ETV Bharat / state

ମହାନଦୀ କୂଳରୁ ମୁର୍ମୂଷ ଅବସ୍ଥାରେ ମହିଳା ଉଦ୍ଧାର - କେନ୍ଦ୍ରାପଡ଼ାରେ ମୁର୍ମୁଷ ଅବସ୍ଥାରେ ମହିଳା ଉଦ୍ଧାର

ମହାନଦୀ କୂଳରୁ ମୁର୍ମୂଷ ଅବସ୍ଥାରେ ପଡ଼ିଥିବା ଜଣେ ମହିଳା ଉଦ୍ଧାର । କେନ୍ଦ୍ରାପଡ଼ା ଜିଲ୍ଲା ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ରାମନଗର ପଞ୍ଚାୟତର ପିତାପାଟ ଗ୍ରାମ ନିକଟରୁ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅଧିକ ପଢ଼ନ୍ତୁ

women rescued at mahanadi bank in bhadrak
ମହାନଦୀ କୂଳରୁ ମୁର୍ମୁଷ ଅବସ୍ଥାରେ ମହିଳା ଉଦ୍ଧାର
author img

By

Published : Apr 1, 2022, 11:47 AM IST

କେନ୍ଦ୍ରାପଡ଼ା: ମହାନଦୀ କୂଳରୁ ମୁର୍ମୂଷ ଅବସ୍ଥାରେ ପଡ଼ିଥିବା ଜଣେ ମହିଳା ଉଦ୍ଧାର । କେନ୍ଦ୍ରାପଡ଼ା ଜିଲ୍ଲା ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ରାମନଗର ପଞ୍ଚାୟତର ପିତାପାଟ ଗ୍ରାମ ନିକଟରୁ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ମହାନଦୀ କୂଳରୁ ମୁର୍ମୁଷ ଅବସ୍ଥାରେ ମହିଳା ଉଦ୍ଧାର

ସୂଚନା ଅନୁଯାୟୀ, ପିତାପାଟ ଗ୍ରାମର ଶୁଭ ଚକ୍ରବର୍ତ୍ତୀ ପ୍ରାୟ ୫ ମାସ ତଳେ ଜଗତସିଂହପୁର ଜିଲ୍ଲା ଏରସମା କୁଞ୍ଜକୋଠି ଅଞ୍ଚଳର ସୁମି ଦାସଙ୍କୁ ପ୍ରେମ ବିବାହ କରିଥିଲେ । ତେବେ ଗତ କିଛିଦିନ ଧରି ସେମାନଙ୍କ ମଧ୍ୟରେ କୌଣସି କାରଣରୁ ଅସନ୍ତୋଷ ଲାଗି ରହିଥିଲା । ଶୁଭ ଚକ୍ରବର୍ତ୍ତୀ ଗତକାଲି କାମ କରିବା ପାଇଁ ପାରାଦୀପ ଚାଲି ଯାଇଥିବା ବେଳେ ତାଙ୍କ ପତ୍ନୀ ସୁମି ମହାନଦୀ କୂଳରେ ପଡିଥିବା ଦେଖିବାକୁ ମିଳିଥିଲା । ତାଙ୍କ ନାକ ଏବଂ ପାଟିରୁ ଫେଣ ବାହାରୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ ।

ତେବେ ସୁମି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ନା ତାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରାଯାଇଛି ସେନେଇ ଏପର୍ଯ୍ୟନ୍ତ କିଛି ଜଣାପଡିନାହିଁ । ସୁମି ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସଂଜ୍ଞାହୀନ ଅବସ୍ଥାରେ ରହିଥିବା ବେଳେ ଏ ସଂକ୍ରାନ୍ତରେ ସ୍ଥାନୀୟ ଜମ୍ବୁ ସାମୁଦ୍ରିକ ଥାନାରେ କୌଣସି ଅଭିଯୋଗ ହୋଇନଥିବା ସୂଚନା ଦେଇଛନ୍ତି ଆଇଆଇସି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.