା ଆଶିଷକୁ ଡାକିଥିଲେ ହେଁ ସେ କବାଟ ନଖୋଲିବାରୁ ପଡୋଶୀଙ୍କ ସହାୟତାରେ କବାଟ ଭାଙ୍ଗିଥିଲେ । ଏହାପରେ ଆଶିଷକୁ ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରି ଆଳି ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତର ଆଶିଷକୁ ମୃତ ଘୋଷଣା କରିଥିଲେ । ଏକମାତ୍ର ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ପରିବାର ଲୋକେ । ଆଶିଷର ମୃତ୍ୟୁ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।

ପରିବାର ଲୋକଙ୍କ ସୂଚନାକ୍ରମେ ଆଳି ପୋଲିସ ଏକ ଆତ୍ମହତ୍ୟା ମାମଲା ରୁଜୁ କରିଛି । ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ।

ଇଟିଭି ଭାରତ,କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.