କେନ୍ଦ୍ରାପଡ଼ା: ଆଳି ଥାନା ଅଧୀନ କେତୁଆପାଳ ପଞ୍ଚାୟତର ଏକ ବରଗଛ ନିକଟରୁ ଅଜଣା ମହିଳଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ତାଙ୍କର ବୟସ 19ରୁ 20 ବର୍ଷ ହେବ ବୋଲି ଅନୁମାନ କରାଯାଉଥିବା ବେଳେ ଆଳି ଅଞ୍ଚଳରେ ଏଭଳି ଘଟଣା ପ୍ରଥମ ବୋଲି କୁହାଯାଉଛି । ଏହାକୁ ନେଇ ଲୋକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି ।
ଗତ ବିଳମ୍ବିତ ରାତ୍ରରେ ଏଭଳି କାଣ୍ଡ ଘଟିଥିବା ଜଣାପଡିବା ସହ ଏହା ଏକ ବଧୂହତ୍ୟା ଅଥବା ପ୍ରେମଜନିତ ଘଟଣା ବୋଲି ସନ୍ଦେହ କରାଯାଉଛି। ଶନିବାର ଅପରାହ୍ନ ହଳ ହେଉଥିବା ସମୟରେ କିଛି ଚାଷୀ ଯୁବତୀର ଅର୍ଦ୍ଧଦଗ୍ଧ ମୃତଦେହକୁ ଦେଖିବା ପରେ ଘଟଣାଟି ପ୍ରଘଟ ହୋଇଥିଲା l ଘଟଣା ସମ୍ପର୍କରେ ଆଳି ଥାନାକୁ ଖବର ଦିଆଯାଇଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।
କେନ୍ଦ୍ରାପଡାରୁ ରାଧାକାନ୍ତ ସହାନ୍ତି, ଇଟିଭି ଭାରତ